ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଇସଲାମିକ ଓ୍ବେଲଫେୟାର ହୋମ୍ସରେ ଛୋଟ ଛୋଟ ପିଲାଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା, ୪ ଶହ ପିଲାଙ୍କୁ ମୁକ୍ତ କଲା ପୋଲିସ…

ନୂଆଦିଲ୍ଲୀ: ମାଲେସିଆରେ ଏକ ବଡ ଧରଣର ଯୌନଶୋଷଣ ଘଟଣାର ପର୍ଦ୍ଧାଫାଶ କରିଛି ପୋଲିସ । ଏଠାରେ ୨୦ଟି ଇସଲାମିକ ଓ୍ବେଲଫେୟାର ହୋମ୍‌ସ ଉପରେ ପୋଲିସ ଚଢାଉ କରି ୪୦୨ ପିଲାଙ୍କୁ ମୁକ୍ତ କରିଛି । ଏଥିରେ ୧ ରୁ ୧୭ ବର୍ଷ ବୟସର ୨୦୧ ଜଣ ବାଳକ ରହିଥିବା ବେଳେ ୨୦୧ ଜଣ ବାଳିକା ରହିଛନ୍ତି । 

ପୋଲିସର ସୂଚନା ଅନୁଯାୟୀ, ଏଠାରେ ପିଲାମାନଙ୍କୁ ଯୌନ ଶୋଷଣ କରାଯାଉଥିଲା । ଏହି ଓ୍ବେଲଫେୟାର ହୋମ୍‌ସ ଗୁଡିକ ଗ୍ଲୋବାଲ୍ ଇଖୱାନ୍ ସର୍ଭିସେସ୍ ଏବଂ ବିଜନେସ୍ (ଜିଆଇଏସବି) ନାମକ ଏକ ଇସଲାମିକ୍ ବ୍ୟବସାୟ ଗୋଷ୍ଠୀ ସହିତ ଜଡିତ । ଇନ୍ସପେକ୍ଟର ଜେନେରାଲ ରଜାଉଦ୍ଦିନ ହୁସେନ୍‌ଙ୍କ ଅନୁଯାୟୀ ଏହି ଘଟଣାରେ ୧୭୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ସେ ଏଠାରେ ପିଲାମାନଙ୍କୁ ଅସଦାଚରଣ କରାଯାଉଥିବା ସୂଚନା ପାଇଥିଲେ ।

ହୁସେନ୍‌ଙ୍କ ଅନୁଯାୟୀ, ଓ୍ବେଲଫେୟାର ହୋମ୍‌ସରେ ଥିବା ପିଲାମାନଙ୍କୁ ଅନ୍ୟ ପିଲାମାନଙ୍କ ସହ ଭୁଲ କାମ କରିବାକୁ ମଧ୍ୟ ଚାପ ଦିଆଯାଉଥିଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଧାର୍ମିକ ଶିକ୍ଷକ ଏବଂ ଅନ୍ୟ ଅନେକ ଅଛନ୍ତି ବୋଲି ସେ କହିଛନ୍ତି । ପିଲା ମାନଙ୍କର ଶିକ୍ଷା ଏବଂ ଯତ୍ନ ପାଇଁ ସେମାନେ ଉତ୍ତରଦାୟୀ ଥିଲେ । ଅନେକ ପିଲାଙ୍କୁ ଗୋଟିଏ କୋଠରୀରେ ରଖାଯାଇଥିଲା।

ତେବେ ଛୋଟ ଛୋଟ ଭୁଲ୍ ପାଇଁ ଛୋଟ ପିଲା ମାନଙ୍କୁ ଗରମ ଚାମଚର ଚେଙ୍କ ଦିଆଯାଉଥିଲା । ଇନ୍ସପେକ୍ଟର ଜେନେରାଲ୍ ହୁସେନ୍ କହିଛନ୍ତି ଯେ ଯେତେବେଳେ ପିଲାମାନେ ଏଠାରେ ଅସୁସ୍ଥ ହୋଇପଡୁଥିଲେ, ସେମାନଙ୍କୁ ଚିକିତ୍ସା ଦିଆଯାଉନଥିଲା। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା । ସେ କହିଛନ୍ତି ଯେ ଏପରି କିଛି ଘଟଣା ଅଛି ଯେଉଁଥିରେ ୫ ବର୍ଷରୁ କମ୍ ବୟସର ପିଲା ଭୁଲ୍ କରିବା ପାଇଁ ସେମାନଙ୍କୁ ଚେଙ୍କ ସହ ଶାରିରୀକ ନିର୍ଯ୍ୟାତନା ଦିଆଯାଉଥିଲା । ଗ୍ଲୋବାଲ ଇଖୱାନ ପିଲାମାନଙ୍କୁ ଶୋଷଣ କରୁଥିଲେ ଏବଂ ଦାନ ଟଙ୍କା ପାଇବା ପାଇଁ ଧାର୍ମିକ ଭାବନା ବ୍ୟବହାର କରିଥିଲେ । 

ଏହାର ୨୦ ଟି ଦେଶରେ ଶାଖା ଅଛି, ଯେଉଁଥିରେ ୫ ହଜାରରୁ ଅଧିକ କର୍ମଚାରୀ କାମ କରନ୍ତି । ଚାଇନା, ବ୍ରିଟେନ, ୟୁଏଇ ସମେତ ୨୦ ଟି ଦେଶରେ ଗ୍ଲୋବାଲ ଇଖୱାନର ଶାଖା ଅଛି । ଏହି ଗୋଷ୍ଠୀ ଜଣେ ଧାର୍ମିକ ନେତାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.