ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଖୋର୍ଦ୍ଧା ବଜାରରେ ଲେଟ୍ୟୁସ୍‌, ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ ବାସୁଦେବ

ଖୋର୍ଦ୍ଧା,୦୯/୦୨: ଖୋର୍ଦ୍ଧା ବଜାରରେ ବିକ୍ରି ହେଉଥିଲା ଲେଟ୍ୟୁସ୍‌ । ଆଗରୁ ଏହା ବିକ୍ରି ହେଉନଥିବାରୁ ଅନେକ ଲୋକ ଲେଟ୍ୟୁସ୍‌ ବାବଦରେ ପଚାରି ବୁଝୁଥିଲେ । ଏହି ପରିବା ଫାଷ୍ଟଫୁଡ୍‌ ପ୍ରସ୍ତୁତିରେ ଲାଗେ ବୋଲି କହୁଥିଲେ ବିକ୍ରେତା ବାସୁଦେବ । ବଡ଼ ହୋଟେଲରେ ଏହା ବ୍ୟବହାର ହେଉଥିବା ବେଳେ ବିକଳ୍ପ ଭାବେ ବନ୍ଧାକୋବି ବ୍ୟବହାର ହୁଏ । ପ୍ରଥର ଥର ପାଇଁ ଖୋର୍ଦ୍ଧା ବଜାରରେ ଏହାକୁ ବିକିଥିଲେ ବେଗୁନିଆ ବ୍ଳକ ବୋତଲମା ଗ୍ରାମର ଚାଷୀ ବାସୁଦେବ ମୁଦୁଲି । ବଡ଼ ସହରରେ କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଫୁଟ୍‌ପାଥ୍‌ରେ ବାସୁଦେବ ୩୦ରୁ ୪୦ ଟଙ୍କାରେ  ଗୋଟିଏ ଲେଖାଏଁ ଲେଟ୍ୟୁସ୍‌ ବିକ୍ରି କରୁଥିଲେ ।  

ତାଙ୍କର କହିବା କଥା, ପ୍ରଥମ ଥର ପାଇଁ  କଟକରୁ ମାତ୍ର ଆଠ ଶହ ଟଙ୍କାର ବିହନ ଆଣି ଡିସେମ୍ବର ମାସରେ ପରୀକ୍ଷାମୂଳକ ଭାବେ  ଚାଷ କରିଥିଲେ । ଲେଟ୍ୟୁସ୍‌ ନିମନ୍ତେ ଯଦିଓ  ଜଳବାୟୁ ଅନୁକୂଳ ନୁହେଁ ତଥାପି ପ୍ରାୟ ୫  ହଜାର ଟଙ୍କା ରୋଜଗାର କରିଥିବା କହିଛନ୍ତି ।  ବିନା ସରକାରୀ ସହାୟତାରେ ପ୍ରାୟ ଦୁଇ ଏକର ଜମିରେ ଫୁଲକୋବି, ବନ୍ଧାକୋବି,  ବାଇଗଣ ଓ ଅନ୍ୟ କଞ୍ଚାପରିବା ସହ ଏହାକୁ  ଚାଷ କରୁଥିବା କହିଛନ୍ତି । ବାର୍ଷିକ ୬ରୁ ୭ ଲକ୍ଷ  ଟଙ୍କା ରୋଜଗାର କରୁଥିବା କହିଛନ୍ତି । ମାତ୍ର ଉତ୍ପାଦିତ ଫସଲ ଗଚ୍ଛିତ ରଖିବା ନେଇ କୌଣସି ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ।  

ବାସୁଦେବଙ୍କ ବାପା ଜଣେ ରାଜମିସ୍ତ୍ରି ।  ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର  ହେବାରୁ ଅଧାରେ ପାଠପଢା ଛାଡ଼ି ଗତ ୪  ବର୍ଷ ହେବ ନିଜସ୍ୱ ଉଦ୍ୟାମରେ ପରିବା ଚାଷ  କରୁଥିବା କହିଛନ୍ତି । ଏଥିପାଇଁ ଉଦ୍ୟାନ କୃଷି  ବିଭାଗ ପକ୍ଷରୁ କୌଣସି ସହାୟତା ମିଳୁନି ।  ଚଢ଼ାମୂଲ୍ୟରେ ଖୋଲା ବଜାରରୁ ବିହନ  କିଣିବାକୁ ପଡ଼ୁଥିବା କହିଛନ୍ତି । ଜୈବିକ ସାର  ବ୍ୟବହାର କରି ପରିବା ଚାଷ କହିବା ସହ  ଏଥିରେ ପରିବାର ଚଳାଉଥିବା କହିଛନ୍ତି । 

ଅନ୍ୟପାଶ୍ୱର୍ରେ ଜିଲ୍ଳା ଉଦ୍ୟାନ କୃଷି  ଉପନିର୍ଦ୍ଦେଶକ ସ୍ମିତା ମହାନ୍ତି କହିଛନ୍ତି, ଲିଟ୍ୟୁସ୍‌  ମୁଖ୍ୟତଃ କମ୍‌ ତାପମାତ୍ରାରେ ହୁଏ । ଆମ  ଅଞ୍ଚଳରେ ଅଧିକ ତାପାମାତ୍ରା ଯୋଗୁଁ କାଁଭାଁ ଚାଷୀ ଏ  ଚାଷ କରୁଥିବା କହିଛନ୍ତି । ବିଭାଗ ପକ୍ଷରୁ ଚାଷୀଙ୍କୁ  ଏ ବିହନ ଯୋଗାଇବା ନେଇ କୌଣସି ବ୍ୟବସ୍ଥା  ନାହିଁ । ବରଂ ଚାଷୀ ବାସୁଦେବ ଉଚ୍ଛା ପ୍ରକାଶ କଲେ  କୌଣସି ସ୍ୱତନ୍ତ୍ର ଯୋଜନା ନଚେତ ମୁଖ୍ୟମନ୍ତ୍ରୀଙ୍କ  କୃଷି କଲ୍ୟାଣ ଯୋଜନା ସାମିଲ କରିହେବ ବୋଲି  ପ୍ରକାଶ କରିଛନ୍ତି । ଏହାକୁ ଖାଇବା ଦ୍ୱାରା ଜଣେ  ବ୍ୟକ୍ତିଙ୍କର କୋଲେଷ୍ଟ୍ରୋଲ୍‌ କମିବା ସହ ରକ୍ତ  ସଞ୍ଚାଳନ, ହୃଦ୍‌ଘାତ, ଗ୍ୟାସ ରୋଗ ଉପଶମ  ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.