ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

‘ଏ ହିନ୍ଦୁ ମାନଙ୍କର ଦେଶ, ତୁମେ ପାକିସ୍ତାନ ଚାଲିଯାଅ’ ମୁସଲିମ୍ ଛାତ୍ରଙ୍କୁ ଏମିତି କହିଲେ କର୍ଣ୍ଣାଟକର ଏକ ସରକାରୀ ସ୍କୁଲର ଶିକ୍ଷକ…

ନୂଆଦିଲ୍ଲୀ: କର୍ଣ୍ଣାଟକର ଶିବାମୋଗା ଜିଲ୍ଲାର ଜଣେ ସ୍କୁଲ ଶିକ୍ଷକ ମୁସଲମାନ ଛାତ୍ରମାନଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଖବର ମୁତାବକ, ସ୍କୁଲ ଶିକ୍ଷକ ମୌଖିକ ଭାବରେ ଦୁଇ ମୁସଲମାନ ଛାତ୍ରଙ୍କୁ ପାକିସ୍ତାନ ଯିବାକୁ କହିଥିଲେ । ମାମଲା ଗୁରୁତର ହେବା ପରେ ମହିଳା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ଏବଂ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।

 ଜନତା ଦଳ ସେକ୍ୟୁଲାରର ସଂଖ୍ୟାଲଘୁ ଶାଖାର ଶିବାମୋଗା ଜିଲ୍ଲା ସଭାପତି ନଜରୁଲ୍ଲା ଏ ସମ୍ପର୍କରେ ଶିକ୍ଷା ବିଭାଗରେ ଅଭିଯୋଗ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ନାଜରୁଲ୍ଲାଙ୍କ ଉଦ୍ଧେଶ୍ୟରେ ଲେଖିଛନ୍ତି ଯେ, ମଞ୍ଜୁଲା ଦେବୀ ଗୁରୁବାର ଦିନ ୫ ଶ୍ରେଣୀ ପିଲାମାନଙ୍କୁ ପାଠ ପଢାଉଥିଲେ । ଏହି ସମୟରେ ଦୁଇ ପିଲା ନିଜ ମଧ୍ୟରେ ଝଗଡା ଆରମ୍ଭ କରିଥିଲେ । ଶିକ୍ଷକ ପିଲାମାନଙ୍କୁ ଗାଳି ଦେଇ କହିଥିଲେ ଯେ ଏହା ସେମାନଙ୍କର ଦେଶ ନୁହେଁ। ଏହା ହିନ୍ଦୁମାନଙ୍କର ଅଟେ । 

 ଘଟଣାର ଅନୁସନ୍ଧାନ କରୁଥିବା ବ୍ଲକ ଶିକ୍ଷା ଅଧିକାରୀ (ବିଏଓ) ବି ନାଗରାଜ କହିଛନ୍ତି ଯେ ଅନ୍ୟ ଛାତ୍ରମାନେ ମଧ୍ୟ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ନାଗରାଜ କହିଛନ୍ତି ଯେ, "ଶିକ୍ଷକ ଛାତ୍ରମାନଙ୍କୁ କହିଥିଲେ: ଏହା ତୁମର ଦେଶ ନୁହେଁ, ଏହା ହିନ୍ଦୁମାନଙ୍କର ଦେଶ। ତୁମେ ପାକିସ୍ତାନ ଯିବା ଉଚିତ୍। ତୁମେ ସବୁଦିନ ପାଇଁ ଆମର ଚାକର ।" ବ୍ଲକ ଶିକ୍ଷା ଅଧିକାରୀ ଆହୁରି କହିଛନ୍ତି ଯେ, ସେ ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶରେ ଅଧିକ ନିଷ୍ପତ୍ତି ନିଆଯିବ ।

 କର୍ଣ୍ଣାଟକର ମୁସଲମାନ ଛାତ୍ରମାନଙ୍କ ସହ ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ କିଛି ଦିନ ପୂର୍ବେ ଉତ୍ତରପ୍ରଦେଶର ମୁଜାଫରନଗରରେ ଜଣେ ମୁସଲମାନ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କ ଦ୍ୱାରା ମାଡ ଦିଆଯିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଜଣେ ମହିଳା ଶିକ୍ଷକ ଶ୍ରେଣୀ ଛାତ୍ରମାନଙ୍କୁ ମୁସଲମାନ ଛାତ୍ରମାନଙ୍କୁ ମାଡ ମାରିବାକୁ କହୁଥିଲେ । ଏହା ବ୍ୟତୀତ ମହିଳା ଶିକ୍ଷକ ମଧ୍ୟ ଛାତ୍ରଙ୍କ ବିଷୟରେ ମନ୍ତବ୍ୟ ଦେଉଥିବାର ନଜର ଆସିଥିଲେ । 

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.