ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଜେଲ ଗଲା ‘ଲୁଟେରୀ ଦୁଲହନ୍‌’, ଯୁବତୀ ଏଚ୍ଆଇଭି ପଜିଟିଭ ଚିହ୍ନଟ୍ ପରେ ବରମାନଙ୍କୁ ଖୋଜୁଛି ୨ ରାଜ୍ୟର ପୁଲିସ

ନୂଆଦିଲ୍ଲୀ,୨୭/୦୬: ବିବାହ ପରେ ବରଘରୁ ଟଙ୍କା, ସୁନା, ଦାମୀ ଜିନିଷ ନେଇ ଫେରାର ହୋଇଯାଉଥିବା ଜଣେ ‘ଲୁଟେରୀ ଦୁଲହନ୍‌’ଙ୍କୁ ଗତ ମେ ୬ରେ ଗିରଫ କରିଥିଲା ଉତ୍ତରପ୍ରଦେଶ ପୁଲିସ । ନିଜର ଗ୍ୟାଙ୍ଗ୍‌ ସହାୟତାରେ ୟୁପି ଓ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ଅନେକ ଯୁବକଙ୍କୁ ଏହିଭଳି ଚକ୍‌ମା ଦେଇଥିଲେ ସେ । ଗିରଫ ପରେ ତାଙ୍କ ସମେତ ଗ୍ୟାଙ୍ଗର ୭ ଜଣଙ୍କୁ ମୁଜାଫରନଗର ଜେଲ୍‌ ପଠାଯାଇଥିଲା । ତେବେ ପରେ ଜିଲ୍ଲା ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଯୁବତୀ ଏଚ୍‌ଆଇଭି  ପଜିଟିଭ୍‌ ହୋଇଥିବା ଜଣାପଡ଼ିଲା । ବର୍ତ୍ତମାନ ତାଙ୍କୁ ଆଣ୍ଟିରେଟ୍ରୋଭାଇରାଲ୍‌  ଥେରାପି(ଏଆରଟି)ରେ ରଖାଯାଇଛି । ତେବେ ସେ ଏଚ୍‌ଆଇଭି ପଜିଟିଭ୍‌  ହୋଇଥିବା ଜଣାପଡି଼ବା ପରେ ଦୁଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥା  ବଢ଼ିଯାଇଛି । ସେ ଯେଉଁ ଯୁବକମାନଙ୍କୁ ବାହାହୋଇ ଠକିଥିଲେ ସେମାନଙ୍କର  ସନ୍ଧାନ ଚାଲିଛି । ୨ ରାଜ୍ୟର ପୁଲିସ ତନାଘନା ଚଳାଇଛନ୍ତି । 

ଇତିମଧ୍ୟରେ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟ ବିଭାଗ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ  ରଖିଥିବା ୩ ଜଣ ଯୁବକ ଏଚ୍‌ଆଇଭିରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛି । ଉଧମ  ସିଂହ ନଗରର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ  ପୀଡି଼ତ ଯୁବକମାନଙ୍କର ପରୀକ୍ଷା କରାଯାଇଥିଲା । ସେମାନେ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଏକ ଏଆରଟି ସେଣ୍ଟରରେ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି । 

ପୁଲିସ ଅନୁସାରେ, ଉତ୍ତରାଖଣ୍ଡ ଉଧମ ସିଂହ ନଗର ଜିଲ୍ଲାର ବାସିନ୍ଦା  ପ୍ରାୟ ୨୦ ବର୍ଷୀୟା ଯୁବତୀଜଣକ ଏକ ଠକେଇ ଗ୍ୟାଙ୍ଗର ସଦସ୍ୟ ଥିଲେ । ବିବାହର  ବ୍ୟବସ୍ଥା କରିବା ଆଳରେ ଯୁବକମାନଙ୍କୁ ଠକିବା ସେହି ଗ୍ୟାଙ୍ଗର କାମ ଥିଲା । ଟାର୍ଗେଟ୍‌  ଠିକ୍‌ କରିବା ପରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ସନ୍ଦେହକୁ ଏଡ଼ାଇଯିବା ଲାଗି  କନ୍ୟାଙ୍କର ସମ୍ପର୍କୀୟ ଭାବେ ଅଭିନୟ କରୁଥିଲେ । ସେମାନେ ବିବାହର ସମସ୍ତ ଆୟୋଜନ କରୁଥିଲେ । ବିବାହ ପରେ ଯୁବତୀ ନିଜ ଗ୍ୟାଙ୍ଗର ସଦସ୍ୟମାନଙ୍କ  ସହିତ ବର ଘରୁ ଟଙ୍କା, ସୁନା ନେଇ ଫେରାର ହୋଇଯାଉଥିଲେ । ଉତ୍ତରପ୍ରଦେଶ  ଓ ଉତ୍ତରାଖଣ୍ଡରେ ଏଭଳି ଅଭିନବ ଠକେଇର ଅନେକ ମାମଲା ରୁଜୁ ହେବା ପରେ  ପୁଲିସ ସକ୍ରିୟ ହୋଇଥିଲା । ଯୁବତୀ, ତାଙ୍କ ମା’ଙ୍କ ସମେତ ଗ୍ୟାଙ୍ଗର ୭ ସଦସ୍ୟଙ୍କୁ  ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଯୁବତୀଜଣକ ଉତ୍ତରାଖଣ୍ଡର ୩  ଯୁବକଙ୍କ ସମେତ ମୋଟ ୫ ଜଣଙ୍କୁ ବିବାହ କରିଥିବା ସ୍ୱୀକାର କରିଥିଲେ । ତେବେ  ସେ ଆହୁରି ବହୁ ଜଣଙ୍କୁ ବିବାହ ଆଳରେ ଠକେଇ କରିଥିବା ପୁଲିସ ଆଶଙ୍କା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.