ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗହଣା ବ୍ୟବସାୟୀଙ୍କୁ ଗୁଳି ମାଡ଼ କରି ଲୁଟ, ଟଙ୍କା ଓ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ଢେଙ୍କାନାଳ, ୨୭।୨ : ଗହଣା ବ୍ୟବସାୟୀଙ୍କୁ ଗୁଳି ମାଡ଼ କରି ଲୁଟ।  ଦୁର୍ବୁତ୍ତମାନେ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା, ସେ ପିନ୍ଧିଥିବା ଏକ ସୁନା ଚେନ ଓ କିଣି ନେଉଥିବା ସାଢ଼େ ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ରାସୋଳ ଥାନା କଦଳୀ ପାଳ ନିକଟରେ ଘଟଣା ଘଟିଛି। ଗୁରୁତର ଗହଣା ବ୍ୟବସାୟୀ ଜଣକ ହେଲେ ଅନୁଗୁଳ ଖଲାରୀର ପ୍ରକାଶ ସାହୁ। ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ତାଙ୍କ ବାଇକ ଯୋଗେ କଟକରୁ ଗହଣା କିଣି   ଅନୁଗୁଳ ଫେରୁଥିଲେ । ପଛରୁ ଏକ ବଜାଜ ପଲସର ଓ ଏକ ଆପାଚି ବାଇକ ଯୋଗେ   ତାଙ୍କୁ ତିନିଜଣ ଦୁର୍ବୁତ୍ତ ଅନୁସରଣ କରି ଥିଲେ। ପୁରୁଣା କଟକ ସମ୍ବଲପୁର ରାସ୍ତାର ଢେଙ୍କାନା ଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀ ପାଳ ନିକଟରେ ତାଙ୍କୁ ଗୁଳିମାଡ଼ କରିଥିଲେ। ପ୍ରକାଶ ଙ୍କ ପଛ ଅଣ୍ଟାରେ ଗୁଳି ବାଜିଥିଲା।। ଦୁର୍ବୁତ୍ତ ମାନେ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା, ସେ ପିନ୍ଧିଥିବା ଏକ ସୁନା ଚେନ ଓ କିଣି ନେଉଥିବା ସାଢ଼େ ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। 

ଆହୁରି ପଢନ୍ତୁ : ଯୁବକଙ୍କୁ ଲିଫ୍ଟ ମାଗି ବାଇକରେ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.