ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରେ ତ୍ରିମୁଖୀ ଲଢେଇ

 ମାଲକାନଗିରି,୧୧/୪: ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେଡି,ବିଜେପି ଓ କଂଗ୍ରେସ   ଦଳର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ  ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଭୋଟ ପ୍ରଚାର ଆରମ୍ଭ ହୋଇଯାଇଛି।

ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଓ ତାର କିଛିଦିନ ପରେ ବିଜେଡି ପ୍ରାର୍ଥୀ ଏବଂ ଗତ ୪ ଦିନ ତଳେ ବିଜେପି ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ଓ ବିଜେଡି ପ୍ରଚାର ରେ ଆଗୁଆ ଥିବା ବେଳେ  ବିଜେପି ଦଳ ପକ୍ଷରୁ ଗତ ଦୁଇଦିନ ହେଲା ପ୍ରଚାର ଆରମ୍ଭ ହୋଇଛି।

 ବିଜେଡି ଦଳ ପକ୍ଷରୁ ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ନାମ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। କଂଗ୍ରେସ ଦଳ ପକ୍ଷରୁ ମାଲା ମାଡ଼ି ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବା ବେଳେ ଭାଜପା ଦଳ ରୁ ନୂଆ ମୁହଁ ନରସିଂହ ମାଡ଼କାମୀ ଙ୍କୁ ପ୍ରାର୍ଥୀ   କରାଯାଇଛି।ଏହି ଆସନରୁ ମୁଖ୍ୟତଃ ତ୍ରିମୁଖୀ ଲଢେ଼ଇ ହେବା କୁ ଯାଉଛି।

 ଗତ ୨୦୧୪ନିର୍ବାଚନରେ ମାଲକାନଗିରି ଆସନରୁ ବିଜେଡି ଦଳରୁ ମାନସ ମାଡକାମୀ  ୪୭,୭୩୭ ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ମାଲା ମାଡ଼ି୪୪,୪୨୫ଟି ଭୋଟ ପାଇ ଦ୍ଵିତୀୟ ସ୍ଥାନ ରେ ଥିବା ବେଳେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଡ଼ି୩୬,୨୧୨ ଟି ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।  ୨୦୧୯ ନିର୍ବାଚନରେ ଏହି ଆସନରୁ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଡ଼ି ୭୦,୨୬୩ଟି ଭୋଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ତାଙ୍କର ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ମାଲା ମାଡ଼ି ୪୪,୬୯୪ଟି ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ବିଜେଡି ଦଳର ପ୍ରାର୍ଥୀ ମୁକୁନ୍ଦ ସୋଡି୪୧,୬୬୭ଟି ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.