ନୂଆଦିଲ୍ଲୀ : ଆମ୍ୱ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଏହାକୁ ଫଳର ରାଜା କୁହାଯାଏ । ଆମ୍ୱ ଗ୍ରୀଷ୍ମ ସମୟରେ ପ୍ରତି ସ୍ଥାନରେ ଦେଖିବାକୁ ମିଳିଥାଏ। ଏହି ସ୍ୱାଦିଷ୍ଟ ଫଳରେ ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ, ଏବଂ ସିଜନ ଶେଷ ହେବା ପରେ ମଧ୍ୟ ଆମ୍ୱ ଜୁସ୍ ଓ ଆମ୍ୱ ପଲପ୍ ଭଳି ଜିନିଷ ସର୍ବଦା ମିଳିଥାଏ। ପିଲାଙ୍କ ଠାରୁ ନେଇ ବୟସ୍କ ଯାଏ , ସମସ୍ତଙ୍କୁ ଆମ୍ୱ ଜୁସ୍ ଖୁବ୍ ପସନ୍ଦ ଥାଏ, ଯାହାକୁ ଭାରତରେ ଏକ ଭଲ ଥଣ୍ଡା ପାନୀୟ ଭାବେ ଧରାଯାଏ । ମିଠା ଓ ଖଟା ସ୍ୱାଦ ସହ ଏହାର ପୋଷକ ତତ୍ତ୍ୱ କାରଣରୁ ଲୋକେ ଏହାକୁ ବଡ଼ ଆନନ୍ଦରେ ପିଇଥାନ୍ତି। କିନ୍ତୁ ନିକଟରେ ଏକ ଭାଇରାଲ ଭିଡ଼ିଓ ଆମ୍ୱ ଜୁସ୍କୁ ପସନ୍ଦ କରୁଥିବା ଲୋକଙ୍କ ହୋସ୍ ଉଡ଼ାଇ ଦେଇଛି।
ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ,ଆମ୍ୱ ଜୁସ୍ ବାସ୍ତବରେ କେମିତି ତିଆରି ହୋଇଥାଏ। ଇନଷ୍ଟାଗ୍ରାମରେ ଜଣେ କଣ୍ଟେଣ୍ଟ କ୍ରିଏଟର ଆମ୍ୱ ଜୁସ୍ ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରିର ଭିଡ଼ିଓ ସେୟାର କରିଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ହଳଦିଆ ରଙ୍ଗର ଏକ ତରଳ ପଦାର୍ଥ, ଯେଉଁଥିରେ ନା ଆମ୍ୱର କୌଣସି ଅଂଶ ଅଛି , ନା କୌଣସି ପ୍ରାକୃତିକ ସାମଗ୍ରୀ ଅଛି , ଏହାକୁ ରଙ୍ଗ, ସୁଗାର ସିରପ ଓ ଅନ୍ୟ କେମିକାଲ ସହ ମିଶାଇ ଆମ୍ୱ ଜୁସ୍ର ନାଁରେ ପ୍ୟାକ୍ କରାଯାଉଛି।
ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କେମିତି ଏହି ତରଳକୁ ପ୍ଲାଷ୍ଟିକର ବାଲଟିରେ ଭର୍ତ୍ତି କରି ବଡ଼ ବଡ଼ କଣ୍ଟେନର , ଟେଟ୍ରା ପ୍ୟାକ୍ ଓ ବୋତଲରେ ଭର୍ତ୍ତି କରାଯାଉଛି। ଏହାକୁ ଦେଖି ଅନ୍ଦାଜ ଲଗାଇ ପାରିବେ କି ଏହି ଜୁସ୍ କେମିତି ପ୍ରସ୍ତୁତ ହେଉଛି। ଏହି ଭିଡ଼ିଓକୁ ଟେଟ୍ରା ପ୍ୟାକ୍ ମ୍ୟାଙ୍ଗୋ ଜୁସ୍ କ୍ୟାପସନ ସହ ପୋଷ୍ଟ କରାଯାଇଛି ଏବଂ ଦେଖୁ ଦେଖୁ ଏହା ଇଣ୍ଟରନେଟ୍ରେ ଭାଇରାଲ ହୋଇ ଯାଇଛି।
ଅନ୍ୟପଟେ ଲୋକେ ଏହି ଭିଡ଼ିଓକୁ ଦେଖି ଖୁବ୍ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ୟୁଜର ଚିନ୍ତା ବ୍ୟକ୍ତି କରି କହିଛନ୍ତି ଯେ ଏହିପରି ଜୁସ୍ ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକର ହୋଇପାରେ। ଏହି ଭିଡ଼ିଓ ଆମ୍ୱ ଜୁସ୍ର ଗୁଣବତ୍ତା ଓ ଏହାର ପ୍ୟାକେଜିଂକୁ ନେଇ ଗୁରୁତର ପ୍ରଶ୍ନ ଠିଆ କରିଛି। ଏହି ଭିଡ଼ିଓକୁ ଦେଖିବା ପରେ ଲୋକ ଭାବନାରେ ପଡ଼ି ଯାଇଛନ୍ତି କି ବଜାରରେ ମିଳୁଥିବା ଆମ୍ୱ ଜୁସ୍ ବାସ୍ତବରେ କେତେ ସୁରକ୍ଷିତ ।