ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାକଟେଶ୍ଵରୀ ମା’ଙ୍କ ଯାତ୍ରା ଆରମ୍ଭ, ଲାଠି ଶୋଭାଯାତ୍ରାରେ ସହର ପରିକ୍ରମା

 ମାଲକାନଗିରି, ୨୪।୩ : ମାଲକାନଗିରି ଜିଲ୍ଲାସଦର ମହକୁମା ଜେଲସାହି ଠାରେ ଥିବା ଶ୍ରୀଶ୍ରୀ ନାକଟେଶ୍ଵରୀ ମା’ ଙ୍କ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଯାଇଛି । ଗତଦୁଇବର୍ଷରେ ଥରେ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇ ଚାରିଦିନ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିବସରେ ପ୍ରାତଃରେ ଗଙ୍ଗାବରଣ କରାଯାଇ   ପବିତ୍ରଜଳ ଆଣା ଯାଇ ବିରାଟ କଳସ ଶୋଭା ଯାତ୍ରାରେ ସହର ପରିକ୍ରମା କରି ମା’ ନାଟେଶ୍ବରୀ ଙ୍କ ପୀଠକୁ ଅଣା ଯାଇଥିଲା । 

 ବିଭିନ୍ନ ଦେବାଦେବୀ ପୀଠରୁ ଆବାହନ ହୋଇ ଆସିଥିବା ଲାଠିଗୁଡିକୁ ଏକତ୍ରିତ କରା ଯାଇ ସଂନ୍ଧ୍ୟା ରେ ମାଉଲିମା ମନ୍ଦୀର ନିକଟରୁ ମା’ ନାକଟେଶ୍ବରୀ ଙ୍କୁ ସୁସଜିତ ବିମାନରେ ରଖା ଯାଇ କୋୟା, ସିଙ୍ଗନାଟ, ରଣପାନାଟ, ପାରମ୍ପାରିକ ନୃତ୍ୟ, କାଳଶୀ ନାଟ ଓ ଡ୍ରମପାର୍ଟିବଜାଇ ଆତସବାଜି ଫୁଟାଇ ସହର ପରିକ୍ରମା କରା ଯାଇଥିଲା । ମା‘ ବିଭିନ୍ନ ସାହି ବସ୍ତିରେ ଭୋଗପାଇ ରାତ୍ରରେ ଜେଲସାହି ଠାରେ ଥିବା ନିଜମନ୍ଦିର ପାଛୋଟି ନିଆଯାଇ ଥିଲା । ଏହି ଶୋଭ ଯାତ୍ରାରେ ଓଡିଶା,ଛତିଶଗଡ, ଆନ୍ଧ୍ରପ୍ରଦେଶ,ତେଲାଙ୍ଗାନା ରାଜ୍ୟର ଲକ୍ଷ୍ୟାଧିକ ଭକ୍ତଗଣ ଯୋଗଦେଇ ଠାକୁରଙ୍କ ଲାଠିଧରି ସହର ପରିକ୍ରମା  କରିଥିଲେ । ଏହି ଯାତ୍ରାରେ, ବିଭିନ୍ନ ଗ୍ରାମ ସହ ୬୫ ଟି  ମୁଠା ବିଭିନ୍ନ ଆଦିବାସୀ ଗ୍ରାମଗୁଡିକ ରୁ ଦେବା ଦେବୀଙ୍କ ପୀଠରୁ ଶତାଧିକ ଲାଠି ଧାରି ସିରୁଆ,ଦିସାରି,ଗୁଣିଆ ମାନେ ମା’ ନାକଟେଶ୍ଵରୀଙ୍କ ପୀଠରେ ପହଁଚିଥିଲେ । 

  ପ୍ରତି ଦୁଇବର୍ଷରେ ଥରେ ମାନ୍ୟମକୋଣ୍ଡା ବଡଠାକୁରଙ୍କ ବଡଯାତ୍ର କରା ଯାଇଥାଏ, ଯେଉଁବର୍ଷ ବଡ ଯାତ୍ରା ନଥାଏ ସେହିବର୍ଷ ମା’ ନାକଟେଶ୍ଵରୀ ଙ୍କ ଦୋଳଯାତ୍ରା ହୁଏ । ମା’ଙ୍କ ଯାତ୍ରା ବଡ ବିଚିତ୍ର, ଫାଲୁଗନମାସ ପୁର୍ଣିମା ତିଥିରେ ମା’ ମାଉଲିମା ମନ୍ଦିରରେ କଳସପୁଜାକରା ଯାଇ ସେଠାରୁ ହନୁମାନ ପତାକା ଓ ଠାକୁର ଝଣ୍ଡା ଅଣା ଯାଇ ଠାକୁରାଣିଙ୍କ ପୀଠରେ ରଖା ଯାଇଥାଏ । ୬୫ଖଣ୍ଡ ପଡାର ଗ୍ରାମଦେବତୀଙ୍କୁ ନିମନ୍ତ୍ରଣ କରାଯାଇ ତାଙ୍କ ପିଠରୁ ଲାଠି ଅଣା ଯାଇଥାଏ । ୪ଦିନ ଧରି ବଡ ଯାକ ଯମକରେ ମା’ଙ୍କ ପିଠରେ ଯାତ୍ରା ଲାଗିଥାଏ । ଭକ୍ତମାନେ ମା’ ଙ୍କ ନିକଟରେ ଲିଆ, ମୁଆଁ, ଖଇ, ଗୁଡ, ନଡିଆ, କଦଳୀ, ଫଳମୁଳ ବାଲ୍ୟଭୋଗ ଲଗାଇବାସହ ଆଉକିଏ କିଏ ନିଜରମାନସିକ ପୁରଣପାଇଁ ପିଠରେ ଛେଳି, କୁକୁଡା, ବତକ  ବଳି ଦେଇଥାନ୍ତି । ବିଭିନ୍ନ ପିଠରୁ ଆସିଥିବା ସିରୁଆ, ଓଡେ, ପୁଜାରି, ଦିଶାରୀ, ଗୁଣିଆ ମାନେ ମା ଙ୍କ ପିଠରୁ ଧୂପ ଝୁଣା ଧୁଆଁ ଖାଇ ସିନ୍ଦୁର ଲଗାଇ କାଳଶି ନାଟ କରିଥାନ୍ତି । 

