ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ବଡ଼ ଦାବି କଲେ ମମତା ବାନାର୍ଜୀ

କୋଲକାତା: ନରେନ୍ଦ୍ର ମୋଦୀ ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । ଜୁନ୍‌ ୯ (ରବିବାର)ରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ମୋଦୀ ୩.୦ ସରକାରର ଶପଥ ଗ୍ରହଣ ପୂର୍ବରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ‘ଏହି ସରକାର ବେଶୀ ଦିନ ତିଷ୍ଠି ପାରିବ ନାହିଁ ।କିଛି ଦିନ ଭିତରେ ବିଜେପିର ଅନେକ ନେତା ଦଳ ଛାଡ଼ିଦେବେ । ଅନେକ ବିଜେପିର ନେତା ଦୁଃଖି ଅଛନ୍ତି । ଏହି ସରକାର ଅଧିକ ଦିନ ଚାଲିପାରିବ ନାହିଁ ।’ 

 ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଟିଏମସି ସାମିଲ ହେବ କି ନାହିଁ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ନା ନିମନ୍ତ୍ରଣ ମିଳିଛି ନା ଆମେ ଯିବୁ । ଟିଏମସି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବ ନାହିଁ । ସେ ଆହୁରି କହିଛନ୍ତି ଯେ, ଦେଶରେ ଅନେକ ପରିବର୍ତ୍ତନ ଜରୁରି । ଆମେ ଦେଶର ରାଜନୈତିକ ସ୍ଥିତି ଉପରେ ନଜର ରଖିଛୁ । ଯେଉଁଭଳି ଜନାଦେଶ ମିଳିଛି ଏଭଳି ସ୍ଥିତିରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା କଥା ନୁହେଁ । ଆଗକୁ ମମତା କହିଛନ୍ତି, ବର୍ତ୍ତମାନ ଇଣ୍ଡି ମେଣ୍ଟ ସରକାର ଗଢ଼ିବାକୁ ଦାବି କରିନାହିଁ। ଏହାର ଅର୍ଥ ନୁହେଁ ଯେ, ଆଗକୁ ଏଭଳି ଆମେ କରିବୁ ନାହିଁ ।

ଅନ୍ୟପଟେ ସିଏଏକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ସିଏଏକୁ ରଦ୍ଦ କରିବାକୁ ପଡ଼ିବ ।ସଂସଦରେ ଆମେ ଦାବି ଉଠାଇବୁ । ଅଣ ସାମ୍ବିଧାନିକ ଏବଂ ଅଣ ଆଇନ୍‌ସମ୍ମତ ପାର୍ଟିକୁ ସରକାର ଗଢ଼ିବା ଲାଗି ଶୁଭକାମନା ଦେଇପାରିବି ନାହିଁ , ମୋତେ କ୍ଷମା କରନ୍ତୁ ବୋଲି ମମତା କହିଛନ୍ତି । ଆମେ ଆପଣଙ୍କ ପାର୍ଟିକୁ ଭାଙ୍ଗିବୁ ନାହିଁ ବରଂ ଆପଣଙ୍କ ଦଳ ଭିତରୁ ଭାଙ୍ଗିଯିବ । ଆପଣଙ୍କ ଦଳର ନେତା ଖୁସିରେ ନାହାନ୍ତି ବୋଲି ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.