ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପୋଲିସକୁ ମମତାଙ୍କ ଚେତାବନୀ: ହତ୍ୟାକାରୀକୁ ନ ଧରିଲେ ସିବିଆଇକୁ ଦେବି ମାମଲା

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଃଷ୍କର୍ମ ଓ ହତ୍ୟା ମାମଲାରେ ରାଜନୀତି ଜୋର ଧରିଛି। ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ମମତା ସରକାରଙ୍କୁ ଘେରିଛି ବିରୋଧୀ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯଦି ରବିବାର ଅର୍ଥାତ ଅଗଷ୍ଟ ୧୮ ସୁଦ୍ଧା ସମସ୍ତ ଅଭିଯୁକ୍ତ ଧରାନପଡନ୍ତି, ତେବେ ସେ ମାମଲା ସିବିଆଇକୁ ହସ୍ତାନ୍ତର କରିବେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି କହିଛନ୍ତି, 'ସିବିଆଇର ସଫଳତା ହାର ବହୁତ କମ୍। କିନ୍ତୁ ଯଦି ଏହି ମାମଲା ଖୁଲାସା ନହୁଏ ତେବେ ସିବିଆଇକୁ ହସ୍ତାନ୍ତର କରାଯିବ।

ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ଘଟଣାରେ ଡିସିପି ଉତ୍ତର ଅଭିଷେକ ଗୁପ୍ତା କହିଛନ୍ତି, "ଡାକ୍ତରଖାନାରେ ପ୍ରବେଶ କରୁଥିବା ଲୋକଙ୍କ ନାମ ବର୍ତ୍ତମାନ ଏକ ରେଜିଷ୍ଟରରେ ଲେଖାଯିବ। କୌଣସି ଅସାମାଜିକ ଓ ସନ୍ଦେହଜନକ ବ୍ୟକ୍ତି ପ୍ରବେଶ କରିପାରିବେନି। ଡାକ୍ତରଖାନାରେ ଡାକ୍ତରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ପରିଚୟ ପତ୍ର ଦିଆଯାଇଛି, ଯାହାକି ସେମାନେ ସର୍ବଦା ଡ୍ୟୁଟିରେ ପିନ୍ଧିବେ।

ପଶ୍ଚିମବଙ୍ଗର କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରିନ୍ସପାଲ ସୋମବାର ଇସ୍ତଫା ଦେଇଛନ୍ତି। କୋଲକାତାର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷ ତାଙ୍କ ପଦରୁ ଇସ୍ତଫା ଦେଇ କହିଛନ୍ତି ଯେ ସୋସିଆଲ ମିଡିଆରେ ମୋତେ ବଦନାମ କରାଯାଉଛି। ମୃତ ଡାକ୍ତର ମୋ ଝିଅ ପରି ଥିଲେ, ମୁଁ ଭବିଷ୍ୟତରେ ଏହା କାହା ସହିତ ଘଟିବାକୁ ଚାହେଁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.