ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାରରେ ଜେଡିୟୁଠାରୁ ଅଧିକ ସିଟ୍‌ରେ ଲଢିବ ବିଜେପି: ଚିରାଗଙ୍କୁ ୫ ଆସନ, ପଶୁପତିଙ୍କୁ ଝଟକା

ନୂଆଦିଲ୍ଲୀ,୧୮।୩: ବିହାରରେ ଏନ୍‌ଡିଏର ଆସନ ବୁଝାମଣା ହୋଇସାରିଛି। ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଏନ୍‌ଡିଏ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ବିହାର ବିଜେପି ପ୍ରଭାରୀ ବିନୋଦ ତାଓ୍ବଡେ   ଏନ୍‌ଡିଏରେ ସିଟ୍‌ ସେୟାରିଂ ଘୋଷଣା କରିଦେଇଛି। ବିଜେପି ୧୭ଟି ଆସନରୁ ଲଡିବ, ସେଭଳି ନୀତୀଶ କୁମାରଙ୍କ ଜେଡିୟୁ ୧୬ଟି ଆସନରେ ଲଢିବ। ବାକି ଆସନରେ ଚିରାଗ ପାସଓ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି(ରାମବିଳାଶ)କୁ ୫ଟି ଆସନ, ଜିତନରାମ ମାନଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା( ହମ୍‌)କୁ ଗୋଟିଏ ଆସନ ଓ ଉପେନ୍ଦ୍ର କୁଶଓ୍ବାହଙ୍କ ଆରଏଲଏମ୍‌କୁ ଗୋଟିଏ ଆସନ ମିଳିଛି।

ସବୁଠାରୁ ବଡ଼ କଥା ଏହା ଯେ, ପଶୁପତି ପାରସ୍‌ଙ୍କ ପାର୍ଟିର ନଓ୍ବାଦ ଆସନରୁ ଏଥର ବିଜେପି ଲଢିବ। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ପାର୍ଟିର ବିହାର ପ୍ରଭାରୀ ବିନୋଦ ତାଓ୍ବଡେ ଆସନ ବୁଝାମଣାର ଘୋଷଣା କରିଛନ୍ତି। ଏହି ଅବସରରେ ବିଜେପି ରାଜ୍ୟ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ, ଜେଡିୟୁ ନେତା ସଞ୍ଜୟ ଝାଙ୍କ ସହିତ ଅନ୍ୟ ଦଳର ନେତା ମଧ୍ୟ ଉପସ୍ଥିତ ଥିଲେ। 

ତାଓ୍ବଡେ ୫ ଦଳ ଭିତରେ ବଣ୍ଟା ଯାଇଥିବା ୪୦ଟି ଆସନର ସୂଚୀ ଜାରି କରିଛନ୍ତି, ଯେଉଁଥିରେ ସ୍ପଷ୍ଟ ହୋଇଛି ଯେ, ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି କଟି ଯାଇଛି। ପୁରୁଣା ଏଲଜେପିର କବଜାରେ ଥିବା ନଓ୍ବାଦ ଆସନରୁ ଏଥର ବିଜେପି ଲଢିବ, ଯେଉଁଠୁ ପାରସ୍‌ କ୍ୟାମ୍ପର ଚନ୍ଦନ ସିଂହ ସାଂସଦ ଅଛନ୍ତି। ଚନ୍ଦନ ଏଲଜେପିର ବରିଷ୍ଠ ନେତା ସୁରଜଭାନ ସିଂହଙ୍କ ଭାଇ।

 

  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.