ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର ୩୦ ୦୩ : ଦୀର୍ଘ ଦିନ ଧରି  ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛିି । ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ବିଜେଡି ସାଂସଦ।୨୦୧୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଅନୁଭବ କେଉଁ ଦଳରେ ଯୋଗ ଦେଉଛନ୍ତି।

ସୂଚନା ମୁତାବକ, ଏପ୍ରିଲ ୨୭ ତାରିଖ ୨୦୧୩ରେ ଅଭିନେତାରୁ ନେତା ହେବାକୁ ଇଚ୍ଛା କରିଥିଲେ ଅନୁଭବ ମହାନ୍ତି । ଏହି କ୍ରମରେ ଓଡିଶାର ବିଜୁ ଜନତା ଦଳ ସହିତ ସାମିଲ ହୋଇଥିଲେ ।‌ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ । ଏହାପରେ ପାର୍ଟିଂ ପାଇଁ କରିଚାଲିଥିଲେ କାମ। ଯାହାଫଳରେ କି ପାର୍ଟିଂ ତାଙ୍କୁ ବିଭିନ୍ନ ନିର୍ବାଚନରେ ଦଳର ଷ୍ଟାର ପ୍ରଚାରକ ଭାବେ ଘୋଷଣା ମଧ୍ୟ କରିଥିଲା । ଶେଷରେ ୨୦୧୪ ମସିହାରେ ବିଜୁ ଜନତା ଦଳ ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲା । ଦେଶର ସବୁଠୁ କମ୍ ବୟସରେ କୌଣସି ନେତା ରାଜ୍ୟସଭାକୁ ଆସିଥିବାର ରେକର୍ଡ ନିଜ ନାମରେ କରିଥିଲେ । ହେଲେ ୨୦୧୯ ନିର୍ବାଚନରେ ଦଳ ତାଙ୍କୁ କେନ୍ଦ୍ରପଡ଼ା ଲୋକସଭା  ଆସନରୁ ନିର୍ବାଚନ ଲଢିବାକୁ ଟିକେଟ୍ ଦେଇଥିଲେ । ବିଜେଡିରୁ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା ସେତେବେଳେର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲଢିଥିଲେ ।  ଶେଷରେ ବିଜେଡିର ଲୋକପ୍ରିୟତା ଏବଂ  ଅନୁଭବଙ୍କ କ୍ରେଜ୍ ଆଗରେ ହାର୍ ମାନିଥିଲେ ବୈଜୟନ୍ତ ପଣ୍ଡା । ୨୦୧୯ ଭୋଟରେ ବିପୁଳ ଭୋଟ ବ୍ୟବଧାନରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇଥିଲେ । ଆଉ କେନ୍ଦ୍ରାପଡ଼ା ନିର୍ବାଚନରେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇଥିଲେ । ହେଲେ ପାରିବାରିକ ବିବାଦ ଏବଂ ଦଳ ପ୍ରତି ମତଭେଦ କାରଣରୁ ଦୂରେଇ ଯାଇଥିଲେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.