ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରହସ୍ୟମୟୀ ରାଜମହଲ; ଉପରେ ରହିଛି ୨ ମହଲା, ପାଣି ଭିତରେ ୫ ମହଲା

ଭୋପାଳ, ୧୫।୪: ଭାରତର ବିଭିନ୍ନ ସ୍ଥାନରେ ବହୁ ଲୋକପ୍ରିୟ ଏୈତିହାସିକ ସ୍ଥାନ ରହିଛି । ଏଥିମଧ୍ୟରୁ ଏମିତି ଅନେକ ସ୍ଥାନ ରହିଛି, ଯାହା ଆଜି ବି ରହସ୍ୟ ଘେରରେ । ତେବେ ହ୍ରଦର ସହର ଭାବେ ଭୋପାଳ ପରିଚିତ । ଏଠାରେ ଆପଣ ପ୍ରାକୃତିକ-କୃତ୍ରିମ ଉଭୟ ହ୍ରଦ ଦେଖିବାକୁ ପାଇବେ । କିନ୍ତୁ, ଏହି ହ୍ରଦଗୁଡ଼ିକ ଦେଖିବାକୁ ଯେତେ ସୁନ୍ଦର, ସେତେକି ରହସ୍ୟମୟୀ ମଧ୍ୟ । ଏଭଳି ଏକ ରହସ୍ୟମୟୀ ସ୍ଥାନ ହେଉଛି ପୁରୁଣା ଭୋପାଳସ୍ଥିତ ରାଣୀ କମଳାପତି ମହଲ । ଯାହା ନିଜର ଇତିହାସ ପାଇଁ ବେଶ୍ ପରିଚିତ । ପୂର୍ବରୁ ଏହା ଏକ ସୁନ୍ଦର ମହଲ ଥିଲା । ପରେ ଏହା ପାଣିରେ ବୁଡ଼ିଯାଇଥିଲା । କୁହାଯାଏ କି ଏହି ମହଲରୁ ନିଜାମ ଶାହଙ୍କ ପତ୍ନୀ ରାଣୀ କମଳାପତି ନିର୍ମାଣ କରିଥିଲେ । ଯାହା ପାଖାପାଖି ୩୦୦ ବର୍ଷ ପୁରୁଣା । ଯେଉଁ କାରଣରୁ ଏହି ମହଲର ନାଁ କମଳାପତି ମହଲ ରଖାଯାଇଛି । ୧୮୦୦ ଶତାବ୍ଦୀର ଗୋଣ୍ଡ ରାଣୀ ଥିଲେ ରାଣୀ କମଳାପତି । କେବଳ ସେତିକି ନୁହେଁ, ଭୋଜପାଲ ମହଲ ଏବଂ ଜାହାଜ ମହଲ ନାଁରେ ମଧ୍ୟ ଏହା ପରିଚିତ । କୁହାଯାଏ, ରାତି ସମୟରେ ଏହି ମହଲର ଛାଇ ଅବିକଳ ପାଣି ଜାହାଜ ପରି ଲାଗେ । 

