ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଗଣମାଧ୍ୟମ କର୍ମଚାରୀଙ୍କ ନାଁରେ ଋଣ ଠକେଇ ମାମଲା: ଇଓଡବ୍ଲୁରେ ହାଜର ହେଲେ ସମ୍ବାଦ ସିଓଓ, ଅଢ଼େଇଘଣ୍ଟା ଜେରା

ଭୁବନେଶ୍ୱର,୧୮/୦୯: ଗଣମାଧ୍ୟମ ସଂସ୍ଥା କର୍ମଚାରୀଙ୍କ ନାଁରେ ଋଣ ଠକେଇ ଓ ଜାଲିଆତି ଅଭିଯୋଗକ୍ରମେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ତଦନ୍ତ ଆଗେଇଛି । ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ରଙ୍କୁ ଡକାଇ ଅଢ଼େଇଘଣ୍ଟା ଜେରା କରିଛି । ଇଓଡବ୍ଲୁ ସୂଚାଇଛି ଯେ ଠକେଇରେ ସମ୍ପୃକ୍ତ  ସବୁ ଅଭିଯୁକ୍ତଙ୍କୁ ପର୍ଯ୍ୟାୟକ୍ରମେ ଜେରା  କରାଯିବ । ଏଥିପାଇଁ ପ୍ରଥମେ ନୋଟିସ୍‌  ଦିଆଯିବ । 

ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀ ମହାପାତ୍ର  ଇଓଡବ୍ଲୁ କାର୍ଯ୍ୟାଳୟକୁ ଯାଇଥିଲେ । ତାଙ୍କ  ସହ ୨ଜଣ ଆଇନଜୀବୀ ଥିଲେ । ଜଣେ  ଡିଏସ୍‌ପି ପାହ୍ୟା ଅଧିକାରୀ ଓ ଅନ୍ୟ ୨ଜଣ  ଅଧିକାରୀ ତାଙ୍କୁ ଜେରା କରିଥିଲେ । ରାତି  ପ୍ରାୟ ୧୦ଟା ବେଳେ ଶ୍ରୀ ମହାପାତ୍ର ଇଓଡବ୍ଲୁ  କାର୍ଯ୍ୟାଳୟରୁ ବାହାରିଲେ । ଇଓଡବ୍ଲୁର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,  ଜେରା ବେଳେ ଶ୍ରୀ ମହାପାତ୍ରଙ୍କଠାରୁ  ଅନେକ ତଥ୍ୟ ମିଳିଛି । ତେବେ ଖାଲି  ଗଣାମାଧ୍ୟମ ସଂସ୍ଥା ନୁହେଁ, ଆଗକୁ ଋଣ  ପ୍ରଦାନ କରିଥିବା ବ୍ୟାଙ୍କ ଅଧିକାରୀମାନେ  ମଧ୍ୟ ଜେରାର ସାମ୍ନା କରିବେ । ଇଓଡବ୍ଲୁ  ପକ୍ଷରୁ ସଂସ୍ଥାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ  କାରବାରରେ ସମ୍ପର୍କରେ ତନାଘନା  କରାଯିବ । ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ  ସବିଶେଷ ତଥ୍ୟ ପାଇଁ ଭାରତୀୟ ରିଜର୍ଭ  ବ୍ୟାଙ୍କକୁ ଚିଠି ଲେଖାଯିବ । 

ଇଓଡବ୍ଲୁ  ରୁଜୁ କରିଥିବା ମାମଲାରେ ଖଣ୍ଡପଡ଼ା  ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ  ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମାନବ  ସମ୍ବଳ ବିଭାଗ ମୁଖ୍ୟଙ୍କୁ ମୁଖ୍ୟ ଅଭିଯୁକ୍ତ  ବୋଲି ଦର୍ଶାଯାଇଛି । ଚଞ୍ଚକତା କରି ଋଣ  ମଞ୍ଜୁର କରିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଅନ୍ୟ  ଅଧିକାରୀମାନଙ୍କୁ ମଧ୍ୟ ଅଭିଯୁକ୍ତ ଅଛନ୍ତି ।  ଏସବୁ ଅଭିଯୁକ୍ତମାନଙ୍କ ବିରୋଧରେ  ଭାରତୀୟ ଦଣ୍ଡ ସଂହିତା (ଆଇପିସି)  ଧାରା ୫୦୬(ଅପରାଧିକ ଭୟ  ପ୍ରଦର୍ଶନ), ୪୬୭(ଇଚ୍ଛାପତ୍ର ଜାଲିଆତି),  ୪୬୮(ଠକେଇ ଉଦ୍ଦେଶ୍ୟରେ ଜାଲିଆତି),  ୪୭୧(ଦଲିଲ୍‌ ଜାଲିଆତି), ୪୨୦(ସମ୍ପତ୍ତି  ଠକେଇ) ଏବଂ ୧୨୦ (ଖ)(ଅପରାଧିକ  ଷଡ଼ଯନ୍ତ୍ର) ଲଗାଯାଇଛି । ଆଗାମୀ  ତଦନ୍ତ ଆଧାରରେ ଅଭିଯୁକ୍ତମାନଙ୍କ  ବିରୋଧରେ ଅନ୍ୟାନ୍ୟ ଅପରାଧିକ  ଦଫା ଯୋଡ଼ାଯିବ ବୋଲି ଇଓଡବ୍ଲୁ ଜଣେ  ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

PrameyaOdia
odisha news

Copyright © 2022 - Summa Real Media Private Limited. All Rights Reserved.