ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଏମର୍ଜେନ୍ସି ସମୟରେ ମୋଦି-ନଡ୍ଡାଙ୍କ ନାଁ ଶୁଣିନି,ଜେଲ ପଠାଇଥିଲେ ବି ଇନ୍ଦିରା ଆମକୁ କେବେ ଦେଶଦ୍ରୋହୀ କହିନଥିଲେ: ଲାଲୁ

ନୂଆଦିଲ୍ଲୀ,୨୯।୬: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଜରୁରୀକାଳୀନ ସ୍ଥିତିର ବାର୍ଷୀକି ଅବସରରେ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି। ଲାଉ କହିଛନ୍ତି, ଏମର୍ଜେନ୍ସି ସମୟରେ ଜୟ ପ୍ରକାଶ ନାରାୟଣ(ଜେପି)ଙ୍କ ସହ ଜଡିତ ଥିଲେ। ସେତେବେଳେ ସେ ୧୫ ମାସ ମୀସା ଆକ୍ଟ ଅନୁସାରେ, ଜେଲ ଯାଇଥିଲେ।  ସେତେବେଳେ ବିଜେପିର ବହୁ ବଡ ନେତା ବିଷୟରେ ଜାଣିନଥିଲି, ଯେଉଁମାନେ କି ଆଜି ଏମର୍ଜେନ୍ସି ବିଷୟରେ କଥା ହେଉଛନ୍ତି। ଲାଲୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସହିତ କେନ୍ଦ୍ର କ୍ୟାବିନେଟ୍‌ର ବହୁ ମନ୍ତ୍ରୀଙ୍କ ନାଁ ମଧ୍ୟ ସେ କିମ୍ବା ତାଙ୍କ ସାଥିମାନେ ଶୁଣିନଥିଲେ, ଯେଉଁମାନେ ଆଜି ସ୍ବାଧୀନତାର ପାଠ ପଢାଉଛନ୍ତି।

ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଶନିବାର ସୋସିଆଲ ମିଡିଆ ଫ୍ଲାଟଫର୍ମ ଏକ୍ସରେ ଜରୁରୀକାଳୀନ ସ୍ଥିତିର ବାର୍ଷିକୀ ଅବସରରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲାଲୁ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ଏବଂ ତାଙ୍କ ଭଳି ବହୁ ନେତାଙ୍କୁ ଜେଲ୍‌ ପଠାଇଥିଲେ। ଲାଲୁ କହିଛନ୍ତି, ଜେଲ୍‌ରେ ତାଙ୍କୁ କେବେ  ଦେଶଦ୍ରୋହୀ କହି ଗାଳି ଦିଆଯାଇନାହିଁ। ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ସ୍ମୃତିକୁ ନଷ୍ଟ କରିବାର ମଧ୍ୟ କେବେ ବି  ଚେଷ୍ଟା କରାଯାଇ ନହିଁ। ୧୯୭୫ର ଏମର୍ଜେନ୍ସି ଦେଶର ଲୋକତନ୍ତ୍ରର ଏକ କଳାଦିନ, କିନ୍ତୁ ଏହା ଭୁଲିବା ଉଚିତ ନୁହେଁ ଯେ, ୨୦୨୪ ରେ ବିରୋଧିଙ୍କୁ ସମ୍ମାନ ମିଳୁନି।’

ଉଲ୍ଲେଖନୀୟ ଯେ, ଲାଲୁ ସେହି ବଡ ନେତାଙ୍କ ଭିତରେ ରହିଛନ୍ତି, ଯେଉଁମାନେ କି ଜେପି ଆନ୍ଦୋଳନରୁ ବାହାରି ପରେ ରାଜନୀତିରେ ନିଜର ଛାପ ଛାଡିଛନ୍ତି। ଲାଲୁ ଏମର୍ଜେନ୍ସି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଜେଲ୍ ଯାଇଥିଲେ। ଏହି ସମୟରେ ଲାଲୁଙ୍କର ଝିଅ ଜନ୍ମ ହୋଇଥିଲେ। ସେଥିପାଇଁ ଲାଲୁ ତାଙ୍କ ଝିଅର ନାଁ ରଖିଥିଲେ ମିସା ଭାରତୀ, କାରଣ ମିସା ଆକ୍ଟ ଅନୁସାରେ, ଇନ୍ଦିରା ସରକାର ତାଙ୍କୁ ଜେଲ୍ ପଠାଇଥିଲେ। ଲାଲୁଙ୍କର  ଆରଜେଡି ଏବେ ଇଣ୍ଡିବ ମେଣ୍ଟରେ ଅଛି। ବିଜେପି ନେତା ତାଙ୍କୁ ତାଙ୍କୁ ସବୁବେଳେ ଏହି କଥା କହି କଟାକ୍ଷ କରିଥାନ୍ତି, ଯେ ଯେଉଁ କଂଗ୍ରେସ ସରକାର ଜେଲ୍‌ରେ ପକାଇଥିଲେ, ଏବେ ତାଙ୍କୁ ସମର୍ଥନ କରୁଛ।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.