ତେବେ ଏହି ମହଲଟିକୁ ରହସ୍ୟମୟ କହିବାର ମୁଖ୍ୟ କାରଣ ହେଉଛି, ଏହି ମହଲଟି ୭ ମହଲା ହୋଇଥିବା ବେଳେ ଏହାର ପ୍ରାୟ ୫ ମହଲା ପାଣିରେ ବୁଡ଼ି ରହିଛି । ତେବେ ଏହାର ୫ ମହଲା ପାଣିରେ କାହିଁକି ବୁଡ଼ି ରହିଛି ? ଏହା ପଛରେ ରହିଛି ଏକ ରୋଚକ କାହାଣୀ । ମହଲଟି ସ୍ୱତନ୍ତ୍ର ଲଖୌରୀ ଇଟା ଓ ମାଟିରେ ନିର୍ମିତ । ଏହି ଲଖୌରୀ ଇଟା ବିଶେଷ କରି ଲାହୋରରୁ ଅଣାଯାଇଥିଲା । ତେଣୁ ଏହି ମହଲ ଖୁବ୍ ମଜବୁତ୍ । ଏହି ମହଲାର ତଳ ଭାଗକୁ ଓଜନିଆ ପଥରରେ ନିର୍ମାଣ କରାଯାଇଥିଲା । ମହଲ ନିକଟରେ ଥିବା ହ୍ରଦର କୂଳକୁ ସୁନ୍ଦର ଭାବେ ଗଢ଼ାଯାଇଥିଲା । ମହଲର ସମ୍ମୁଖଭାଗରେ ଏକ ବଡ଼ ବଗିଚା ମଧ୍ୟ ରହିଛି, ଯାହା ବର୍ତ୍ତମାନ ପାଣିରେ ବୁଡ଼ିରହିଛି । କୁହାଯାଏ ମୋଗଲ ସାମ୍ରାଜ୍ୟର ପତନ ପରେ ଗିନ୍ନୋରର ଗୋଣ୍ଡର ରାଜା ନିଜାମ ଶାହଙ୍କ ଶାସନ ଚାଲୁଥିଲା । ତାଙ୍କର ସାତୋଟି ରାଣୀଙ୍କ ମଧ୍ୟରେ ଥିଲେ କମଳାପତି । ରାଣୀ କମଳାପତି କେବଳ ଯେ ସୁନ୍ଦରୀ ତା ନୁହଁ ସେ ଖୁବ୍ ବୁଦ୍ଧିମାନ ବି ଥିଲେ । 

କୁହାଯାଏ କି ନିଜାମ ଶାହଙ୍କୁ ତାଙ୍କ ଭଣଜା ଚେନ୍ ଶାହ ବିଷ ଦେଇ ହତ୍ୟା କରିଥିଲେ । ଏହାପରେ ରାଣୀ କମଳାପତି ନିଜ ପୁଅଙ୍କ ସହ ଭୋପାଳ ଚାଲିଆସିଥିଲେ । ଏଠାରେ ନିଜାମ ଶାହଙ୍କ ବନ୍ଧୁ ରାଜା ମହମ୍ମଦ ଖାନଙ୍କ ସହଯୋଗ ଲୋଡ଼ିଥିଲେ । ବନ୍ଧୁ ମହମ୍ମଦ ଖାନ୍ ରାଣୀ କମଳାପତିଙ୍କ ଉପରେ କୁଦୃଷ୍ଟି ପକାଇ ତାଙ୍କୁ ସେ ରାଣୀ ବନାଇବାକୁ ଚାହୁଁଥିଲେ । ଯାହା ଫଳରେ ରାଣୀଙ୍କ ପୁଅ ଏବଂ ମହମ୍ମଦ ଖାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ରାଣୀଙ୍କ ପୁଅ ନବଲ ଶାହଙ୍କ ମୃତ୍ୟୁ ହୋଇଥିଲା । ତେବେ ପୁଅର ମୃତ୍ୟୁ ଖବର ପାଇଁ ରାଣୀ ମହଲରେ ବନ୍ଧ ତଥା ସଂକୀର୍ଣ୍ଣ ରାସ୍ତାକୁ ଖୋଲି ଦେଇଥିଲେ । ଫଳରେ ହ୍ରଦର ପାଣି ମହଲ ଭିତରେ ପଶିଯାଇଥିଲା । ରାଣୀ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି କରିଥିଲେ । କିଛି କ୍ଷଣ ମଧ୍ୟରେ ମହଲରେ ଭରିଯାଇଥିଲା ପାଣି ଏବଂ ମହଲଗୁଡ଼ିକ ପାଣିରେ ବୁଡ଼ିବାକୁ ଲାଗିଥିଲା । ରାଣୀ କମଳାପତି ମଧ୍ୟ ଏହି ପାଣିରେ ସମାଧି ନେଇଥିଲେ । ତେବେ ମହଲର ଉପର ଦୁଇ ମହଲା ଏବେ ବି ସଂରକ୍ଷିତ ରହିଛି । ୧୯୮୯ ମସିହାରେ କମଳାପତି ମହଲକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇକୁ ହସ୍ତାନ୍ତର କରିଥିଲେ । ବର୍ତ୍ତମାନ ଏହା ଏକ ପର୍ଯ୍ୟଟନସ୍ଥଳୀ ପାଲଟିଛି ।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.