ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ମାଟି ଅତଡ଼ା ଖସି ଜଣେ ଶ୍ରମିକ ମୃତ, ଦୁଇ ଗୁରୁତର

Published By : Prameya | February 27, 2024 1:49 PM

ମ.ରାମପୁର,୨୭/୦୨ : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସାଲେପାଳି ପଞ୍ଚାୟତର ଡୁଟା ଠାରେ ସାନ୍ଦୁଲ ଵ୍ୟାରେଜ୍‌ରେ ଅଘଟଣ। ମାଟି ଅତଡା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହେଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି। 

ସୂଚନା ଅନୁଯାୟୀ, ମଙ୍ଗଳବାର ପ୍ରାୟ ଦିନ ସାଢେ଼ ଦଶଟାରେ ବ୍ୟାରେଜର ଗେଟ୍ କାମ ଚାଲିଥିବା ବେଳେ ଏହି କାମରେ ୫ ଜଣ ଶ୍ରମିକ ନିୟୋଜିତ ଥିଲେ। ଏହି ସମୟରେ ମାଟି ଅତଡା ଖସିଯିବାରୁ ତାମିଲନାଡୁର ନିଆନ ବାଗ କୋଶଳ ଗଜ୍ (୫୩ ବର୍ଷ), ତାଙ୍କ ଦୁଇ ପୁଅ ସନ୍ଦୀପ ପ୍ରସାଦ କୋଶଳ ଗଜ (୨୮ବର୍ଷ) ଓ ଦୀପକ୍ କୋଶଳ ଗଜ(୨୪ବର୍ଷ) ମାଟି ତଳେ ଚାପି ହୋଇ ଯାଇଥିଲେ । ଅନ୍ୟ ଦୁଇ ଶ୍ରମିକ ଅନ୍ୟମାନଙ୍କ ସହାୟତାରେ ତିନିଜଣଙ୍କୁ ଉଦ୍ଧାର କରା ଯାଇଥିଲା। ତେବେ ନିଆନ୍ ବାଗ ସବା ତଳେ ଚାପି ହେଇଥିବା ଯୋଗୁଁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ମ.ରାମପୁର ପୁଲିସ ଘଟଣା ସ୍ଥଳକୁ ଯାଇ ଆହତଙ୍କୁ ମ.ରାମପୁର ଡାକ୍ତରଖାନା ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଶବ ମଧ୍ୟ ଜବତ କରି ବ୍ୟବଚ୍ଛେଦ ପାଇଁ ରଖା ଯାଇଥିବା ବେଳେ ପୁଲିସ ଏସଆଇ ଶ୍ରୀରାଜ୍ ପାଢ଼ୀ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ୧୩୦ କୋଟି ଟଙ୍କାରେ ବ୍ୟାରେଜ୍ ନିର୍ମାଣ  କରାଯାଇଛି  ଏବଂ ୧୭୦ କୋଟି ଟଙ୍କାରେ କେନାଲ ନିର୍ମାଣ କରାଯାଇ ୫୦୦୦ ହଜାର ହେକ୍ଟର ଜମିକୁ ପାଣି ଯୋଗାଇବା ପାଇଁ ଏହି ବ୍ୟାରେଜ୍‌ର ନିର୍ମାଣ ହେଇଛି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.