ଦାରିଙ୍ଗବାଡି,୧୮/୩ : ଲକ୍ଷ୍ମୀ ଯୋଜନାରେ ଦାରିଙ୍ଗବାଡି ବ୍ଲକର ପ୍ରତ୍ୟେକ ପଞ୍ଚାୟତକୁ ଗଡ଼ିଲା ଲକ୍ଷ୍ମୀ ବସ୍ । ଦାରିଙ୍ଗବାଡି ବ୍ଲକରେ ୨୫ ଗୋଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ସଂଯୋଗ କରିବା ପାଇଁ ୭ ଗୋଟି ରୁଟ୍ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଗୋଟିଏ ବସ ପ୍ରଦାନ କରାଯାଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ୬ ଗୋଟି ବସ ପ୍ରଦାନ କରାଯାଇଥିଲା ସୋମବାର ପ୍ରତ୍ୟେକ ରୁଟରେ ବସ ଗଡିଥିଲା । ଫଳରେ ପଞ୍ଚାୟତ ଠାରୁ ବ୍ଲକ ହେଡକ୍ୱାର୍ଟର ଲୋକେ ଯାତାୟାତ କରିପାରିବା ପାଇଁ ସୁବିଧା ହୋଇଛି । ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଅନୁଧ୍ୟାନ କରିଥିବା ବେଳେ ଓଏସଆରଟିସି ସୁପରଭାଇଜର ରାକେଶ ସାହୁ ଉପସ୍ଥିତ ଥିଲେ।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...