ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ମମତା ବାନାର୍ଜୀଙ୍କ ପିଲା ନାହାନ୍ତି, ସେ ଝିଅ ମୃତ୍ୟୁର ବେଦନା ବୁଝିବେ କେମିତି: ଦୁଷ୍କର୍ମ ପୀଡ଼ିତାଙ୍କ ମା’

କୋଲକାତା: ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏବେ ପୀଡ଼ିତାଙ୍କ ମା’ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପାଲଟା ଜବାବ ଦେଇଛନ୍ତି । ଏହା ପୂର୍ବରୁ ପୀଡ଼ିତାଙ୍କ ପରିବାର ନ୍ୟାୟ ଚାହୁଁନାହାନ୍ତି ବୋଲି କହିଥିଲେ ମମତା ବାନାର୍ଜୀ । ପୀଡ଼ିତାଙ୍କ ମା’ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ କହୁଛନ୍ତି ପରିବାର ନ୍ୟାୟ ଚାହୁଁନି । ମମତାଙ୍କର ନିଜର ପୁଅ କିମ୍ବା ଝିଅ ନାହାନ୍ତି । ତେଣୁ ସେ ପିଲା ହରାଇବାର ଦୁଃଖକୁ ବୁଝିପାରିବେ ନାହିଁ । ତାଙ୍କର ମନ୍ତବ୍ୟ ଆମକୁ ବ୍ୟଥିତ କରିଛି ।’ 

ପୀଡ଼ିତାଙ୍କ ମା ଆହୁରି କହିଛନ୍ତି, ‘ଗୁରୁବାର ମମତା ବାନାର୍ଜୀ ଯାହା କହିଛନ୍ତି ତାହା ପସନ୍ଦ ଆସିଲାନି ।  ପୁରା ଦୁନିଆ ମୋ ଝିଅ ସହ ରହିଛି । ସେମାନେ ନ୍ୟାୟ ପାଇଁ ବିରୋଧ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସେ (ମମତା) କହୁଛନ୍ତି ଯେ ଆମକୁ ନ୍ୟାୟ ଦରକାର ନାହିଁ । ପ୍ରଦର୍ଶନକାରୀଙ୍କୁ ଅପିଲ କରୁଛି, ନ୍ୟାୟ ନମିଳିବା ଯାଏଁ ପ୍ରଦର୍ଶନ ଜାରି ରଖନ୍ତୁ ।’ 

ସେପଟେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ଖୁଲାସା ହେଉଛି । ନିକଟରେ ଏକ ଅଡିଓ କ୍ଲିପ୍‌ ଭାଇରାଲ ହେଉଛି । କୋଲକାତା ପୋଲିସ ପୀଡ଼ିତାଙ୍କ ପରିବାରକୁ କହିଥିଲା ଯେ, ତାଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି । କିନ୍ତୁ କୋଲକାତା ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । କୋଲକାତା ଡିସିପି ଇନ୍ଦିରା ମୁଖାର୍ଜୀ କହିଛନ୍ତି, ଟିଭିରେ କେତେକ ଅଡିଓ କ୍ଲିପ୍‌ ଶୁଣିଛୁ, କୋଲକାତା ପୋଲିସ ଏଭଳି କୌଣସି ସୂଚନା ଦେଇନଥିଲା । ଡାକ୍ତର ଆତ୍ମହତ୍ୟା କରିଥିବା କଥା ଆମେ କେବେ ବି କହିନାହୁଁ ।

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.