ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କୋରାପୁଟ ପାଇଁ ଅବକାରୀ ବିଭାଗ ବିଜ୍ଞପ୍ତି: ଦେଶୀ ମଦଭାଟି ସହ ଖୋଲିବ ୮ ଦୋକାନ, ଲଟେରି ଆବେଦନର ଶେଷ ତାରିଖ ଜୁଲାଇ ୨

ଭୁବନେଶ୍ୱର,୨୮/୦୬: ଓଡ଼ିଶା ସରକାର  ମଦ ବନ୍ଦ କରିବାକୁ ବିଚାର କରୁଛନ୍ତି । ବୁଧବାର ଗଣମାଧ୍ୟମରେ ଏମିତି ବୟାନ ଦେଇଥିଲେ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯାହାକୁ ନେଇ ସାରା ରାଜ୍ୟରେ  ଚହଳ ପଡ଼ିଥିଲା । ତେବେ ଏହାରି ଭିତରେ ଅବକାରୀ ବିଭାଗ ପକ୍ଷରୁ ସାଂଘାତିକ ଖବର ପଦାକୁ ଆସିଛି । କୋରାପୁଟ ଜିଲ୍ଳାରେ ଅବକାରୀ ବିଭାଗ ଗୋଟିଏ ଦେଶୀ ମଦଭାଟି, ୮ଟି ଦେଶୀ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛି । ଏ  ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ  ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି।

ମନ୍ତ୍ରୀ ଶ୍ରୀ ଗଣ୍ଡ ଗଣମାଧ୍ୟମକୁ କହିଥିଲେ, ରାଜ୍ୟରେ ମଦ ବନ୍ଦ କରିବାକୁ ବିଚାର କରୁଛନ୍ତି । ଏନେଇ ଅବକାରୀ ଓ ଅନ୍ୟ ବିଭାଗ  ସହ ଆଲୋଚନା ଚାଲିଛି । ହେଲେ ଏପଟେ ନୂଆ ଦେଶୀ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଲଟେରିରେ ଯାହାଙ୍କ ନାଁ ଉଠିବ ସେ କୋରାପୁଟ ଜିଲ୍ଲାରେ ୮ଟି  ଦେଶୀ ମଦ ଦୋକାନ ଖୋଲିପାରିବ । ସେ ସବୁ ପଞ୍ଚାୟତ ହେଲା ସୁନାବେଡ଼ା ମ୍ୟୁନିସିପାଲିଟି, ପାକୁଝୋଲା ପଞ୍ଚାୟତ, ଦୁଧାରି ପଞ୍ଚାୟତ,  ମାଥଲପୁଟ ପଞ୍ଚାୟତ, ଲିଟିଗୁଡ଼ା ପଞ୍ଚାୟତ,  ରାଜପୁଟ ପଞ୍ଚାୟତ, ଛାରଙ୍ଗୁଳ ପଞ୍ଚାୟତ ଓ  ଡୁମୁରିପଦର ପଞ୍ଚାୟତ ।  

ଅନ୍ୟ ପକ୍ଷରେ ୨୦୨୧ରେ ସାରା ରାଜ୍ୟରେ  ଥିବା ସମସ୍ତ ବିଦେଶୀ ଠିପି ବନ୍ଦ ଓ ଦେଶୀ  ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ନବୀକରଣ କରିବାକୁ ସରକାର ନିଷ୍ପତ୍ତି  ନେଇଥିଲେ । ୧୨୯୭ଟି ମଦ ଦୋକାନ ପାଇଁ  ୧୯୪୧୬ ଜଣ ଆବେଦନ କରିଥିଲେ । ଅର୍ଥାତ୍‌  ପ୍ରତି ଦୋକାନ ପିଛା ୧୫ ଜଣ ଆବେଦନ କରିଛନ୍ତି ।  ପ୍ରତି ଆଦେନକାରୀ ୧ ଲକ୍ଷ ଟଙ୍କାରେ ଲଟେରି  ଫର୍ମ କିଣିଥିଲେ । ଯାହା ଫେରସ୍ତ ହୋଇନଥିଲା ।  ହେଲେ ୩ ବର୍ଷ ଭିତରେ ଅବକାରୀ ବିଭାଗ ୧  ଲକ୍ଷ ଟଙ୍କାକୁ ବଢ଼ାଇ ଦେଢ଼ ଲକ୍ଷ ଟଙ୍କା କରିଛନ୍ତି ।  

ସେପଟେ ସରକାର ଯଦି ମଦ ଦୋକାନ  ବନ୍ଦ କରନ୍ତି ତା’ହେଲେ ମଦ ନ ପାଇ କେତେ  ଲୋକଙ୍କର ମୃତ୍ୟୁ ହେବ ତାହା ଆକଳନ କରିବା ଅସମ୍ଭବ । ବିହାର ରାଜ୍ୟରେ ଯେତେବେଳେ ମଦ  ବନ୍ଦ ହେଲା ପ୍ରଥମ ସପ୍ତାହରେ ୨୭୦ ଜଣଙ୍କ  ମୃତ୍ୟୁ ହୋଇଥିଲା । କିଛି ତ’ ମଦ ପାଇଁ ରାଜ୍ୟ  ଛାଡ଼ି ଅନ୍ୟତ୍ର ପଳାଇଥିଲେ । ଓଡ଼ିଶାରେ ମଦ  ଦୋକାନ ବନ୍ଦ କରିବା ପୂର୍ବରୁ ସରାକର ଯଦି  କିଛି ବ୍ୟବସ୍ଥା ନ କରନ୍ତି ତା’ହେଲେ ସ୍ଥିତି କ’ଣ  ହେବ ତାହା ଜଳ ଜଳ ଦେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.