ପ୍ରମୂଖ ଖବର

କୋଭିଡ୍‌ରୁ ପ୍ରେମ: ମିଛ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ବ୍ଲାକ୍‌ମେଲ୍‌ କଲା ବିବାହିତ ପ୍ରେମିକ

ପୁରୀ,୦୪/୦୩: କୋଭିଡ୍‌ରେ ସମୟରେ ହୋଇଥିଲା ପରିଚୟ । କରୋନା ଆକ୍ରାନ୍ତ ହେବାରୁ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝି ମନରେ ଆଣିଥିଲା ବିଶ୍ୱାସ । ସେହି ବିଶ୍ୱାସ  ପରେ ପ୍ରେମରେ ପରିଣତ ହେଲା । ପ୍ରେମ ଏତେ ଗଭୀରତାକୁ ଚାଲିଗଲା ଯେ, ଦୁହିଁଙ୍କ  ସମ୍ପର୍କ ସ୍ଥାପନ ହୋଇଗଲା। ମ୍ୟୁନିସିପାଲିଟିର ହେଲ୍‌ଥ ଅଫିସ୍‌ରେ ମେଲ୍‌ ୱାର୍କର୍‌ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ଜଣକ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ମଧ୍ୟରେ ଏହି ପ୍ରେମକାହାଣୀ ଏବେ ଥାନାରେ ପହଞ୍ଚିଛି । ପୁରୁଷ କର୍ମଚାରୀ ଜଣକ ବିବାହିତ ହୋଇଥିଲେ ବି ମିଛ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ ।  ଘଟଣା ଜଣାପଡ଼ିବା ପରେ ପ୍ରେମରେ ସୃଷ୍ଟି ହେଲା ଫାଟ । ପ୍ରେମିକ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ । ମହିଳାଙ୍କ ଅଭିଯୋଗ ପରେ କୁମ୍ଭାରପଡ଼ା ଥାନା ପୁଲିସ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଛି । ଘଟଣାଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୌରସଂସ୍ଥା ଯାଏଁ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ପ୍ରେମିକ ଅଠରନଳା ଠାରେ ରହୁଥିବା ବ୍ରହ୍ମଗିରି ଥାନା ଅଞ୍ଚଳର ସୁନିଲ କୁମାର ପରିଡ଼ା ବୋଲି ଜଣାପଡ଼ିଛି । 

ମହିଳାଙ୍କ  ଅଭିଯୋଗ ଅନୁସାରେ ୨୦୨୦ କୋଭିଡ  କଟକଣା ସମୟରେ ଉଭୟଙ୍କୁ ଦେଖାସାକ୍ଷାତ ହୋଇଥିଲା । ମହିଳା ଜଣକ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କ ମୋବାଇଲ୍‌ ନମ୍ବର ସଂଗ୍ରହ କରିଥିଲା ସୁନିଲ । ସବୁଦିନ ସେ ଫୋନ୍‌ କଲ୍‌ କରି ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଥିଲା । ଅଫିସ୍‌ ଷ୍ଟାପ୍‌ ଭାବି ମହିଳା  ବି ତା’ ସହ କଥା ହେଉଥିଲେ । କିଛିଦିନ ପରେ ଉଭୟ ପରସ୍ପର ନିକଟତର ହୋଇଥିଲେ । ବିବାହ ପ୍ରତିଶ୍ରୁତି ଦେଇଥିଲା ସୁନିଲ । କ୍ରମେ ବିବାହ କରିବାକୁ ସମୟ ଗଡ଼ାଇଥିଲା ସୁନିଲ । କିନ୍ତୁ ପୂର୍ବରୁ ସୁନିଲ ବିବାହ କରିଥିବା ଏବଂ  ତା’ର ଗୋଟିଏ ପୁତ୍ର ସନ୍ତାନ ଅଛି ବୋଲି  ମହିଳା ଜଣକ ଜାଣିବାକୁ ପାଇଥିଲେ । ତେଣୁ  ସୁନିଲ ଛଳନା କରୁଥିବା ଜାଣିବା ପରେ ଦୂରେଇ ରହୁଥିଲେ ମହିଳା । ଅଶ୍ଳୀଳ ଫଟୋ ଭାଇରାଲ୍‌  କରିବାକୁ ଧମକ ଦେଇ ମହିଳାଙ୍କଠାରୁ ଟଙ୍କା  ନେବା ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।  ମହିଳାଙ୍କ ଅନ୍ୟତ୍ର ବିବାହ ଲାଗିଥିଲା ।  ଏଥିରେ ସୁନିଲ ଉତ୍‌କ୍ଷିପ୍ତ ହୋଇ ମହିଳାଙ୍କ ଭିଣୋଇଙ୍କ ମୋବାଇଲ୍‌କୁ ଅନ୍ତରଙ୍ଗ ମୁହୂର୍ତ୍ତର  ଫଟୋ ପଠାଇଥିଲା । ଏହାପରେ ସମସ୍ତ ଫଟୋ ଅନ୍ୟମାନଙ୍କୁ ପଠାଇ ଦେବ ବୋଲି  କହି ଧମକ ଦେଇଥିଲା । ମହିଳାଙ୍କ ପରିବାର  ଲୋକେ ତାକୁ କାବୁ କରି ମୋବାଇଲ୍‌ରୁ  ଫଟୋ ଡିଲିଟ୍‌ କରିବାକୁ ଉଦ୍ୟମ କରିଥିଲେ ।  ସୁନିଲ ଖସିଯାଇ ମହିଳାଙ୍କୁ ହତ୍ୟା ଧମକ  ଦେଇଥିଲା । ଏନେଇ ଏତଲା ଦେବା ପରେ  ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.