ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

କଙ୍ଗନାଙ୍କ ବିରୋଧରେ ନିର୍ବାଚନ ଲଢିବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହଙ୍କ ଘୋଷଣା

ନୂଆଦିଲ୍ଲୀ,୧୩।୪:  ଲୋକସଭା ନିର୍ବାଚନରେ ମଣ୍ଡିରୁ କଂଗ୍ରେସ ପକ୍ଷରୁ ବିକ୍ରମାଦିତ୍ୟ ସିଂହ ନିର୍ବାଚନ ଲଢିବେ। ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ଏହାକର ଘୋଷଣା କରିଛନ୍ତି। ପାର୍ଟି ପକ୍ଷରୁ ଔପଚାରିକ ଭାବରେ ତାଙ୍କ ନାଁ ଘୋଷଣା କରିବା ଏବେ ବାକି ରହିଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ  ଏହାର ସଙ୍କେତ ଦେଇଛନ୍ତି। ଦିଲ୍ଲୀରେ ସିଇସିର ବୈଠକରେ ମଧ୍ୟ ମନେକରାଯାଉଛି, ବିକ୍ରମାଦିତ୍ୟ ସିଂହଙ୍କ ନାମର ଚର୍ଚ୍ଚା ହେଉଛି। ସେଭଳି ପ୍ରତିଭା ସିଂହ କହିଛନ୍ତି, ବିକ୍ରମାଦିତ୍ୟ ସିଂହଙ୍କୁ ସଶକ୍ତ କ୍ୟାଣ୍ଡିଡେଟ୍‌ ବୋଲି ମନେ କରାଯାଉଛି। ବର୍ତ୍ତମାନ ପ୍ରତିଭା ସିଂହ ଏହି ଆସନରୁ ସାଂସଦ ଅଛନ୍ତି।

ପ୍ରତିଭା ସିଂହ କହିଛନ୍ତି, ଆମକୁ ଏହି କଥାର କୌଣସି ଫରକ ପଡେନି ଯେ, କଙ୍ଗନା କ’ଣ କରୁଛନ୍ତି ଓ କ’ଣ କହୁଛନ୍ତି। ମଣ୍ଡିର ଲୋକ ସବୁବେଳେ ଆମ ସହିତ ଅଛନ୍ତି। ମୁଁ କଠିନ ପରିସ୍ଥିତିରେ ମଧ୍ୟ ଆସନ ଜିତିଛି। କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଓ ବିକ୍ରମାଦିତ୍ୟ ସିଂହଙ୍କ ମା’ ପ୍ରତିଭା ସିଂହ ପୂର୍ବରୁ ହିଁ ନିର୍ବାଚନ ଦୌଡରୁ ବାହାର ହୋଇଥିବା ନେଇ  ନିଷ୍ପତ୍ତିର ଘୋଷଣା କରିଥିଲେ। ଏବେ ସେ ନିଜ ପୁଅକୁ ଏହି ଆସନରୁ ନିର୍ବାଚନ ଲଢିବାକୁ  ଚାହୁଁଛନ୍ତି।

ଏହା ମଧ୍ୟ ମନେ କରାଯାଉଛି ଯେ, ଯଦି ବିକ୍ରମାଦିତ୍ୟ ସିଂହ ମଣ୍ଡିରୁ ପ୍ରାର୍ଥୀ ହୁଅନ୍ତି ତେବେ କଂଗ୍ରେସ ଭିତରେ ଚାଲିଥିବା ଫାଟକୁ ଦୂର କରିବାରେ ସାହାଯ୍ୟ ମିଳିବ। ନିକଟରେ ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶ କଂଗ୍ରେସ ଭିତରେ ବିବାଦଜନକ ସ୍ଥିତି ସୃଷ୍ଟି ହୋଇଛି। କ୍ରସ ଭୋଟିଂ କାରଣରୁ କଂଗ୍ରେସର ଅଭିଷେକ ମନୁ ସିଙ୍ଘଭିଙ୍କୁ ପରାଜୟର ସାମନା କରିବାକୁ ପଡିଥିଲା। ଏହାପରେ ସୁଖୁ ସରକାରଙ୍କ ଉପରେ କଥିତ ଭାବରେ ବିପଦ ସୃଷ୍ଟି ହୋଇଥିଲା। ବିକ୍ରମାଦିତ୍ୟଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇ କଂଗ୍ରେସ ହାଇକମାଣ୍ଡ ରାଜ୍ୟ କଂଗ୍ରେସରେ ଚାଲିଥିବା ବିବାଦକୁ କମ୍ କରିବାର ଚେଷ୍ଟା କରିବେ।  y

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.