ନୂଆଦିଲ୍ଲୀ, ୨୦/୮ : କଙ୍ଗନା ରଣାଓ୍ବତ ନିଜ ଫିଲ୍ମ ‘ଇମରଜେନ୍ସି’କୁ ନେଇ ବିବାଦରେ । ଫରୀଦକୋଟର ନିର୍ଦଳୀୟ ସାଂସଦ ସରବଜୀତ ସିଂହ ଖାଲସା ଏହି ଫିଲ୍ମକୁ ନେଇ ଆପତ୍ତି ଜଣାଇଛନ୍ତି । ସରବଜୀତ ସିଂହ ଫେସବୁକରେ ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି କି ଫିଲ୍ମ ‘ଇମରଜେନ୍ସି’ ଶିଖ ସମୁଦାୟକୁ ଭୁଲ ଭାବେ ଦେଖାଇଛି । ଯେଉଁ କାରଣରୁ ସମାଜରେ ଅସୁବିଧା ହୋଇପାରେ ।
ସରବଜୀତ ସିଂହ ଖାଲସା ଲେଖିଛନ୍ତି କି, ରିପୋର୍ଟସ ଅଛି କି ନୂଆ ଫିଲ୍ମ ଇମରଜେନ୍ସିରେ ଶିଖମାନଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି । ଏହି କାରଣରୁ ଡର ଅଛି କି ସମାଜରେ କାନୁନ ବ୍ୟବସ୍ଥା ଖରାପ ହୋଇପାରେ । ଯଦି ଶିଖଙ୍କୁ ଏହି ଫିଲ୍ମରେ ଆତଙ୍କବାଦୀଙ୍କ ରୂପର ଦେଖାଯାଇଛି ତେବେ ଏହା ବହୁତ ବଡ଼ ସାଜିସ । ଏହି ଫିଲ୍ମ ଶିଖଙ୍କ ବିରୋଧରେ ଏବଂ ଦେଶରେ ଘୃଣା ଭାବ ପ୍ରଚାରିତ କରିବା ଲାଗି ମନୋବୈଜ୍ଞାନିକ ଆଟାକ୍ ଅଟେ । ଯାହା ଉପରେ ସରକାରଙ୍କୁ ଧ୍ୟାନ ଦେବା ଆବଶ୍ୟକତା ଏବଂ ଏହାକୁ ଅଟକା ଯିବା ଆବଶ୍ୟକତା ।
ସେ ଆଗକୁ ମଧ୍ୟ ଲେଖିଛନ୍ତି କି , ଶିଖଙ୍କ ଉପରେ ଦେଶରେ ହେଉଥିବା ଘୃଣା ଭାବ ଆକ୍ରମଣର ଖବର ସବୁବେଳେ ସାମ୍ନାକୁ ଆସୁଛି । ଏଭଳି ସ୍ଥଳରେ ଫିଲ୍ମ ବି ଶିଖ ସମ୍ପ୍ରଦାୟ ବିପକ୍ଷରେ ଘୃଣାକୁ ଉସକାଇବା କାମ କରିବ । ଶିଖ ସମୁଦାୟ ଏହି ଦେଶ ଲାଗି ବଡ଼ ବଳିଦାନ ଦେଇଛନ୍ତି । ଯାହାକୁ ଫିଲ୍ମରେ ସମ୍ପୂର୍ଣ୍ଣ ଭାବେ ଦେଖାଯାଇନାହିଁ। କିନ୍ତୁ ଶିଖଙ୍କୁ ବଦନାମ କରିବାକୁ ପ୍ରାୟାସ କରାଯାଉଛି । ଆଇନ ବ୍ୟବସ୍ଥାକୁ ସୁରକ୍ଷା ଦେବା ଲାଗି ଆପତ୍ତିଜନକ ଫିଲ୍ମ ଏବଂ ଗୀତକୁ ବ୍ୟାନ କରିଦେବା ଆବଶ୍ୟକ । ମୁଁ ସବୁବେଳେ ସମାଜରେ ଶାନ୍ତି ବଜାୟ ରଖିବାକୁ ପ୍ରୟାସ କରିଥାଏ।