ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରବଳ ବର୍ଷା ଏବଂ ବନ୍ୟା କବଳରେ କେନିଆ, ୧୩ ଜଣଙ୍କ ମୃତ୍ୟୁ, ୧୫ ହଜାରରୁ ଅଧିକ ବିସ୍ଥାପିତ…

ନୂଆଦିଲ୍ଲୀ: କେନିଆର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣହୀନ ହୋଇପଡିଛି । ବନ୍ୟା କାରଣରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । କେତେକ ସ୍ଥାନରେ ରାସ୍ତାରେ ପାଣି ଜମି ରହିଥିବାରୁ ଗାଡି ଗୁଡିକ ଫସି ରହିଛି ଏବଂ ଘରେ ପାଣି ପଶି ଯାଇଛି । ଏପରିକି ରିଲିଫ୍ ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଜୁନ୍ ମାସ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଜାତିସଂଘର ମାନବ ସମ୍ବଳ ସମନ୍ୱୟ କାର୍ଯ୍ୟାଳୟ କେନିଆ ରେଡ କ୍ରସ୍ ସୋସାଇଟି ଦ୍ବାରା କହିଛି ଯେ, ବର୍ଷା ଦ୍ୱାରା ପ୍ରାୟ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ମାର୍ଚ୍ଚ ମଧ୍ୟଭାଗରୁ ସାରା ଦେଶରେ ପ୍ରବଳ ବର୍ଷା ଏବଂ ଅଚାନକ ଆସିଥିବା ବନ୍ୟା ଯୋଗୁଁ ପ୍ରାୟ ୧୫ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଏହି ପୂର୍ବ ଆଫ୍ରିକୀୟ ଦେଶରେ ଗତ ବର୍ଷା ରୁତୁରେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ।

କେନିଆ ରେଡକ୍ରସ ସୋସାଇଟି କହିଛି ଯେ, ବନ୍ୟା ଯୋଗୁଁ ଉତ୍ତର କେନିଆର ଗାରିସା ରୋଡ ସମେତ ଦେଶର ପାଞ୍ଚଟି ପ୍ରମୁଖ ରାସ୍ତା ସଂଯୋଗହୀନ ହୋଇଛି । ଯେଉଁଠାରେ ମଙ୍ଗଳବାର ଦିନ ୫୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାସି ଯାଇଥିଲା । ସମସ୍ତ ଯାତ୍ରୀ ଉଦ୍ଧାର ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.