ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନୀଲ ନାରାୟଣଙ୍କ ଦମ୍‌ଦାର ଶତକ, ରାଜସ୍ଥାନକୁ ୨୨୪ ରନ୍‌ ଟାର୍ଗେଟ ଦେଲା କେକେଆର

କୋଲକାତା: ଆଇପିଏଲ ୨୦୨୪ର ୩୧ ତମ ମ୍ୟାଚ୍‌ରେ କୋଲକାତାର ଇଡେନ ଗାର୍ଡେନସ୍‌ରେ କେକେଆର ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା କେକେଆର ରନ୍‌ ବର୍ଷା କରିଛି । ନିର୍ଦ୍ଧାରିତ ଓଭରରେ ଦଳ ୬ ଓ୍ବିକେଟ ହରାଇ ୨୨୩  ରନ୍‌ କରିଛି । ଆଜିର ମ୍ୟାଚ୍‌ରେ ସୁନୀଲ ନାରାୟଣ ବିସ୍ଫୋରକ ବ୍ୟାଟିଂ କରିବା ସହ ୫୬ ବଲରୁ ୧୩ ଚୌକା ଏବଂ ୬ ଛକା ବଳରେ୧୦୯ ରନ୍‌ କରିଥିଲେ ।

ଫିଲିପ ସଲ୍ଟ (୧୦), ଅଙ୍ଗକ୍ରିସ ରଘୁବଂଶୀ (୩୦), ଶ୍ରେୟସ ଆୟର (୧୧), ଆଣ୍ଡ୍ରେ ରସେଲ (୧୩), ଭେଙ୍କଟେଶ ଆୟର (୮) ଏବଂ ରିଙ୍କୁ ସିଂଙ୍କ ଅପରାଜିତ ୨୦ ରନ୍‌ ଓ ରମଣଦୀପ ସିଂହ(୧)ଙ୍କ ବଳରେ ଦଳ ୨୨୩ ରନ୍‌ର ବିଶାଳ ସ୍କୋର କରିଛି ।  ରାଜସ୍ଥାନକୁ ୨୨୪ ରନ୍‌ ଟାର୍ଗେଟ ଦେଇଛି କେକେଆର । 

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ ରୟାଲ୍ସ । ଆଭେଶ ଖାନ ଏବଂ କୁଲଦୀପ ସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିଭଳି ଟ୍ରେଣ୍ଟ ବୋଲ୍ଟ ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୪୯ ରନ୍‌ ଦେଇଥିବା ସତ୍ତ୍ବେ ଗୋଟିଏ ବି ଓ୍ବିକେଟ ନେଇପାରିନଥିଲେ ।

 

 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.