ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚତୁର୍ଥ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଛନ୍ତି ହେଭିୱେଟ୍, ମଇଦାନରେ ୫ କେନ୍ଦ୍ରମନ୍ତ୍ରୀ ଓ ୨ ପୂର୍ବତନ କ୍ରିକେଟର୍

ନୂଆଦିଲ୍ଲୀ, ୧୩/୦୫ : ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୯୬ ଆସନରେ ଚାଲିଛି ଭୋଟ୍। ଚତୁର୍ଥ ପର୍ଯ୍ୟାୟରେ ଭାଗ୍ୟ କରୀକ୍ଷା କରୁଛନ୍ତି ୫ କେନ୍ଦ୍ରମନ୍ତ୍ରୀ ଏବଂ ଦୁଇଜଣ ପୂର୍ବତନ କ୍ରିକେଟର। ୫ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ନିତ୍ୟାନନ୍ଦ ରାୟ (ଉଜିୟାରପୁର), ଗିରିରାଜ ସିଂହ (ବେଗୁସରାଇ), ଅଜୟ ମିଶ୍ର ଟେନି (ଲକ୍ଷ୍ମୀପୁର ଖେରି), ଅର୍ଜୁନ ମୁଣ୍ଡା (ଖୁଣ୍ଟି) ଏବଂ ଜି କିଷନ ରେଡ୍ଡୀ (ସିକନ୍ଦରାବାଦ) ରହିଛନ୍ତି । ପୂର୍ବତନ କ୍ରିକେଟର୍‌ ୟୁସୁଫ୍‌ ପଠାନ ଟିଏମ୍‌ସିରୁ ପଶ୍ଚିମବଙ୍ଗର ବରହମପୁରରେ ପ୍ରାର୍ଥୀ ହୋଇଥିବା ବେଳେ କୀର୍ତ୍ତି ଆଜାଦ ବର୍ଦ୍ଧମାନରୁ ପ୍ରାର୍ଥୀ ହୋଇଛନ୍ତି । 

ଏହାଛଡ଼ା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କର ଭାଗ୍ୟ ମଧ୍ୟ ପରୀକ୍ଷା ହେଉଛି । ସେ ୟୁପିର କନ୍ନୌଜରୁ ପ୍ରାର୍ଥୀ ହୋଇଛନ୍ତି । ଟିଏମ୍‌ସି ଟିକଟରେ ଆସନସୋଲ୍‌ରୁ ପ୍ରାର୍ଥୀ ହୋଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ମଇଦାନରେ ଫାଇଟ୍ କରୁଛନ୍ତି । ବିଜେପିର ସର୍ବାଧିକ ୭୦ ପ୍ରାର୍ଥୀ ଲଢ଼ୁଥିବା ବେଳେ କଂଗ୍ରେସର ୬୧, ୱାଇଏସ୍‌ଆର୍‌ସିପିର ୨୫, ସପାର ୧୯, ବିଆର୍‌ଏସ୍‌ ଓ ଟିଡିପିର ୧୭ ଲେଖାଏଁ, ଟିଏମ୍‌ସିର ୮, ବିଜେଡି ଓ ଆରଜେଡିର ୪ ଲେଖାଏଁ, ଏଆଇଏମ୍‌ଆଇଏମ୍‌ର ୩, ଶିବସେନା ସିନ୍ଦେ ଗୋଷ୍ଠୀର ୩ ଏବଂ ଉଦ୍ଧବ ଗୋଷ୍ଠୀର ୪ ପ୍ରାର୍ଥୀ ରହିଛନ୍ତି । 

