ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କିମ୍‌ ଜଙ୍ଗ ଉନ୍‌ଙ୍କ ପରେ ମମତା ବାନାର୍ଜୀ ଦ୍ବିତୀୟ ଏକଛତ୍ରବାଦୀ ଶାସକ: ଗିରିରାଜ ସିଂହ

କୋଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ଟାର୍ଗେଟ କରିଆସିଛି ବିଜେପି । ଏବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ତୁଳନା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହ କରିଛନ୍ତି । ସେ କହିଛନ୍ତି, ବିଶ୍ବରେ ଜଣେ ଏକଛତ୍ରବାଦୀ ଶାସକ ଥିଲେ । ମମତା ବାନାର୍ଜୀ ବିଶ୍ବର ଦ୍ବିତୀୟ ଏକଛତ୍ରବାଦୀ ଶାସକ ।  

ଗିରିରାଜ ସିଂହ କହିଛନ୍ତି ଯେ, ପଶ୍ଚିମବଙ୍ଗର ଏକଛତ୍ରବାଦୀ ଶାସକ ମମତା ବାନାର୍ଜୀ । ରାଜ୍ୟରେ ଯିଏ ଅପରାଧୀ ସେମାନେ ଟିଏମସିର କାର୍ଯ୍ୟକର୍ତ୍ତା । ମହିଳା ହୋଇ ମଧ୍ୟ ମମତାଙ୍କୁ ଲଜ୍ଜା ନାହିଁ । ଏହା ପୂର୍ବରୁ ଆଜି (ବୁଧବାର) କୋଲକାତା ଦୁଷ୍କର୍ମ ମାମଲାକୁ ନେଇ ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଥିଲା  ବିଜେପି। ଏହାକୁ ନେଇ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି। 

 ମମତା ବାନାର୍ଜୀ କହିଛନ୍ତି, ବେଙ୍ଗଲରେ ନିଆଁ ଲଗାଇବାକୁ ଚେଷ୍ଟା କଲେ ସବୁଠି ନିଆଁ ଲାଗିବ । ସେ ଆହୁରି କହିଛନ୍ତି, ‘କିଛି ଲୋକଙ୍କୁ ଲାଗୁଛି ଏହା ବାଂଲାଦେଶ । ମୋତେ ବାଂଲାଦେଶ ପସନ୍ଦ । ସେଠାକର ଲୋକମାନେ ଆମ ଭାଷା କହୁଛନ୍ତି । ବାଂଲାଦେଶୀ ଏବଂ ବେଙ୍ଗଲୀ ସଂସ୍କୃତି ଏକା ଭଳି । କିନ୍ତୁ ଏହା ମନେ ରଖନ୍ତୁ ବାଂଲାଦେଶ ଏବଂ ଭାରତ ଦୁଇଟି ଅଲଗା ଦେଶ । ମୋଦୀ ବାବୁ ଆପଣ ଯେଉଁଭଳି ଲୋକଙ୍କୁ କହି ନିଆଁ ଲଗାଉଛନ୍ତି । ମନେ ରଖନ୍ତୁ ବେଙ୍ଗଲରେ ନିଆଁ ଲଗାଇଲେ ଆସାମ ଚୁପ୍‌ ବସିବ ନାହିଁ । ପୂର୍ବତ୍ତୋର ରାଜ୍ୟରେ ମଧ୍ୟ ନିଆଁ ଲାଗିବ । ଦିଲ୍ଲୀ ଶାନ୍ତିରେ ବସିବ ନାହିଁ । ଆପଣଙ୍କ ଚୌକି ଟଳମଳ କରିଦେବୁ । ’   ସେପଟେ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ମମତା ବାନାର୍ଜୀ ଅପିଲ କରିଥିଲେ।   କିନ୍ତୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ପ୍ରତ୍ୟାଖାନ କରିଛନ୍ତି ଆନ୍ଦୋଳନରତ ଡାକ୍ତର ।

  • BJP
  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.