ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ ବୁଲାଇବା ଘଟଣା, ମହିଳାଙ୍କୁ ଭିଡ଼ ଭିତରେ ଛାଡ଼ିଥିଲା ପୁଲିସ

ନୂଆଦିଲ୍ଲୀ, ୧।୫: ମଣିପୁରରେ ଗତବର୍ଷ ହିଂସା ବେଳେ କୁକି-ଜୋ ସମୁଦାୟର ଦୁଇଜଣ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ ବୁଲାଯାଇଥିଲା । ମେ’ରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି । ଘଟଣା ଦିନ ମଣିପୁର ପୁଲିସ ହିଁ ପୀଡ଼ିତା ମହିଳାଦ୍ୱୟଙ୍କୁ ଆଣି କାଙ୍ଗପୋକପି ଜିଲ୍ଲାରେ ହଜାରେରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ଭିଡ଼ ମଧ୍ୟରେ ପହଞ୍ଚାଇଥିଲା । ସିବିଆଇ ଚାର୍ଜସିଟ୍‌ରେ ଏଭଳି ଦାବି କରାଯାଇଛି । ଚାର୍ଜସିଟ୍‌ରେ କୁହାଯାଇଛି ଯେ ମହିଳାଦ୍ୱୟ ପୁଲିସକୁ ଅଟକାଇ ସୁରକ୍ଷା ମାଗିଥିଲେ । ପୁଲିସ ଗାଡ଼ିରେ ବସିବାକୁ ଅନୁମତି ଦେବାକୁ କହିଥିଲେ । କିନ୍ତୁ ପୁଲିସ ଉଭୟଙ୍କୁ ନେଇ ଭିଡ଼ ମଧ୍ୟରେ ଛାଡ଼ିଦେଇଥିଲା । ଏହାପରେ ଉତ୍‌କ୍ଷିପ୍ତ ଭିଡ଼ ସେମାନଙ୍କୁ ସମସ୍ତଙ୍କ ସାମ୍ନାରେ ଉଲଗ୍ନ କରି ସେମାନଙ୍କର ପରେଡ୍‌ କରାଇଥିଲା ।

ଏହାପରେ ସେମାନଙ୍କୁ କିଛି ଲୋକ ବଳାତ୍କାର କରିଥିଲେ । ଏହି ମହିଳାଙ୍କ ମଧ୍ୟରୁ ଜଣେ କାର୍‌ଗିଲ୍‌ ଯୁଦ୍ଧ ଲଢ଼ିଥିବା ସୈନିକଙ୍କର ପତ୍ନୀ ଥିଲେ । ଚାର୍ଜସିଟ୍‌ ବାବଦରେ ସୂଚନା ଦେଇଥିବା ଅଧିକାରୀଙ୍କ ମୁତାବକ ପୀଡ଼ିତା ମହିଳାଦ୍ୱୟ ସୁରକ୍ଷିତ ସ୍ଥାନରେ ପହଞ୍ଚିବା ପାଇଁ ପୁଲିସର ସହାୟତା ଲୋଡ଼ିଥିଲେ । କିନ୍ତୁ ପୁଲିସ କର୍ମୀ କହିଥିଲେ କି ସେମାନଙ୍କ ପାଖରେ ଗାଡ଼ିର ଚାବି ନାହିଁ । ସେମାନେ କୌଣସି ସହାୟତା କରି ନ ଥିଲେ । ଏହି ମହିଳାଦ୍ୱୟ ଯେଉଁ ଗ୍ରାମରେ ରହୁଥିଲେ, ସେଠାରେ ମୈତେଇ ସମୁଦାୟର ଭିଡ଼ ଜୋର ଜବରଦସ୍ତ ପଶିଥିଲେ । ଏହାପରେ ଅନ୍ୟମାନଙ୍କ ସହ ପୀଡ଼ିତା ମହିଳାଦ୍ୱୟ ଭୟରେ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲେ । କିନ୍ତୁ ଭିଡ଼ ସେମାନଙ୍କୁ ଦେଖିଦେଇଥିଲା । କୌଣସିମତେ ଉଭୟ ପୁଲିସ ଗାଡ଼ି ନିକଟରେ ପହଞ୍ଚି ସହାୟତା ମାଗିଥିଲେ । କିନ୍ତୁ ପୁଲିସ କର୍ମୀମାନେ ସେମାନଙ୍କୁ ଦେଖି ମଧ୍ୟ ଗାଡ଼ିରେ ବସିରହିଥିଲେ । ବହୁ କାକୁତିମିନତି ପରେ ପୁଲିସ ସେମାନଙ୍କ କଥାରେ ରାଜି ହୋଇଥିଲା । ଗାଡ଼ିରେ ଦୁଇ ମହିଳାଙ୍କ ସମେତ ୩ ଜଣ ପୀଡ଼ିତ ବସିଥିଲେ । 

ଏହାପରେ ପୁଲିସ କର୍ମୀମାନେ ଜିପ୍‌କୁ ନେଇ ଭିଡ଼ ମଧ୍ୟରେ ରଖିଦେଇଥିଲେ ଏବଂ ସେଠାରୁ ପଳାଇଥିଲେ । ଏହାପରେ ଲୋକମାନେ ଜିପ୍‌ ପାଖକୁ ଆସି ମହିଳାଙ୍କୁ ବାହାର କରି ଉଲଗ୍ନ କରିଦେଇଥିଲେ । ପରେ ସେମାନଙ୍କୁ ରାସ୍ତାରେ ଉଲଗ୍ନ ବୁଲାଇଥିଲେ ଓ ବଳାତ୍କାର କରିଥିଲେ । ସିବିଆଇ ଏହି ଚାର୍ଜସିଟ୍‌ ଗତବର୍ଷ ଅକ୍ଟୋବର ୧୬ରେ ଗୌହାଟୀସ୍ଥିତ ସିବିଆଇ କୋର୍ଟ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ଦାଖଲ କରିଥିଲା । ଚାର୍ଜସିଟ୍‌ରେ ହୁଇରେମ୍‌ ହିରୋଦାସ ମୈତେଇ ସମେତ ୫ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଭିଡିଓ ଭାଇରାଲ୍‌ ହେବା ପରେ ସୁପ୍ରିମକୋର୍ଟ କ୍ଷୋଭପ୍ରକାଶ କରିଥିଲେ । ସରକାର ତୁରନ୍ତ ପଦକ୍ଷେପ ନେବାକୁ ଅଦାଲତ କହିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.