ପ୍ରମୂଖ ଖବର
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ରାସ୍ତା ଖାଲଖମାର ନିଆରା ପ୍ରତିବାଦ, ଲମ୍ବ ଡିଆଁ ପ୍ରତିଯୋଗିତା କରାଇଲେ ‘ଯମରାଜ’

ନୂଆଦିଲ୍ଲୀ,୨୯/୮: କର୍ଣ୍ଣାଟକ ଉଡୁପିରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ହୋଇଥିବା ଖାଲଖମା ସଂପର୍କରେ ପ୍ରତିବାଦ ଜଣାଇବା ଲାଗି ସେଠାକାର ଜଣେ ଲୋକ ମୃତ୍ୟୁ ଦେବତା ‘ଯମରାଜ’ଙ୍କ ବେଶ ହୋଇ ରାସ୍ତାରେ ଲମ୍ବ ଡିଆଁ ପ୍ରତିଯୋଗିତା କରାଇଛନ୍ତି । ଘଟଣାଟି ଆଦି ଉଡୁପି-ମାପଲେ ରୋଡ୍‌ର । ଆଦି ଉଡୁପି-ମାପଲେ ରୋଡ୍‌ ପ୍ରସିଦ୍ଧ ମାପଲେ ବେଳାଭୂମିକୁ ସଂଯୋଗ କରିଥାଏ । ତେବେ ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିଲେ ମଧ୍ୟ ତାହା ଖାଲଖମାପୂର୍ଣ୍ଣ । ଏହାଯୋଗୁ ପ୍ରାୟ ସମୟରେ ସେଠାରେ ଦୁର୍ଘଟଣା ହୋଇ ଲୋକଙ୍କର ଜୀବନହାନି ଘଟିଥାଏ । ବିଶେଷକରି ବର୍ଷା ଦିନେ ମରଣଯନ୍ତା ପାଲଟୁଛି ସେହି ରାସ୍ତା । ଦୀର୍ଘ ଦିନ ଧରି ସ୍ଥାନୀୟ ବାସିନ୍ଦାମାନେ ଏହାକୁ ନେଇ ପ୍ରତିବାଦ କରିଥିଲେ ବି କୌଣସି ସୁଫଳ ମିଳୁନାହିଁ । ଏପରିସ୍ଥଳେ ସେଠାକାର ଲୋକେ ଏକ ଅଭିନବ ଉପାୟରେ ଏ ନେଇ ପ୍ରତିବାଦ ଜଣାଇଛନ୍ତି । 

ସଡ଼କରେ ହୋଇଥିବା ଖାଲଖମା ଯୋଗୁ ଲୋକଙ୍କୁ ହେଉଥିବା ସମସ୍ୟା ସଂପର୍କରେ ଜଣାଇବା ତଥା ଅଧିକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଲାଗି ଜଣେ ବ୍ୟକ୍ତି ‘ଯମରାଜ’ଙ୍କ ବେଶ ହୋଇ ରାସ୍ତାରେ ଲମ୍ବ ଡିଆଁ ପ୍ରତିଯୋଗିତା କରାଇଥିଲେ । ଏହି କାର୍ଯ୍ୟରେ ତାଙ୍କୁ ଦେବତା ଚିତ୍ରଗୁପ୍ତଙ୍କ ବେଶ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ସହାୟତା କରିଥିଲେ । ସେମାନେ ଭୂତ ବେଶଧାରୀ ଲୋକମାନଙ୍କ ଦ୍ୱାରା ଖାଲଖମାରେ ଲମ୍ବ ଡିଆଁ କରାଇଥିବାବେଳେ ତାକୁ ଫିତା ଦ୍ୱାରା ମାପିଥିଲେ । ଘଟଣାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଏହା ଦେଖି ଅନେକ ୟୁଜର ଯଥାଶୀଘ୍ର ଆଦି ଉଡୁପି-ମାପଲେ ରୋଡ୍‌ର ମରାମତି ଲାଗି ଦାବି କରିଛନ୍ତି । ତୁରନ୍ତ ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହା ବଡ଼ ଦୁର୍ଘଟଣାର କାରଣ ପାଲଟିପାରେ ବୋଲି ସେମାନେ କହିଛନ୍ତି । ପୂର୍ବରୁ ଚଳିତବର୍ଷ ହାଇଦ୍ରାବାଦର ଜଣେ ମହିଳା ମଧ୍ୟ ଏହିପରି ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ସହରରେ ରାସ୍ତା ଖରାପ ସମସ୍ୟାର ପ୍ରତିବାଦ ଲାଗି କାଦୁଅପୂର୍ଣ୍ଣ ଖାତରେ ବସି ସେ ପ୍ରତିବାଦ ଜଣାଇଥିଲେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.