ନୂଆଦିଲ୍ଲୀ,୪।୫: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ଆରମ୍ଭ ହୋଇସାରିଛି। ଏପର୍ଯ୍ୟନ୍ତ ପ୍ରାରମ୍ଭିକ ଫଳାଫଳରେ ବହୁ କେନ୍ଦ୍ରମନ୍ତ୍ରୀ ପଛରେ ଅଛନ୍ତି। ବିହାରର ବେଗୁସରାୟରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପଛରେ ଚାଲିଛନ୍ତି। ସେଭଳି ୟୁପିର ଆମେଠିରୁ ସ୍ମୃତି ଇରାନୀରେ ପଛରେ ଅଛନ୍ତି। ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁ ମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ବାରଣାସୀରୁ ଲଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୧୦୦ ରୁ ଅଧିକ ରାଲି ଓ ସଭା କରି ଜନତାଙ୍କୁ ଭୋଟ୍ ପାଇଁ କରିଥିଲେ ଅପିଲ। ନିର୍ବାଚନରେ ମୋଦିଙ୍କ ମନ୍ତ୍ରୀମାନେ କେଉଁଠି ଆଗେଇଛନ୍ତି ତ ଆଉ କେଉଁଠି ପଛେଇ ଯାଇଛନ୍ତି। ତେବେ ଆସନ୍ତୁ ଦେଖିବା ପୁରା ଲିଷ୍ଟ
ମନ୍ତ୍ରୀ ନିର୍ବାଚନୀ କ୍ଷେତ୍ର ଆଗୁଆ/ଜିତିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଆଗୁଆ
ରାଜନାଥ ସିଂହ ଲକ୍ଷ୍ନୌ ଆଗୁଆ
ଅମିତ ଶାହ ଗାନ୍ଧୀନଗର ଆଗୁଆ
ନିତିନ ଗଡକାରୀ ନାଗପୁର ଆଗୁଆ
ଅର୍ଜୁନ ମୁଣ୍ଡା ଖୁଣ୍ଟି ଆଗୁଆ
ସ୍ମୃତି ଜୁବିନ ଇରାନୀ ଆମେଥି ପଛୁଆ
ପୀୟୁଷ ଗୋୟଲ ମୁମ୍ବାଇ ଉତ୍ତର ଆଗୁଆ
ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆଗୁଆ
ପ୍ରହ୍ଲାଦ ଯୋଶୀ ଧାରଓ୍ବାଡ ଆଗୁଆ
ଡକ୍ଟର ମହେନ୍ଦ ନାଥ ପାଣ୍ଡେ ଚନ୍ଦୋଲି ପଛୁଆ
ଗିରିରାଜ ସିଂହ ବେଗୁସରାୟ ପଛୁଆ
ଗଜେନ୍ଦ୍ର ସିଂହ ଶେଖାଓ୍ବତ ଯୋଧପୁର ଆଗୁଆ
ନାରାୟଣ ରାଣେ ରତ୍ନାଗିରି-ସିଦ୍ଧୁଦୁର୍ଗ ପଛୁଆ
ସର୍ବାନନ୍ଦ ସୋନେଓ୍ବାଲ ଡିବ୍ରୁଗଡ ଆଗୁଆ
ଡକ୍ଟର ବିରେନ୍ଦ୍ର କୁମାର ଟିକମଗଡ ଆଗୁଆ
ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧଆ ଗୁନା ଆଗୁଆ
କିରେନ୍ ରିଜିଜୁ ଅରୁଣାଚଳ ପଶ୍ଚିମ ଆଗୁଆ
ରାଜ କୁମାର ସିଂହ ଆରା ପଛୁଆ
ମନସୁଖ ମଣ୍ଡଭିୟା ପୋରବନ୍ଦର ଆଗୁଆ
ଭୁପେନ୍ଦ୍ର ଯାଦବ ଅଲଓ୍ବର ପଛୁଆ
ପୁରୁଷୋତ୍ତ ରୂପାଲ ରାଜକୋଟ୍ ଆଗୁଆ
ଜି କିଶନ ରେଡ୍ଡୀ ସିକନ୍ଦରାବାଦ ପଛୁଆ
ଅନୁରାଗ ଠାକୁର ହମିରପୁର ଆଗୁଆ