ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା: ରୁଟି-ତରକାରୀ ନୁହେଁ ଅଣ୍ଡା ଚାଉମିନ୍ ଖାଇବି, ଜେଲ୍‌ରେ ଅଭିଯୁକ୍ତ ସଞ୍ଜୟର ଅଜବ ଡିମାଣ୍ଡ

କୋଲକାତା,୩୧।୮: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏବେ ଜେଲ୍‌ରେ ଅଛି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ। ହେଲେ ଜେଲ୍‌ରେ ବି ଚାଲିଛି ସଞ୍ଜୟର ମଉଜ। ତାକୁ ଆଉ ଏବେ ଜେଲ୍‌ର ରୁଟି ତରକାରୀ ପାଟିକୁ ଭଲ ଲାଗୁନି।ଚାଇନିଜ୍ ଫୁଡ୍ ଖାଇବ ବୋଲି ପୋଲିସକୁ ଦେଉଛି ଅର୍ଡର। ପ୍ରେସିଡେନ୍ସି ସୁଧାର ଗୃହ‌ରେ ଥିବା ସଞ୍ଜୟର ଡିମାଣ୍ଡ ଯେପରି ସରୁନି। ପୂର୍ବରୁ ମଟନ ଖାଇବାକୁ ଓ ଶୋଇବା ପାଇଁ ଏକ୍ସଟ୍ରା ଟାଇମ୍‌ ମାଗିଥିଲା ସଞ୍ଜୟ। ଏବେ ସେ ଅଣ୍ଡା ଚାଉମିନ୍ ଖାଇବ ବୋଲି ଅର୍ଡର ଦେଉଛି।ଆଉ କୋଲକାତା ପୋଲିସ ବି ତା’ର ସବୁ କଥା ମାନି ପୂର୍ବରୁ ମଟନ୍ ଖାଇବାକୁ ଦେଇସାରିଛି। 

ପ୍ରେସିଡେନ୍ସି ଜେଲ୍‌ର ସେଲ୍‌ ନମ୍ବର ୨୧ରେ ଏବେ ଅଛି କୋଲକାତା ଟ୍ରେନିଂ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ସଞ୍ଜୟ। ସଞ୍ଜୟକୁ ଜେଲ୍‌ରେ ମଟନ୍‌ ଦିଆଯାଇଥିବା ଖବର ନେଇ ପୋଲିସ କହିଛି ଏହା ଜେଲ୍ ମେନ୍ୟୁରେ ରହିଛି।  କିନ୍ତୁ ଏବେ ସଞ୍ଜୟ ଜେଲ୍ ଅଧିକାରୀଙ୍କ ପାଖରେ ଅଣ୍ଡା ଚାଉମିନ୍ ଖାଇବାକୁ ଡିମାଣ୍ଡ କରିଛି। ଜେଲ୍‌ର ସାଧା ଖାଇବା ତାକୁ ଏବେ ଆଉ ଭଲ ଲାଗୁନି ବୋଲି କହିଛି। ତେବେ ଜେଲ୍ ପ୍ରଶାସନ ତାକୁ କଡା ଭର୍ତ୍ସନା କରିବା ସହ ଅଣ୍ଡା ଚାଉମିନ୍ ଦେବନି ବୋଲି ସ୍ପଷ୍ଟ ଭାବରେ ମନା କରିଦେଇଛି।

ଜେଲ ନିୟମ ଅନୁସାରେ, କଏଦୀଙ୍କୁ ସେହି ଖାଦ୍ୟ ଦିଆଯାଏ, ଯାହା ସବୁ କଏଦୀ   ଖାଇଥାନ୍ତି। ଏପରିକି କେବେ କୌଣସି କଏଦୀଙ୍କୁ ଘରର ଖାଦ୍ୟ ଖାଇବାକୁ ଦିଆଯାଇନଥାଏ। କାରଣ ‌ତାହା ଜେଲ୍‌  ନିୟମର  ଉଲଂଘନ। ସଞ୍ଜୟର ପ୍ରତିଦିନ ଏଭଳି ଡିମାଣ୍ଡ ଦେଖି ଲାଗୁଛି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ନେଇ ତା ମନରେ ଟିକେ ବି ପଶ୍ଚାତାପ ନାହିଁ। ସିବିଆଇ କଷ୍ଟଡିରୁ ସୁଧାର ଗୃହକୁ ଯିବା ପରେ ସଞ୍ଜୟ ଶୋଇବାକୁ ଅତିରିକ୍ତ ସମୟ ମାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.