ଚନ୍ଦାହାଣ୍ଡି ୨୧/୦୯: ଚନ୍ଦାହାଣ୍ଡି ଆନୁକୂଲ୍ୟରେ ପାନାବେଡା ମହାବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା ପ୍ରାଧିକରଣକୁ ନେଇ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଜିଲ୍ଲା ତାଲୁକ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାରପତି ଜଷ୍ଟିସ୍ ଜରିନ୍ ଖାନ। ସଚେତନତା ଶିବିରରେ ସାଇବର ଆଇନ ଏବଂ ଶିଶୁ ଯୌନ ନିର୍ଯାତନା (ପୋକସୋ ଆକ୍ଟ ) ଓ ମହିଳା ମାନଙ୍କ ଉପରେ ହେଉଥିବ ବିଭିନ୍ନ ଯୌନ ଓ ନିର୍ଯାତନା ବିଷୟରେ ସାଇବର ସୁରକ୍ଷା ସମ୍ପର୍କିତ ଆଇନ ବିଷୟରେ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା ।
ଆଇନ ସଚେତନତା ଶିବରକୁ ଆଇନଜୀବୀ କ୍ଷେମ ରାଜ ବାଘଙ୍କ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପାନେଲ ଲୟର ମହମ୍ମଦ ହୁସେନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତାଭାବେ ଡକ୍ଟର ସନ୍ତୋଷ କୁମାର ଖମାରୀ ବକ୍ତବ୍ୟ ରଖିଥିଲେ। ଏଥି ସହିତ ଏସବିଆଇର ଶାଖା ପରିଚାଳକ ସଞ୍ଜୟ ହାଲଦା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏ ପିପି ଜୟଦେବ ଖମାରୀ,ପାନାବେଡା ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ଦାସ, ଇତିହାସ ଅଧ୍ୟାପକ ଅନିଲ କୁମାର ପୃଷ୍ଟି, ମକର ନାୟକ ପ୍ରମୁଖ ସାମିଲ ହୋଇଥିଲେ । ସଭା ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ତାଲୁକ ଆଇନ ସେବା ପ୍ରାଧିକରଣ, ଚନ୍ଦାହାଣ୍ଡି ତରଫରୁ କେଦାର ଗୌରୀ ପାଞ୍ଜିଆ, କେଶରୀ ମନହୀରା, ନୀଲୁ ଶବର ସହଯୋଗ କରିଥିଲେ ।