ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଶ୍କର ଆତଙ୍କବାଦୀ ଶୋଏବ ମିର୍ଜା ଗିରଫ, ରାମେଶ୍ବରମ କାଫେ ବିସ୍ଫୋରଣ ମାମଲା ସହ ରହିଛି କନେକ୍ସନ୍‌

ନୂଆଦିଲ୍ଲୀ: ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ରାମେଶ୍ବରମ କାଫେ ବ୍ଲାଷ୍ଟ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । କାଫେ ବିସ୍ଫୋରଣ ମାମଲାରେ ୪ଟି ରାଜ୍ୟରେ ଚାଲିଥିବା ଚଢ଼ାଉରେ ସଫଳତା ପାଇଛି ଏନଆଇଏ । ଅଭିଯୁକ୍ତ ଲଶ୍କର-ଏ ତୋଇବାର ଆତଙ୍କବାଦୀ ବୋଲି ଜଣାପଡ଼ିଛି । ୩୫ ବର୍ଷୀୟ ଅଭିଯୁକ୍ତ ଶୋଏବ ଅହମ୍ମଦ ମିର୍ଜା ଓରଫ ଛୋଟୁ କର୍ଣ୍ଣାଟକର ହୁବଳି ସହରର ବାସିନ୍ଦା । ଏହି ମାମଲାର ସେ ପଞ୍ଚମ ଅଭିଯୁକ୍ତ । ସେ ଲଶ୍ମର ଏ ତୋଇବାର ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ମଧ୍ୟ ଦୋଷୀ । 

ଏନଆଇଏ ତଦନ୍ତରୁ ଜଣାପଡ଼ିଛି ଯେ, ଶୋଏବ ମିର୍ଜା ଜେଲରୁ ବାହାରିବା ପରେ ନୂଆ ଷଡ଼ଯନ୍ତ୍ର ରଚିଥିଲା । ଅଭିଯୁକ୍ତ ମିର୍ଜା ୨-୧୮ରେ ମଥୀନ ତାହାକୁ ଜଣେ ଅନଲାଇନ୍‌ ହ୍ୟାଣ୍ଡଲର ସହ ସାକ୍ଷାତ କରାଇଥିଲା । ଏନକ୍ରିପ୍ଟେଡ ଚାଟ୍‌ ଲାଗି ତାକୁ ଏକ ଇମେଲ ଦେଇଥିଲା ମିର୍ଜା । ଅବ୍ଦୁଲ ମଥୀନ ତାହାକୁ ରାମେଶ୍ବରମ୍‌ କାଫେ ବ୍ଲାଷ୍ଟ ମାମଲାରେ ଏପ୍ରିଲ ୧୨ରେ ଗିରଫ କରିଥିଲା ଏନଆଇଏ । ମଥୀନ ତାହା ସମେତ ମୁସାବୀର ଶାଜିବ ମଧ୍ୟ ଗିରଫ ହୋଇଥିଲା । 

ଏନଆଇର ଟିମ୍‌ ମେ ୨୧ରେ ରାମେଶ୍ବର ବିସ୍ଫୋରଣ ମାମଲା ପଛର ସବୁ କାରଣ ଖୋଜିବା ଲାଗି ବିଭିନ୍ନ ରାଜ୍ୟରେ ଚଢ଼ାଉ କରିଥିଲା । ଏନଆଇଏ ଟିମ୍‌ କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ୧୧ଟି ସ୍ଥାନରେ ଛାନଭିନ କରିଥିଲା ।  ବେଙ୍ଗାଲୁରୁର ବ୍ରୁକଫିଲ୍ଡରେ ଥିବା ରାମେଶ୍ବରମ କାଫେରେ ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ବହୁ ଗ୍ରାହକ ଏବଂ ଷ୍ଟାଫ ଆହତ ହୋଇଥିଲେ । ୧ ମାର୍ଚ୍ଚ ୨୦୨୪ରେ ରାମେଶ୍ବର କାଫେରେ ହୋଇଥିବା ବିସ୍ଫୋରଣ ମାମାଲାର ଯାଞ୍ଚ କରୁଛି ଏନଆଇଏ । ଆଉ ଏଥିପାଇଁ ଜାତୀୟ ତଦନ୍ତ ଏଜେନ୍ସି ଭାରତର ୨୯ ସ୍ଥାନରେ ଚଢ଼ାଉ କରିସାରିଛି । 

 

  • Bengaluru
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.