ଦ୍ଵିତୀୟ ଦିବସରେ ମା’ ନାକଟେଶ୍ବରୀ ଙ୍କ ପିଠରେ ଭୋଗଲଗା ଯିବାସହ ରାଜ ବଳିପକା ଯାଇ ପୁଜାକରା ଯାଇଥାଏ, ଓଡିଶା, ଆନ୍ଦ୍ର, ତେଲାଙ୍ଗାନା, ଛତିଶଗଡ ରାଜ୍ୟର ବିଭିନ୍ନ ଗ୍ରାମରୁ ଆସିଥିବା ସିରୁଆ, ପୂଜାରି, ଦିଶାରି, ଓହେଁ, ମାନେ କାଳଶି ନାଟକରି ନିଜ ନିଜ ‌ର ବଳପ୍ରଦର୍ଶନକରିଥାନ୍ତି । ତୃତୀୟ ଦିନ ମା’ଙ୍କ ପୀଠରେ ପାଟପୁଜା, ମହାପୁଜା କରା ଯାଇ ସନ୍ଧ୍ୟାରେ ବେଢାପରିକ୍ରମା କରା ଯାଇଥାଏ, ମଙ୍ଗଳବାର ମଧ୍ୟରାତ୍ର ଓ ବୁଧବାରଦିନ ପାହାନ୍ତିଆ ରେ ଶେଷ ପୁଜା ଦିଆଯାଇ ବିଭିନ୍ନ ପିଠରୁ ଆସିଥିବା ଲାଠି ଓ ଦେବାଦେବି ମାନଙ୍କୁ ବିଦାୟ ଦିଆ ଯାଇଥାଏ । 

 ମା’ଙ୍କ ପୂଜାର ବର୍ଷକ ପରେ ବଡ ଯାତ୍ରା ଆରମ୍ଭ ହୋଇଥାଏ।  ଚାରିଦିନ ଧରି ମା’ ଙ୍କ ପୀଠରେ ମିନାବଜାର ସାଙ୍ଗକୁ ଦୋଳିର ମଜା ଦର୍ଶକ ମାନେ ଉଠାଇଥାନ୍ତି । ରାତ୍ରରେ ଦେଶିଆ ନାଟ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥାଏ । ଆଦିବାସୀଙ୍କ ନିଆରା ପରମ୍ପରା ନାକଟେଶ୍ଵରୀ ଯାତ୍ରା ଦେଖିବାପାଇଁ ବିଭିନ୍ନ ଅଚଂଳରୁ ଲକ୍ଷ୍ୟଧିକ ଭକ୍ତ ମାନଙ୍କ ଭିଡଲାଗିଯାଇଥାଏ । 

ମା’ ନାକଟେଶ୍ଵରୀ ମନ୍ଦିରର ମୁଖ୍ୟପୁଜାରୀ କୁମର ପୁଜାରୀ, ତ୍ରୀନାଥପୁଜାରୀ, ପୁଜାକମିଟି ଓ ପରିଚାଳନା କମିଟିର ପି.କେଶୁରାଓ, ଦୁର୍ଗାପଟନାୟକ, ଅଜିତପାଢି, ନିଲୁପଟନାୟକ ଜି.ଶ୍ରୀନିବାସରାଓ, ଗୋପିପଟନାୟକ, ସତିଶରାଓ, କୃଷ୍ଣଚନ୍ଦ୍ର ପଣ୍ଡା, ସାଇପଟନାୟକ, କମୁଳୁ ପୁଜାରୀ,ରହିମ ଖାନ, ତ୍ରିନାଥ  ଓ ସ୍ଥାନିୟ ଯୁବଗୋଷ୍ଠି ମାନଙ୍କ ଉଦ୍ୟମରେ ଚଳିତବର୍ଷ ମା ନାଇଟେଶ୍ଵରୀ ଙ୍କ ଯାତ୍ରା ଆଡ଼ମ୍ବର  ସହକାରେ ପାଳନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.