ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଜୀତନ ରାମ୍ ମାଂଝିଙ୍କୁ ବିହାର ମୁଖ୍ୟମନ୍ତ୍ରୀ ପଦ ଅଫର୍ ଦେଲା ଲାଲୁ ଯାଦବଙ୍କ RJD, ହାମ୍ କହିଲା…

Published By : Prameya | January 26, 2024 6:06 PM

ନୂଆଦିଲ୍ଲୀ: ବିହାର ରାଜନୀତିରେ କ୍ଷମତା ସମୀକରଣରେ ପରିବର୍ତ୍ତନ ହେବାର ଆଶଙ୍କା ମଧ୍ୟରେ ଏବେ ଏକ ବଡ ଖବର ଆସୁଛି । ସୂତ୍ରରୁ ପ୍ରକାଶ ଯେ ଲାଲୁ ପ୍ରସାଦ ଯାଦବଙ୍କ ଦଳ (ଆରଜେଡି) ଜୀତନ ରାମ ମାଂଝିଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛି । ଜୀତନ ରାମ୍ ମାଂଝି ହେଉଛନ୍ତି ହାମ୍ (HAM) ର ନେତା ଏବଂ ତାଙ୍କ ଦଳର ବିଧାନସଭାରେ ଚାରିଜଣ ବିଧାୟକ ଥିବାବେଳେ ଆରଜେଡିରେ ସର୍ବାଧିକ ୭୯ ଜଣ ବିଧାୟକ ଅଛନ୍ତି । ଜୀତନ ରାମ ମାଂଝି ପୂର୍ବରୁ ବିହାରର ସିଏମ ମଧ୍ୟ ରହି ସାରିଛନ୍ତି । ନୀତୀଶ କୁମାର ତାଙ୍କୁ ସିଏମ୍ କରିଥିଲେ ଏବଂ ପରେ ତାଙ୍କୁ ହଟାଇ ଦେଇଥିଲେ । 

ଏହା ଉପରେ ହାମ ପାର୍ଟି ମୁଖପାତ୍ର ଡାନିଶ ରିଜୱାନ ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଯଦିଓ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଦିଅନ୍ତି, ତଥାପି ଆମେ ତାଙ୍କ ସହିତ ଯିବୁ ନାହିଁ । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରହିଛୁ ଏବଂ ରହିବୁ । କିଛି ଘଣ୍ଟା ମଧ୍ୟରେ ବିହାରରେ ଏକ ବଡ ପରିବର୍ତ୍ତନ ହେବ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମ ପାଇଁ ପଦବୀ ନୁହେଁ ବରଂ ବିହାରର ବିକାଶ ହିଁ ଗୁରୁତ୍ୱପୂର୍ଣ୍ଣ । ଆମେ ଏନଡିଏ ସହିତ ରହିଛୁ ଏବଂ ଆମର ବିଧାୟକମାନେ ମଧ୍ୟ ଏକାଠି ଅଛନ୍ତି । 

ସୂଚନାଥାଉକି, ବିହାର ବିଧାନସଭା ସଦସ୍ୟଙ୍କ ସଂଖ୍ୟା ୨୪୩ ଅଟେ । ୨୦୨୦ ନିର୍ବାଚନରେ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇ ୭୯ ଟି ଆସନ ଜିତିଥିବାବେଳେ ବିଜେପି ୭୮ ଜଣ ପ୍ରାର୍ଥୀ ଜିତି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ବର୍ତ୍ତମାନର ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀ ଜେଡିୟୁ ଅଛନ୍ତି, ଯାହାର ୪୫ ଜଣ ବିଧାୟକ ଅଛନ୍ତି । ଶାସକ ଦଳର ଅନ୍ୟ ଏକ ଅଂଶ ହେଉଛି କଂଗ୍ରେସ, ତେବେ ବିଧାନସଭାରେ ଏହାର ୧୯ ଜଣ ସଦସ୍ୟ ଅଛନ୍ତି । ଅନ୍ୟପକ୍ଷରେ ଅନ୍ୟାନ୍ୟ ଦଳରୁ ମଧ୍ୟ ବିଧାୟକ ରହିଛନ୍ତି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.