ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୁନା ଭାବି ବର୍ଷ ବର୍ଷ ଧରି ପାଖରେ ରଖିଥିଲେ, କିନ୍ତୁ ଶେଷରେ ଜାଣିବାକୁ ପାଇଲେ...

ନୂଆଦିଲ୍ଲୀ, ୩୦।୧୧: ସୁନା ଭାବି ରଖିଥିଲେ । କିନ୍ତୁ, ଏହା ସୁନାଠାରୁ ବି ଅଧିକ ମୂଲ୍ୟବାନ ବୋଲି ଜାଣିବାକୁ ପାଇଲେ । ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ଏକ ପଥର ପାଇଥିଲେ । ଯାହାକୁ ସେ ସୁନା ବୋଲି ଭାବି ବର୍ଷ ବର୍ଷ ଧରି ପାଖରେ ସୁରକ୍ଷିତ ଭାବେ ରଖିଥିଲେ । କିନ୍ତୁ, ଯେତେବେଳେ ସେହି ପଥରର ସତ ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ପଥରଟି ଥିଲା ୪୬୦ କୋଟି ବର୍ଷ ପୁରୁଣା । ପଥର ପାଇଥିବା ବ୍ୟକ୍ତିଙ୍କ ନାଁ ଡେଭିଡ୍ ହୋଲ୍ । ସେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣର ବାସିନ୍ଦା । 

୨୦୧୫ରେ ମେଲବୋର୍ଣ୍ଣର ମେରିବୋରୋ ଆଞ୍ଚଳିକ ପାର୍କରେ ସେ ଏକ ଲାଲ ରଙ୍ଗର ଧାତୁ ପାଇଥିଲେ । କିଛି ବର୍ଷ ପରେ ୨୦୧୯ରେ ସେ ଜାଣିବାକୁ ପାଇଲେ ଯେ, ପଥରଟି ପ୍ରକୃତରେ ଏକ ଉଲକାପିଣ୍ଡ । ସେ ଏହି ପଥରକୁ ମେଲବୋର୍ଣ୍ଣ ସଂଗ୍ରହାଳୟକୁ ନେଇ ଯାଇଥିଲେ । ଏହି ପଥରର ନାଁ ମେରିବୋରୋ ରଖାଯାଇଛି । ରିସର୍ଚ୍ଚଙ୍କ ପକ୍ଷରୁ କୁହାଯାଇଛି କି, ଏହି ପଥରର ଓଜନ ୧୭ କିଲୋଗ୍ରାମ । ଏହି ଉଲକ୍କାପିଣ୍ଡ ସାହାଯ୍ୟରେ ମହାକାଶ ସହ ଜଡ଼ିତ ଅନେକ ରହସ୍ୟର ଖୁଲାସା ହୋଇପାରିବ ଏବଂ ଅତୀତ ଯୁଗ ବିଷୟରେ ଅନେକ କିଛି ଜାଣିହେବ ବୋଲି ବିଶେଷଜ୍ଞ କହିଛନ୍ତି । ଏହି କାରଣରୁ ପଥରଟି ସୁନାଠାରୁ ଅଧିକ ମୂଲ୍ୟବାନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.