ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

'ଆମେ ନିର୍ବାଚନ ଲଢ଼ିବାକୁ ଚାହୁଁନୁ, କିନ୍ତୁ ସରକାର ଆମକୁ ବାଧ୍ୟ କଲେ'- କେ. ସୁରେଶ

ନୂଆଦିଲ୍ଲୀ,୨୬/୬:ଆଜି ଲୋକସଭା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ । ମଇଦାନରେ ଏନଡିଏର ପ୍ରାର୍ଥୀ ପୂର୍ବତନ ବାଚସ୍ପତି ଓମ୍ ବିର୍ଲା ବନାମ ଇଣ୍ଡି ମେଣ୍ଟ ପ୍ରାର୍ଥୀ ତଥା ୮ ଥରର ସାଂସଦ କେ. ସୁରେଶ। ଉଭୟ ପ୍ରାର୍ଥୀ ନାମାଙ୍କନ ଗତକଶଲି ଭରିଥିବା ବେଳେ ଆଜି ଦିନ ୧୧ଟାରେ ହେବ ନିର୍ବାଚନ । ସମସ୍ତ ସାଂସଦଙ୍କ ଭୋଟ୍ ଆଧାରରେ ନିର୍ବାଚିତ ହେବେ ବାଚସ୍ପତି। ତେବେ ଲୋକସଭା ବାଚସ୍ପତି ନିର୍ବାଚନ ପୂର୍ବରୁ 'ଆମେ ନିର୍ବାଚନ ଲଢ଼ିବାକୁ ଚାହୁଁନୁ। କିନ୍ତୁ ସରକାର ଆମକୁ ବାଧ୍ୟ କଲେ।' ବୋଲି କହିଛନ୍ତି ଇଣ୍ଡି ମେଣ୍ଟର ବାଚସ୍ପତି ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ କେ.ସୁରେଶ।

କଂଗ୍ରେସ ସାଂସଦ କେ.ସୁରେଶ କହିଛନ୍ତି, 'ସରକାର ଇଣ୍ଡିଆ ଆଲାଏନ୍ସକୁ ନିର୍ବାଚନରେ ଲଢ଼ିବାକୁ ବାଧ୍ୟ କରିଛନ୍ତି। ଆମେ ବାଚସ୍ପତିଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହୁଁ, କିନ୍ତୁ ସରକାର ଇଣ୍ଡିଆ ଆଲାଇନ୍ସର ନେତୃତ୍ୱ, ବିଶେଷ କରି କଂଗ୍ରେସ ଦଳଙ୍କ ନିକଟକୁ ଯେତେବେଳେ ଯାଇଥିଲେ, ସେତେବେଳେ ଆମେ ଉପ-ବାଚସ୍ପତି ପଦ ମାଗିଥିଲୁ। ସେହି ସମୟରେ ଆମକୁ ସରକାରଙ୍କ ପକ୍ଷରୁ କୌଣସି ଆଶ୍ୱାସନା ଦିଆଯାଇନଥିଲା। ଗତକାଲି ମଧ୍ୟ ସେମାନେ ସକାଳ ସାଢ଼େ ୧୧ଟା ସୁଦ୍ଧା କୌଣସି ସ୍ପଷ୍ଟ କରି ନଥିଲେ।' ସରକାର କହିଥିଲେ ପ୍ରଥମେ ଆପଣ ବାଚସ୍ପତି ନିର୍ବାଚନକୁ ସମର୍ଥନ କରନ୍ତୁ। ଏହା ପରେ ଆମେ ଉପ-ବାଚସ୍ପତିଙ୍କ ବିଷୟରେ ଆଲୋଚନା କରିବୁ। ସରକାରଙ୍କ ଏହି ଉତ୍ତର ସନ୍ତୋଷଜନକ ନଥିଲା। ତେଣୁ ଆମ ନେତାମାନେ ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିର୍ବାଚନ ଏନଡିଏର ଜିଦ୍‌ର ପରିଣାମ। ଅନ୍ୟଥା,ଏହାକୁ ଏଡାଇ ଦିଆଯାଇ ପାରିଥାନ୍ତା। କିନ୍ତୁ, ସେମାନେ ବିରୋଧୀ ଦଳ ସହ ସହଯୋଗ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଉପ-ବାଚସ୍ପତି ପଦ ପାଇଁ ବିରୋଧୀ ଦଳକୁ ସୁଯୋଗ ଦେବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି। ତେଣୁ ଆଜି ଏହି ନିର୍ବାଚନ ଅନୁଷ୍ଠିତ ହେଉଛିଷ କିନ୍ତୁ ଏହି ନିର୍ବାଚନର ସମ୍ପୂର୍ଣ୍ଣ ଦାୟିତ୍ୱ ଏନଡିଏ ନେତୃତ୍ୱରେ ରହିଛି ବୋଲି କହିଛନ୍ତି କେ.ସୁରେଶ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.