ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଡିପ୍‌ଫେକ୍‌ର ଶିକାର ହେଲେ କୁମାର ସାନୁ, ଘଟଣାର ତଦନ୍ତ କରିବାକୁ ସରକାରଙ୍କୁ କଲେ ଅନୁରୋଧ

ମୁମ୍ବାଇ୧୨/୦୮: ବଲିଉଡର ସୁପ୍ରସିଦ୍ଧ ଗାୟକ କୁମାର ସାନୁ ଡିପ୍‌ଫେକ୍‌ ଭିଡିଓର ଶିକାର ହୋଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଇଁ ସେ ସଙ୍ଗୀତ କାର୍ଯ୍ୟକ୍ରମ କରୁଥିବାର ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଜି ଏହାକୁ ସେ ଖଣ୍ଡନ କରିଛନ୍ତି । ନିଜ ସୋସିଆଲ ମିଡିଆ ଏକ୍ସରେ ସେ ଏକଥା ସ୍ପଷ୍ଟ କରିଛନ୍ତି । କହିଛନ୍ତି ସେ ଇମ୍ରାନଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହା ତାଙ୍କର ଡିପ୍‌ଫେକ୍‌ ଭିଡିଓ । କିଛି ଲୋକ ତାଙ୍କୁ ବଦନାମ କରିବା ଲାଗି ଏଭଳି ପନ୍ଥା ଗ୍ରହଣ କରିଛନ୍ତି । ଟୋକ୍ନୋଲୋଜିର ଅପବ୍ୟବହାର କରାଯାଇଛି । ଏହାକୁ ବିଶ୍ୱାସ ନ କରିବାକୁ ସେ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି । 




ଏଥିସହ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ସୋସିଆଲ ମିଡିଆରେ କୁମାର ସାନୁଙ୍କର ସଙ୍ଗୀତ କାର୍ଯ୍ୟକ୍ରମର ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ କୁହାଯାଇଛି କି ଇମ୍ରାନ ଜେଲ୍‌ରୁ ମୁକ୍ତ ହେବା ଖୁସିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କିନ୍ତୁ ବାସ୍ତବରେ ଉକ୍ତ ଭିଡିଓ ହେଉଛି ଚଳିତବର୍ଷ ବ୍ରିସବେନ୍‌ରେ କୁମାର ସାନୁ କରିଥିବା ତାଙ୍କର ଏକ କାର୍ଯ୍ୟକ୍ରମର । ତାକୁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଟେକ୍ନୋଲୋଜି ମାଧ୍ୟମରେ ବଦଳାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.