ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଲୁମେକ୍ସ ମହାଠକେଇ ମାମଲା: ମାଷ୍ଟରମାଇଣ୍ଡ୍‌ ସୋନିଆ ତ୍ରିପାଠୀ ବାନ୍ଧିଲା ଇନ୍‌ଫୋସିଟି ପୋଲିସ

ଭୁବନେଶ୍ୱର,୨୨/୦୬: ଲୋଭ ଦେଖାଇ ଜମାକାରୀ ଓ ଆଶାୟୀଙ୍କଠାରୁ  ୧୦ କୋଟି ଟଙ୍କା ଠକି ନେବା ମାମଲାରେ  ଲୁମେକ୍ସ ଏବଂ ବ୍ରାଇଟ୍‌ ହୋମ୍‌ ଡେକର  ସଂସ୍ଥାର ଅନ୍ୟତମ ମୁଖ୍ୟ ସୋନିଆ  ତ୍ରିପାଠୀଙ୍କୁ ଗିରଫ କରିଛି ଇନ୍‌ଫୋସିଟି  ଥାନା ପୁଲିସ୍‌ । ୨ଟି ଚେକ୍‌ ବାଉନ୍ସ ଓ ଆଗୁଆ  ଜାମିନ ପାଇଁ ଜାଲ୍‌ ମେଡିକାଲ୍‌ ସାର୍ଟିଫିକେଟ୍‌  ଦେବା ଭଳି ତିନିଟି ସାଂଘାତିକ ମାମଲାରେ  ତାଙ୍କ ବିରୋଧରେ ଜାମିନବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ)  ଜାରି କରାଯାଇଥିଲା । ତାଙ୍କୁ ଗିରଫ ପାଇଁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ୍‌ ତାଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ  ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।  

୨୦୧୯ରେ ରାଜୀବ ଲୋଚନ ଦାସ ଓ ତା'ର ସହଯୋଗୀ  ଡିଏଲ୍‌ଏଫ୍‌ ସାଇବର ସିଟିରେ ଲୁମେକ୍ସ ଏବଂ ବ୍ରାଇଟ୍‌ ହୋମ୍‌  ଡେକର ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସଂସ୍ଥା ଆରମ୍ଭ  କରିଥିଲେ । ବିଭିନ୍ନ ବିଦେଶୀ ସଂସ୍ଥାର ଜାଲ୍‌ ୱେବସାଇଟ୍‌ ଖୋଲି ଅଧିକ  ଲୋଭ ଦେଖାଇ ଟଙ୍କା ନିବେଶ ପାଇଁ  କହୁଥିଲେ । ଚୀନ୍‌ରୁ କ୍ରୋମ୍‌ ରପ୍ତାନି  କରିବା, ଓଡ଼ିଶାରେ ଥିବା କେତେକ  ବହୁରାଷ୍ଟ୍ରୀୟ କାର୍ଯ୍ୟାଳୟରେ ନିଯୁକ୍ତି  ଦେବା ଭଳି ଲୋଭନୀୟ ପ୍ରତିଶ୍ରୁତି  ଜରିଆରେ ଉକ୍ତ ସଂସ୍ଥା ଲୋକଙ୍କୁ ଠକି  ଆସୁଥିଲା । ଏମିତି ଉପାୟରେ ସଂସ୍ଥା  ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲା । 

ଏ ସମ୍ପର୍କରେ ଜମାକାରୀ ପ୍ରଥମେ ଇନ୍‌ଫୋସିଟି ଓ ପରେ  ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ମାମଲା  ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ୨୦୨୩ ମସିହା  ମେ' ୨ ତାରିଖରେ ଇଓଡବ୍ଲ୍ୟୁ ରାଜୀବ ଲୋଚନକୁ ଗିରଫ  କରି କୋର୍ଟ ଚାଲାଣ କରିଥିଲା । ରାଜୀବ ଗିରଫ ହେବା  ପରେ ସୋନିଆ ଫେରାର ହୋଇଯାଇଥିଲେ । ପରେ ଜାଲ୍‌  କାଗଜପତ୍ର ଦେଇ ଆଗୁଆ ଜାମିନ ଆବେଦନ କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.