ବିଜେପିର ୬୫ ପ୍ରାର୍ଥୀ କୋଟିପତି ଥିବା ବେଳେ କଂଗ୍ରେସର ୫୬, ୱାଇଏସ୍‌ଆର୍‌ସିପିର ୨୪, ବିଆର୍‌ଏସ୍‌ର ୧୭, ଟିଡିପିର ୧୭, ସପାର ୧୧ ପ୍ରାର୍ଥୀ କୋଟିପତି ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ୩ ଜଣ ପ୍ରମୁଖ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ଟିଡିପିର ଚନ୍ଦ୍ରଶେଖର ପେମ୍ମାସାନି (୫,୭୦୫ କୋଟି), ବିଜେପିର କୋଣ୍ଡା ବିଶ୍ୱେଶ୍ୱର ରେଡ୍ଡୀ (୪,୫୬୮ କୋଟି) ଏବଂ ଟିଡିପିର ପ୍ରଭାକର ରେଡ୍ଡୀ (୭୧୬ କୋଟି) ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ୧୨ ହଟ୍‌ ସିଟ୍‌ ଉପରେ ଦେଶବାସୀଙ୍କ ନଜର ରହିବ । ଏହି ଆସନଗୁଡ଼ିକ ମଧ୍ୟରେ ୟୁପିର କନ୍ନୌଜ, ଲକ୍ଷ୍ମୀପୁର ଖେରି, ଉନ୍ନାଓ, ତେଲଙ୍ଗାନାର ହାଇଦ୍ରାବାଦ, ସିକନ୍ଦରାବାଦ, ବିହାରର ବେଗୁସରାଇ, ବିହାରର ଉଜିଆରପୁର, ଝାଡ଼ଖଣ୍ଡର ଖୁଣ୍ଟି, ପଶ୍ଚିମବଙ୍ଗର କୃଷ୍ଣାନଗର, ବରହମପୁର, ଆସନସୋଲ ଏବଂ ବର୍ଦ୍ଧମାନ ରହିଛି । ଚତୁର୍ଥ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୪୭୬ ଜଣ ବା ୨୮% କୋଟିପତି । ୨୭୪ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା, ଅପହରଣ ଭଳି ମାମଲା ରହିଛି । ୫୦ ପ୍ରାର୍ଥୀଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି । ୫ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ବି ରହିଥିବା ଜଣାପଡ଼ିଛି ।

୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମୋଟ ୧,୭୧୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏମାନଙ୍କ ମଧ୍ୟରେ ୧,୫୪୦ ପୁରୁଷ ଓ ୧୭୦ ପ୍ରାର୍ଥୀ ମହିଳା । ଅର୍ଥାତ ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ୧୦% ମହିଳା ଅଛନ୍ତି । ୨୦୧୯ରେ ଅନୁଷ୍ଠିତ ନିର୍ବାଚନରେ ଏହି ୯୬ ଆସନ ମଧ୍ୟରୁ ବିଜେପି ସର୍ବାଧିକ ୪୨ରେ ଜିତିଥିଲା ବେଳେ ୱାଇଏସ୍‌ଆର୍‌ କଂଗ୍ରେସ ୨୨, ବିଆର୍‌ଏସ୍‌ ୯ ଏବଂ କଂଗ୍ରେସ ୬ ଆସନରେ ବିଜୟୀ ହୋଇଥିଲା । ଅନ୍ୟମାନଙ୍କୁ ୧୭ ଆସନ ମିଳିଥିଲା । ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଲୋକସଭା ଆସନରେ ମତଦାନ ହେଉଥିବା ବେଳେ ତେଲଙ୍ଗାନାର ୧୭, ୟୁପିର ୧୩, ମହାରାଷ୍ଟ୍ରର ୧୧, ମଧ୍ୟ ପ୍ରଦେଶ ଓ ପଶ୍ଚିମବଙ୍ଗର ୮ ଲେଖାଏଁ ଆସନରେ ଭୋଟ ଚାଲିଛି । ସେହିଭଳି ବିହାରର ୫, ଓଡ଼ିଶା ଓ ଝାଡ଼ଖଣ୍ଡର ୪ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ ଅନୁଷ୍ଠିତ ହୋଇଛି । ଏହାଛଡ଼ା ଆନ୍ଧ୍ର ପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନରେ ମଧ୍ୟ ଏକସଙ୍ଗେ ମତଦାନ ଅନୁଷ୍ଠିତ ହୋଇଛି । ଓଡ଼ିଶାର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୨୮ ଆସନରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଦେଶବ୍ୟାପୀ ୧୭.୭୦ କୋଟି ଭୋଟର ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୮.୯୭ କୋଟି ପୁରୁଷ ହୋଇଥିବା ବେଳେ ୮.୭୩ କୋଟି ମହିଳା । ୧୨.୪୯ ଲକ୍ଷ ମତଦାତାଙ୍କ ବୟସ ୮୫ ବର୍ଷରୁ ଅଧିକ ହୋଇଥିବା ୧୯.୯୯ ଲକ୍ଷ ଭିନ୍ନକ୍ଷମ ଭୋଟର । ଘରେ ଥାଇ ସେମାନେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ । 




  • prameyanews
  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.