ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ମହିଳାଙ୍କୁ ଲାଠି ମାଡ଼ କଲେ SI, ଡିସିପିଙ୍କ ଦ୍ଵାରସ୍ଥ ହେଲେ ଅଭିଯୋଗକାରିଣୀ

ଭୁବନେଶ୍ଵର, ୨୭/୦୮ : ମହିଳା ଏସଆଇଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ମହିଳାଙ୍କୁ ଲାଠି ମାଡ଼ କରିଥିବା ଅଭିଯୋଗ। ଖଣ୍ଡଗିରି ଥାନାରେ ଘଟିଛି ଏଭଳି ଘଟଣା। ନ୍ୟାୟ ପାଇଁ ଡିସିପିଙ୍କ ଦ୍ଵାରସ୍ଥ ହେଲେ ଅଭିଯୋଗକାରିଣୀ।

ସୂଚନାନୁଯାୟୀ, ଖଣ୍ଡଗିରି ଥାନା ଅଞ୍ଚଳର ଲକ୍ଷ୍ମୀ ଡାକୁଆ ନାମକ ଜଣେ ମହିଳାଙ୍କର ତାଙ୍କ ପଡୋଶୀଙ୍କ ସହ ଝଗଡ଼ା ହୋଇଥିଲା। ଗାଡି ପାର୍କିଂକୁ ନେଇ ବଚସା ହୋଇଥିଲା। ଏଥିପାଇଁ ଲକ୍ଷ୍ମୀ ଡାକୁଆ ଖଣ୍ଡଗିରି ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ଜଣେ ମହିଳା ଏସଆଇ ଘଟଣାର ସମାଧାନ କରିବା ବଦଳରେ ଥାନା ଭିତରେ ତାଙ୍କୁ ଓଲଟା ଲାଠି ମାଡ଼ କରିଥିଲେ। ଯାହାଫଳରେ ଅଭିଯୋଗକାରିଣୀ ଜଣଙ୍କ ଏନେଇ ଡିସିପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ମହିଳା ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.