ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ଉପରେ ବର୍ଷିଲେ ଲାଲୁ, କହିଲେ- ସମ୍ବିଧାନ ବଦଳାଇବା କଥା କହିଲେ ଜନତା ଆଖି କାଢି ବାହାର କରି ନେବେ...

ନୂଆଦିଲ୍ଲୀ,୧୫।୪: ଲୋକସଭା ନିର୍ବାଚନ ୨୦୨୪ ଭିତରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିଜେପି ନେତାଙ୍କୁ ଦେଇଛନ୍ତି ଚେତାବନୀ । ଲାଲୁ କହିଛନ୍ତି ବିଜେପି ନେତା ଲଗାତାର ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି।ଯଦି ଏଭଳି କରନ୍ତି ତେବେ ଦେଶର ଗରିବ ଜନତା ତାଙ୍କ ଆଖି କାଢି ବାହାର କରିଦେବେ। ଜନତା ତାଙ୍କୁ କ୍ଷମା କରିବୋନି। ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ଦେଶରେ ନିଜର ଏକଛତ୍ରବାଦୀ ଶାସନ ଲାଗୁ କରିବାକୁ ଚାହେଁ। ସମ୍ବିଧାନକ ବଦଳାଇବା ଅର୍ଥାତ ଲୋକତନ୍ତ୍ରକୁ ଶେଷ କରିବାକୁ ଚାହାନ୍ତି। ଲାଲୁ ବିଜେପିର ୪୦୦ ପାର ସ୍ଲୋଗାନକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି।

ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦବ ଯାଦବ ସୋମବାର ଗଣମାଧ୍ୟମ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଜେପି ନେତା ଚିନ୍ତାରେ ଅଛନ୍ତି। ସେମାନେ ଭାବିନେଇଛନ୍ତି ଯେ, ଲୋକସଭା ନିର୍ବାଚନରେ ହାରୁଛନ୍ତି। ତେଣୁ ସେମାନେ ୪୦୦ ପାର ସିଟ୍‌ ଆଣିବା କଥା କହୁଛନ୍ତି। ସେମାନେ ଜନତାଙ୍କ ଭିତରେ ଯାଇ ଲୋକଙ୍କୁ ବହୁ ମତ ଦାବି କରୁଛନ୍ତି, ଫଳରେ ସମ୍ବିଧାନକୁ ବଦଳାଇ ପାରିବେ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମନେଥିବ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ଦେଶରେ ସଂରକ୍ଷଣ ଉପରେ ପୁନଃବିଚାର କରିବା କଥା କହିଥିଲେ। ସେତେବେଳେ ଜନତା ତାଙ୍କ ଉଦେଶ୍ୟ ବିଷୟରେ ସମ୍ପୂର୍ଣ୍ଣ ଭାବରେ ବିଫଳ କିରିଥିଲେ। ସେଭଳି ଏଥର ମଧ୍ୟ ହେବ। ବିଜେପି ପୁଣିଥରେ ପୁରୁଣା ସ୍ଥିତିରେ ପହଁଞ୍ଚି ଯିବ। ଲାଲୁ କହିଛନ୍ତି, ବିଜେପି ନେତା ଖୋଲାଖୋଲି ଭାବରେ କହୁଛନ୍ତି, ସମ୍ବିଧାନ ବଦଳାଇ ଦେବେ। ସେ କହିଛନ୍ତି, ଏହା ବାବା ସାହେବ  ଭୀମରାଓ ଆମ୍ବେଦକରଙ୍କ ଦ୍ବାରା ତିଆରି ହୋଇଥିବା ସମ୍ବିଧାନ। ଏହା ଯେ କୌଣସି ସାଧାରର ବାବାଙ୍କର ନୁହେଁ। ଖବରଦାର ଯଦି ଏଭଳି ସାହାସ କର, ତେବେ ଜନତା ଚୁପ୍ ରହିବେନି। ସମ୍ବିଧାନକୁ ବଦଳାଇ ଦେଶରୁ ଲୋକତନ୍ତ୍ରକୁ ନଷ୍ଟ କରିବାକୁ ଚାହାନ୍ତି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.