ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଡ୍ଜ ବ୍ଲୁମିଙ୍ଗଡେଲ୍ସ" ର ବାର୍ଷିକ ଗ୍ରାଜୁଏସନ୍ ଦିବସ

ଭୁବନେଶ୍ବର,୨୫/୩ : ଶୈଳଶ୍ରୀ ବିହାରସ୍ଥିତ "କିଡ୍ଜ ବ୍ଲୁମିଙ୍ଗଡେଲ୍ସ" ର ବାର୍ଷିକ ଗ୍ରାଜୁଏସନ୍ ଦିବସ ରବିବାର  ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଛୋଟ ପିଲାଟିଏ ଯେତେବେଳେ ପ୍ରି-ସ୍କୁଲ୍ରୁ କିନ୍ଡର ଗାର୍ଟେନ୍କୁ ଉତ୍ତୀର୍ଣ୍ଣ ହୁଏ, ଏହି ସମାବର୍ତ୍ତନ ଉତ୍ସବରେ ସେମାନଙ୍କୁ ସମ୍ମାନିତ କରାଯାଏ । ପ୍ରଥମ କୃତିତ୍ବର ଆନନ୍ଦ ସହ ଏହା ଦ୍ୱାରା ସେମାନଙ୍କ ଆତ୍ମବିଶ୍ବାସ ବଢ଼ିଥାଏ।

ଏହି ବିଶେଷ ସନ୍ଧ୍ୟାକୁ ଉତ୍ସବ ମୁଖର କରିବା ପାଇଁ ବିଭିନ୍ନ ନାଚଗୀତର ଆୟୋଜନ ହୋଇଥିଲା । ଛୋଟ ଛୋଟ ପିଲାମାନେ ନାଚ ଗୀତ ମଉଜ ମଜଲିସ ମାଧ୍ୟମରେ ଆଧ୍ୟାତ୍ମିକ, ଦେଶାତ୍ମବୋଧକ, ପରିବେଶ ସଚେତନତା ଓ ଦାୟିତ୍ୱବୋଧତାର ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିର ସଚିବ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ରୋଜାଲିନ ପାଟଶାଣୀ ମିଶ୍ର, ଆୟକର ବିଭାଗର ପୂର୍ବତନ ମୁଖ୍ୟ କମିଶନର ଶରତ ଚନ୍ଦ୍ର ଦାଶ,  ଅଭିନେତା ପାର୍ଥସାରଥୀ ରାୟ, ସମାଜସେବୀ ତଥା ଟିଭି ପ୍ୟାନେଲିଷ୍ଟ ସୁଶ୍ରୀ ସୁଚିସ୍ମିତା ପୃଷ୍ଟି, ସାମ୍ବାଦିକ ବିଭୂତି ବିଶ୍ଵାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଲାଲ୍ ରଙ୍ଗର ଗ୍ରାଜୁଏସନ୍ ପୋଷାକ ଏବଂ କ୍ୟାପ୍ ପିନ୍ଧି ୨୫ଜଣ ପିଲା ଅତିଥିମାନଙ୍କ ଦ୍ୱାରା ଗ୍ରାଜୁଏଟ୍ ହୋଇଥିଲେ। ସମାଜର ସମସ୍ତ ବର୍ଗକୁ ଅନ୍ତର୍ଭୂକ୍ତ କରି ଆଗେଇବା ସଂକଳ୍ପ ନେଇ ବିଦ୍ୟାଳୟ ଅଧ୍ୟକ୍ଷା ସବିତା ପଟ୍ଟନାୟକଙ୍କ ଏକ ଅଭିନବ ପ୍ରୟାସ "ବୁଗିନ ହ", ଏକ ଆଦିବାସୀ ଶିକ୍ଷା କେନ୍ଦ୍ରର ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ । 

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପିଲାମାନଙ୍କର ରଙ୍ଗ ବଦଳରେ ପଲାସ ଓ ଅନ୍ୟ ଫୁଲର ହୋଲି ଖେଳ, ଯାହାକି ଜଳ ସଙ୍କଟ ଦୂର କରିବା ସହ, ଜଳ ସଂରକ୍ଷଣର ବାର୍ତ୍ତା ଦେଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଟ୍ଟନାୟକଙ୍କ କହିବା‌ ଅନୁଯାୟୀ, ‘ପ୍ରତ୍ୟେକଟି ପିଲା ଅତୁଳନୀୟ ଏବଂ ନିଜ ନିଜ ଢଙ୍ଗରେ ଜୀବନରେ ଉନ୍ନତି କରିବାର ସାମର୍ଥ୍ୟ ସମସ୍ତଙ୍କର ରହିଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.