ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜମ୍ମୁରେ ଭୂ-ସ୍ଖଳନରେ ମହିଳାଙ୍କ ସହ ୩ ଛୁଆ ମୃତ, ୟୁପିରେ କାଳବୈଶାଖୀ ନେଲା ୩ ଜୀବନ

ନୂଆଦିଲ୍ଲୀ, ୦୩/୦୩: ବିଗତ ୩ ଦିନ ହେଲା ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ସହ ବରଫପାତ ହେଉଛି । ଫଳରେ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି । ଜମ୍ମୁର ଜନବସତି ଅଞ୍ଚଳରେ ଭୂ-ସ୍ଖଳନ ଯୋଗୁଁ ଏକ କଚ୍ଚ ଘର ଭୁଶୁଡ଼ି ଯାଇଛି । ଫଳରେ ଘରେ ରହୁଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । ମାଆ ସହ ଆଖି ବୁଜିଛନ୍ତି ୩ ଛୁଆ । ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ପ୍ରବଳ ବର୍ଷା ଓ ବରଫପାତ ଯୋଗୁଁ ଲଗାତାର ଦ୍ୱିତୀୟ ଦନ ବନ୍ଦ ରହିଛି ଜମ୍ମୁ-କାଶ୍ମୀର ଜାତୀୟ ରାଜପଥ । ରାମବନ ଜିଲ୍ଲାର ଢାଲବାସ ଅଞ୍ଚଳରେ ଭୂ-ସ୍ଖଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ମୁଗଲ ରୋଡରେ ଶନିବାର ୭ଟି ଟ୍ରକ୍ ଫସି ଯାଇଥିବା ବେଳେ ଉଦ୍ଧାର କରାଯାଇଥିଲା ।

ଅନ୍ୟପଟେ ଉତ୍ତରପ୍ରଦେଶରେ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳିଛି । କାଳବୈଶାଖୀ ସହ ବଜ୍ରପାତ ଯୋଗୁଁ ମୈଦାନିରେ ୩ ଜଣ ପ୍ରାଣ ହରାଇଛନ୍ତି । ଝାନସୀରେ କୁଆପଥର ବର୍ଷା ହୋଇଛି । ବର୍ଷା ଘଡ଼ଘଡ଼ି ଲାଗି ଉତ୍ତରପ୍ରଦେଶର ୫୦ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସେପଟେ ମଧ୍ୟପ୍ରଦେଶର ଗୁନା, ଅଶୋକ ନଗର ଓ ଶିବପୁରୀ ସମତେ ଆଉ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । କେତେକ ସ୍ଥାନରେ କୁଆପଥର ବର୍ଷା ବି ହୋଇଛି । ପଞ୍ଜାବ ଓ ହରିୟାଣାରେ ମଧ୍ୟ ବର୍ଷା ସହ କୁଆପଥର ମାଡ଼ ହୋଇଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଅନୁସାରେ, ଆସନ୍ତା ୨୪ ଘଣ୍ଟାରେ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇପାରେ । ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ମଧ୍ୟମଧରଣର ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.