ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସେୟାର ମାର୍କେଟ ଡାଉନ, ସେନସେକ୍ସରେ ୪୦୦୦ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ,୪/୬:  ଜାରି ରହିଛି  ଲୋକସଭା ନିର୍ବାଚନ ଭୋଟ ଗଣତି । ଏହାରି ମଧ୍ୟରେ ଷ୍ଟକ ମାର୍କେଟରେ ବଡ ହ୍ରାସ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏ ଆଗୁଆ ଥିଲେ ହେଁ ବିଜୟ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ଆଜି ଷ୍ଟକ ମାର୍କେଟରେ ବଡ ହ୍ରାସ ଦେଖିବାକୁ ମିଳିଛି । ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ବଜାରର ସେନସେକ୍ସ ପାଖାପାଖି ୪୦୦୦  ପଏଣ୍ଟ ହ୍ରାସ ପାଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ସକାଳ ସାଢେ ୯ଟା ସୁଦ୍ଧା ୩.୦୩ ପ୍ରତିଶତ ହ୍ରାସ ପାଇଛି । ସେନସେକ୍ସ ୩ ପ୍ରତିଶତ ଖସି ୭୪,୧୦୭ରେ କାରବାର କରୁଛି।  

ତେବେ ଏକ୍‌ଜିଟ ପୋଲରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ବିପୁଳ ଜନମତ ମିଳିବା ଆକଳନ କରାଯିବା ପରେ ଗତକାଲି ସର୍ବକାଳୀନ ରେକର୍ଡ ଛୁଇଁଥିଲା ଷ୍ଟକ ବଜାର । ଶୁକ୍ରବାର ବନ୍ଦ ତୁଳନାରେ ସୋମବାର ବିଏସଇ ସେନସେକ୍ସ ୨୦୦୦ ପଏଣ୍ଟ ଉଛୁଳି କାରବାର ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ସେନସେକ୍ସ ୨୫୦୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୭୩୩ ପଏଣ୍ଟ ବୃଦ୍ଧି ସହ ୨୩,୨୬୪ ପଏଣ୍ଟରେ ବନ୍ଦ ହୋଇଥିଲା । ଫଳରେ ବ୍ୟାଙ୍କିଙ୍ଗ ସେକ୍ଟରଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ, ସବୁ କ୍ଷେତ୍ରର କମ୍ପାନୀଗୁଡିକର ସେୟାର ମୂଲ୍ୟରେ ବଡ ବୃଦ୍ଧି ଘଟିଥିଲା । ଏହି ଦୃଷ୍ଟିରୁ ଆଜି ଲୋକସଭା ଫଳାଫଳ ଆସିବାକୁ ଥିବାରୁ ଷ୍ଟକ ବଜାରରେ ନୂଆ ରେକର୍ଡ ସ୍ଥାପନ ହେବ ବୋଲି ଆଶା କରାଯାଉଥିଲା । ହେଲେ ଆଜି ବଜାର ଖୋଲିବା ପରେ ଉଭୟ ବିଏସଇ ସେନସେକ୍ସ ଏବଂ ଏନଏସଇର ନିଫ୍ଟିରେ ବଡ ହ୍ରାସ ଦେଖିବାକୁ ମିଳିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.