ନୂଆଦିଲ୍ଲୀ,୫/୧୧ : କର୍ଣ୍ଣାଟକ ସରକାରଙ୍କ ଜନୈକ ଅଧିକାରୀଙ୍କୁ ଛୁରି ଭୂଷୀ ହତ୍ୟା । ପୁଲିସ ସୂଚନା ଅନୁଯାୟୀ ମହିଳା ଅଧିକାରୀ ପ୍ରତିମାଙ୍କୁ ଶନିବାର ରାତି ବେଙ୍ଗାଲୁରରେ ତାଙ୍କ ଘରେ ହତ୍ୟା କରାଯାଇଛି । ସେ କର୍ଣ୍ଣାଟକ ସରକାରରେ ମାଇନ୍ସ ଏବଂ ଭୁବିଜ୍ଞାନ ବିଭାଗରେ ଉପ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ବେଙ୍ଗାଲୁରର ସୁବ୍ରମଣ୍ୟପେରାରେ ତାଙ୍କୁ ତାଙ୍କ ଘରେ ଛୁରୀ ମାଡ଼ କରାଯାଇଛି । ପୁଲିସ କହିବା ଅନୁଯାୟୀ ୪୫ବର୍ଷୀୟ ମହିଳା ଅଧିକାରୀ ପ୍ରତିମାଙ୍କ ଡ୍ରାଇଭର ଅଫିସ ପରେ ତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ । ପ୍ରାୟ ୮ଟା ୩୦ମିନିଟରେ ତାଙ୍କର ହତ୍ୟା କରାଯାଇଛି ।
ଯେଉଁ ଘରେ ପ୍ରତିମାଙ୍କ ହତ୍ୟା କରାଯାଇଛି ସେ ସେଠାରେ ଗତ ୮ବର୍ଷରୁ ଅଧିକ ସମୟ ରହୁଥିଲେ । ଘଟଣା ସମୟରେ ତାଙ୍କ ପୁଅ ଓ ସ୍ବାମୀ ତୀର୍ଥହଲ୍ଲୀରେ ଥିଲେ । ରବିବାର ସକାଳେ ଯେତେବେଳେ ପ୍ରତିମାଙ୍କ ଭାଇ ତାଙ୍କ ଘରେ ପହଞ୍ଚିଥିଲେ ତ ଭଉଣୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ସେ ଗୋଟିଏ ରାତି ପୂର୍ବରୁ ବି ପ୍ରତିମାଙ୍କୁ ଫୋନ କରିଥିଲେ । କିନ୍ତୁ ତାଙ୍କ ଫୋନ କଲର କୌଣସି ଜବାବ ମିଳିନଥିଲା । ଭଉଣୀଙ୍କ ମୃତ୍ୟୁର ସୂଚନା ସେ ତୁରନ୍ତ ପୁଲିସକୁ ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରିବା ସହ ହତ୍ୟାକାରୀକୁ ଖୋଜିବାରେ ଲାଗିଛି ।