ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୩ ବର୍ଷ ପୂର୍ବେ ଏକାଠି କରିଥିଲେ ଫିଲ୍ମ, ସଂସଦରେ ଭେଟିବେ କଙ୍ଗନା-ଚିରାଗ

ନୂଆଦିଲ୍ଲୀ ୦୭/୦୬: ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ କଙ୍ଗନା ରାଣାୱତ ହିମାଚଳ ମଣ୍ଡି ଆସନରୁ ସଂସଦକୁ ନିର୍ବାଚିତ ହୋଇଥିବାବେଳେ ରାମ ବିଳାସ ପାଶୱାନଙ୍କ ପୁଅ ତଥା ଏଲ୍‌ଜେପି ନେତା ଚିରାଗ ପାଶୱାନ ୫୩.୩% ଭୋଟରେ ହାଜିପୁରରୁ ଜିତିଛନ୍ତି । ସେଲିବ୍ରିଟିରୁ ରାଜନେତା ହୋଇଥିବା ଏହି ଦୁଇଜଣ ଏବେ ସଂସଦରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିବେ । 

୨୦୧୧ରେ ଉଭୟେ ଫିଲ୍ମ ‘ମିଲେ ନା ମିଲେ ହମ୍‌’ କରିଥିଲେ । ଏଥିରେ କଙ୍ଗନା ଓ ଚିରାଗ ନାୟିକା ନାୟକ ଭୂମିକାରେ ଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ଚିରାଗ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତେବେ ଏହି ଫିଲ୍ମ ଫ୍ଲପ୍‌ ହେବା ପରେ ଚିରାଗ ସିନେଜଗତରୁ ଦୂରେଇ ଯାଇଥିଲେ ଏବଂ ବାପାଙ୍କ ସହ ରାଜନୀତି ଦୁନିଆରେ ପାଦ ରଖିଥିଲେ । ଏବେ ବିହାର ରାଜନୀତିରେ ଚିରାଗଙ୍କ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୋଟ ୫ଟି ଆସନରେ ଲଢ଼ିଥିବାବେଳେ ସମସ୍ତ ଆସନ ଜିତିଛି । ତେବେ କଙ୍ଗନା ଦୀର୍ଘ ସମୟ ବଲିଉଡ୍‌ରେ ରହିଛନ୍ତି । ଅନେକ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି । ବଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ପରେ କଙ୍ଗନା ରାଜନୀତିରେ ପ୍ରବେଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.