ନୂଆଦିଲ୍ଲୀ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାରିଆଡୁ ଛନ୍ଦି ହୋଇପଡ଼ିଛନ୍ତି । ଏହାରି ମଧ୍ୟରେ ମମତା ବାନାର୍ଜୀ ଉତ୍ତରପୂର୍ବକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ଉତକ୍ଷିପ୍ତ ହୋଇ ଉଠିଛନ୍ତି । ପୂର୍ବତ୍ତୋରକୁ ଧମକାଇବାକୁ ସାହସ କେମିତି ହେଲା ବୋଲି ମମତାଙ୍କୁ ପ୍ରଶ୍ନ କରିଛନ୍ତି ବିରେନ ସିଂହ । ଏକ୍ସରେ ସେ ଲେଖିଛନ୍ତି, ‘ମମତା ବାନାର୍ଜୀଙ୍କୁ ଦେଶର ପୂର୍ବତ୍ତୋର ଏବଂ ବାକି ରାଜ୍ୟକୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ଏହା ସହ ତାଙ୍କୁ ବିଭାଜନକାରୀ ରାଜନୀତି ଜରିଆରେ ହିଂସା ପ୍ରସାର କରିବା ବନ୍ଦ କରିବା ଦରକାର ।’
How dare Didi threaten the Northeast? I condemn such irresponsible remarks in the strongest terms. She must publicly apologize to the Northeast and the rest of the nation.@MamataOfficial Ji must immediately stop inciting violence and hatred with divisive politics. It is highly… pic.twitter.com/Wn8CtxqRgh
— N. Biren Singh (@NBirenSingh) August 28, 2024
ସୂଚନାଯୋଗ୍ୟ, ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦୀ ଆପଣ ନିଜର ଲୋକଙ୍କୁ କହି ବେଙ୍ଗଲରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଯଦି ବେଙ୍ଗଲ ଜଳିବ ତେବେ ଆସାମ, ପୂର୍ବତ୍ତୋର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଦିଲ୍ଲୀ ମଧ୍ୟ ଜଳିବ ।’ ତେବେ ମମତାଙ୍କ ଏହି ଟପ୍ପଣୀକୁ ରାଜ୍ୟମାନେ ନିନ୍ଦା କରିଛନ୍ତି । ମଣିପୁର, ଆସାମ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀମାନେ ମମତାଙ୍କୁ କଡ଼ା ଜବାବ ଦେଇଛନ୍ତି ।
दीदी, आपकी हिम्मत कैसे हुई असम को धमकाने की? हमें लाल आंखें मत दिखाइए। आपकी असफलता की राजनीति से भारत को जलाने की कोशिश भी मत कीजिए। आपको विभाजनकारी भाषा बोलना शोभा नहीं देता।
— Himanta Biswa Sarma (@himantabiswa) August 28, 2024
দিদি, আপনার এতো সাহস কীভাবে হলো যে আপনি অসমকে ধমকি দিচ্ছেন? আমাদের রক্তচক্ষু দেখাবেন না। আপনার অসফলতার… pic.twitter.com/k194lajS8s
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, ଦିଦି, ଆସାମକୁ ଧମକାଇବାକୁ ଆପଣଙ୍କର ସାହସ କେମିତି ହେଲା ? ଆମକୁ ନାଲି ଆଖି ଦେଖାଅ ନାହିଁ । ବିଫଳ ରାଜନୀତି ମାଧ୍ୟମରେ ଭାରତରେ ନିଆଁ ଲଗାଇବାକୁ ଚେଷ୍ଟା କରନାହିଁ । ବିଭାଜନକାରୀ ଭାଷା କହିବା ଆପଣଙ୍କୁ ଶୋଭା ଦେଉନାହିଁ ।
ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ @MamataOfficial ଆପଣଙ୍କୁ ଏ ଅଧିକାର ଦେଲା କିଏ ?
— Mohan Charan Majhi (@MohanMOdisha) August 28, 2024
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ… pic.twitter.com/SC4uVSS1nu
ସେହିଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏକ୍ସରେ ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଇଛନ୍ତି । ସେ ଲେଖିଛନ୍ତି, ‘ଓଡ଼ିଶା ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେବା ପାଇଁ ଆପଣଙ୍କୁ ଅଧୀକାର ଦେଲା କିଏ ? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଓଡ଼ିଶାବାସୀ ଦାୟିତ୍ବବାନ ଏବଂ ସଚେତନ । ଓଡ଼ିଶା ପ୍ରତି ଆପଣଙ୍କର ଏ ବିଦ୍ବେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ ।’