ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଦ୍ୟୁତ ସର୍ଟସର୍କିଟରେ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡ଼ି,୩/୩: ଦାରିଙ୍ଗବାଡ଼ି ଥାନା ଭ୍ରମରବାଡ଼ି ପଞ୍ଚାୟତ ମ୍ଲାହୁପାଙ୍ଗା ସାହିର ସଦାନନ୍ଦ ପ୍ରଧାନ ଏବଂ ପ୍ରମୋଦ ପ୍ରଧାନ ଙ୍କ ଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡ଼ି ଯାଇଛି ।   ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ ଜରୁରୀ ଆସବାବ ପତ୍ର ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି।  

ସୂଚନା ଅନୁଯାୟୀ ,ଘରେ କେହି ନଥିବା ସମୟରେ ମଧ୍ୟାହ୍ନରେ ସଦାନନ୍ଦ ଏବଂ ପ୍ରମୋଦ ପ୍ରଧାନଙ୍କ ଘରେ ଧୂଆ ବାହାରୁଥିଲା। ଏହା ଦେଖି  ଘର ବାହାରେ ଏକାକୀ ବସିଥିବା ବୁଢ଼ୀ ମାଆ ଆଖପାଖ ଘର ଲୋକଙ୍କୁ ଜଣେଇ ଥିଲା । ସରପଞ୍ଚ  ନରୋତ୍ତମ ପ୍ରଧାନ ତୁରନ୍ତ  ଅଗ୍ନିଶମ ବିଭାଗ କୁ ଜଣାଇଥିଲେ । ଖବର ପାଇ  ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ ହେଲେ ସେତେବେଳେ ଘରର ଜିନିଷ ପତ୍ର ସମ୍ପୂର୍ଣ୍ଣ ପଡ଼ି ଯାଇଥିଲା।  ନଗଦ ୮୦ ହଜାର ରୁ ଉର୍ଦ୍ଧ ଟଙ୍କା, ଧାନ,ଚାଉଳ ସହ ମୂଲ୍ୟବାନ ଜିନିଷ ପୋଡ଼ି ଯାଇଥିବା ଜଣାପଡ଼ିଛି । ପରେ ଖବର ପାଇ ବିଡ଼ିଓ ଗଦାଧର ପାତ୍ର ଙ୍କ ସହିତ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ଏବଂ ଆରଆଇ ସୁବ୍ରତ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି  ଚାଉଳ, ଡାଲି, ଆଳୁ ସହିତ ଅନ୍ୟାନ୍ୟ ଜିନିଷ ପ୍ରଦାନ କରିଥିଲେ।

ଆହୁରି ପଢନ୍ତୁ : ଭାଙ୍ଗିଲା ପୁରୁଣା କୋଠାଘର : ଜଣେ ମୃତ, ୩ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.