ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିଓ୍ବାଲଙ୍କ ଗିରଫରେ ହାହାକାର ଆପ୍‌; ଏବେ ଏହି ବରିଷ୍ଠଙ୍କ କାନ୍ଧରେ ନିର୍ବାଚନ ଦାୟିତ୍ବ

image source: Live Hindustan

ନୂଆଦିଲ୍ଲୀ,୨୨/୦୩: ଲୋକସଭା ନିର୍ବାଚନ ଚର୍ଚ୍ଚା ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫ ଆପ୍‌କୁ ବଡ଼ ଝଟ୍‌କା ଦେଇଛି। ଏପରି ସ୍ଥଳେ ଲୋକସଭା ନିର୍ବାଚନ ଅଭିଯାନର ଦାୟିତ୍ବ ଦଳ ଅନୁଭବୀ ନେତା ଭଗବନ୍ତ ମାନ୍, ଆତିଶୀ, ସୌରଭ ଭରଦ୍ବାଜ ନେବେ। ଆପ୍‌ ସାଂସଦ ରାଘବ ଚଡ୍ଡା ତାଙ୍କ ଆଖୀ ଅପରେସନ୍‌ ପାଇଁ ବ୍ରିଟେନ ଯାଇଥିଲେ। ଏଥର ମଧ୍ୟ ସେ ନିର୍ବାଚନୀ ରାଲିରେ ଯୋଗ ଦେଇପାରିବେ ନାହିଁ। ବିଧାନସଭା ନିର୍ବାଚନରେ ପଞ୍ଜାବରେ ପ୍ରଚାର ଅଭିଯାନର ଦାୟିତ୍ବ ରାଘବ ଚଡ୍ଡା ନିଭାଇଥିଲେ ଏବଂ ଦଳକୁ ଜୋରଦାର ବିଜୟ ଭେଟି ଦେଇଥିଲେ। ଏବେ ପଞ୍ଜାବରେ ଯଦି ଆପ୍‌ର କୌଣସି ବଡ଼ ନେତାଙ୍କ କଥା କହିବା ତେବେ କେବଳ ଭଗବତ ମାନ୍‌ ରହିଛନ୍ତି। 

ତେବେ ଦିଲ୍ଲୀ ମଦନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲ ଗିରଫ ହେବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ତମାମ ଘଟଣାକୁ ନେଇ ବିଜେପି ଓ ଇଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଇଡି ବିଜେପିର ରାଜନୈତିକ ଟିମ୍‌ ଅଟେ। ବିଜେପି କେବେ ବି କେଜ୍ରିଓ୍ବାଲ ଓ ଆପ୍‌ର ବିଚାରଧାରାକୁ ବାନ୍ଧି ରଖିପାରିବନି। 

ଏପଟେ ମାନ୍‌ ପୁଣି କହିଛନ୍ତି ଯେ, ଦଳ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ବାକି ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଅଫିସିଆଲ ଏକ୍ସ ଆକାଉଣ୍ଟରେ ସେ ଏହି ସୂଚନା ଦେଇଛନ୍ତି। ସୂଚନାଥାଉକି ଆପ୍‌ ପ୍ରଥମ ପର୍ଯ୍ୟାୟରେ ୮ ଲୋକସଭା ଆସନ ପାଇଁ ପ୍ରର୍ଥୀ ଘୋଷଣା କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.