ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଫିଲ୍ମ ଦେଖି ବିଶ୍ୱ ରେକର୍ଡ କଲେ ଯୁବକ, ବର୍ଷକରେ ହଲ୍‌ରେ ଦେଖିଲେ ୭୭୭ ମୁଭିଜ୍‌

ନୂଆଦିଲ୍ଲୀ ୧୧/୦୯: ଆମେରିକାର ପେନ୍‌ସିଲଭାନିୟା ବାସିନ୍ଦା ୩୨ ବର୍ଷୀୟ ଜାକାରିୟା ସ୍ୱପ୍‌ ଏକ ଅନନ୍ୟ କୃତିତ୍ୱ ହାସଲ କରିଛନ୍ତି । ଗୋଟିଏ ବର୍ଷରେ ସିନେମା ହଲ୍‌ରେ ସର୍ବାଧିକ ଫିଲ୍ମ ଦେଖି  ସେ ବିଶ୍ୱ ରେକର୍ଡ କରିଛନ୍ତି । ମେ ୨୦୨୨ରୁ ମେ ୨୦୨୩ ମସିହା, ୧୨ ମାସ ଅବଧିରେ ସ୍ୱପ୍‌ ରିଗଲ ସିନେମାରେ ନିଜର ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇଛନ୍ତି । ଏହି ଅବଧିରେ ସେ ମୋଟ୍‌ ୭୭୭ ଫିଲ୍ମ ଦେଖିଛନ୍ତି । ଏହି ଅନନ୍ୟ କୃତିତ୍ୱ ଲାଗି ସେ ଗିନିଜ୍‌ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛନ୍ତି । ଏହା ପୂର୍ବରୁ ବର୍ଷକ ମଧ୍ୟରେ ୭୧୫ ଫିଲ୍ମ ଦେଖିଥିବା ଜଣେ ବ୍ୟକ୍ତିଙ୍କ ନାଁରେ ବିଶ୍ୱ ରେକର୍ଡ ଥିଲା । 

ସ୍ୱପ୍‌ଙ୍କ ଫିଲ୍ମ ମାରାଥନ୍‌ରେ ବିଭିନ୍ନ ଧରଣର ଫିଲ୍ମ ରହିଛି । ‘ମିନିଅନ୍ସ: ରାଇଜ୍‌ ଅଫ୍‌ ଗ୍ରୁ’ ଥିଲା ତାଙ୍କର ପ୍ରଥମ ଆଉ ଶେଷ ଫିଲ୍ମ ଥିଲା ‘ଇଣ୍ଡିଆନା ଜୋନ୍‌ସ ଆଣ୍ଡ ଦ ଡାଏଲ ଅଫ୍‌ ଡେଷ୍ଟିନି’ । ଏହି କୃତିତ୍ୱକୁ ସମ୍ମାନ ଦେବା ପାଇଁ ରିଗଲ ସିନେମାଜ୍‌ ତାଙ୍କୁ ଏକ ପୁରସ୍କାର ପ୍ରଦାନ କରିଛି ଏବଂ ଆମେରିକାନ୍‌ ଫେଡେରେସନ୍‌ ଫର୍‌ ସୁସାଇଡ୍‌ ପ୍ରିଭେନ୍‌ସନକୁ ୬ ଲକ୍ଷ ଟଙ୍କା ଦାନ କରିଛି ।

ଗିନିଜ୍‌ ବିଶ୍ୱ ରେକର୍ଡ ଭାଙ୍ଗିବା ସ୍ୱପ୍‌ଙ୍କ ପାଇଁ ସହଜ ନ ଥିଲା । ତାଙ୍କୁ କଠୋର ମାର୍ଗଦର୍ଶିକା ପାଳନ କରିବାକୁ ପଡ଼ିଥିଲା । ବିଶ୍ୱ ରେକର୍ଡ ପାଇଁ ଯୋଗ୍ୟତା ହାସଲ କରିବାକୁ ତାଙ୍କୁ ପ୍ରତ୍ୟେକ ଫିଲ୍ମକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ପଡ଼ିଥିଲା । ଫିଲ୍ମ ଚାଲିବା ସମୟରେ କୌଣସି ପ୍ରକାର ଅନ୍ୟ କାର୍ଯ୍ୟକଳାପ ଉପରେ କଟକଣା ଥିଲା । ଅର୍ଥାତ୍‌, ଶୋଇବା, ଫୋନ୍‌ ଯାଞ୍ଚ୍‌ କରିବା କିମ୍ବା ଖାଇବା ଓ ପାଣି ପିଇବା ମଧ୍ୟ ମନା । ଅଫିସ୍‌ କାମ ଶେଷ କରି ସେ ଫିଲ୍ମ ଦେଖିବାକୁ ସିନେମା ଘରକୁ ଯାଉଥିଲେ । ସେଠାରେ ଗୋଟିଏ ସନ୍ଧ୍ୟାରେ ୩ଟି ଫିଲ୍ମ ଦେଖୁଥିଲେ ।

Copyright © 2022 - Summa Real Media Private Limited. All Rights Reserved.