ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଳୁଛି ଓଡିଶା : ଅନୁଗୁଳରେ ସର୍ବାଧିକ ତାପମାତ୍ରା

ଭୁବନେଶ୍ବର, ୨୭।୪ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ତାତିରୁ ମିଳୁନି ନିସ୍ତାର । ଉତ୍ତରରୁ ଦକ୍ଷିଣ ଓଡ଼ିଶା ପଶ୍ଚିମରୁ ଆଭ୍ୟନ୍ତରୀଣ ଓଡିଶା ସବୁଠି ତାତି।   ସାରା ରାଜ୍ୟରେ  ଲାଗି  ରହିଛି ଅଗ୍ନିବର୍ଷା । ତତଲା ପବନ ସହ  ଓ ଶୁଷ୍କ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି। ଡହ ଡହ ଟାଣ  ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ ।   କ୍ରମାଗତ ଭାବେ ଗତ କିଛି ଦିନ ଧରି ପାରଦ ଉପର ମୁହାଁ ହେବାରେ ଲାଗିଛି। ୪୪ ଡିଗ୍ରୀ ଡେଇଁଲାଣି ତାତି । ଶନିବାର ଭଳି ରବିବାର  ୩ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିଲା।   ଶନିବାର ଭଳି ରବିବାର ମଧ୍ୟ ଅନୁଗଳ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଶନିବାର ୪୪.୭  ଡିଗ୍ରୀ  ରହିଥିବା ବେଳେ ରବିବାର ପାରଦ ସାମାନ୍ୟ ତଳକୁ ଖସି  ୪୪.୩ ଡିଗ୍ରୀ ରହିଥିଲା। ଏହା ପଛକୁ ବୌଦ୍ଧରେ ୪୪.୧ ଓ ବାରପଦାରେ ୪୪ ଡିଗ୍ରୀ ତାପମାତ୍ରା ରହିଛି। 

ଗତ କିଛି ଦିନ ଧରି ୪୦ ଡିଗ୍ରୀ ଉପରେ ରହୁଥିବା ଭୁବନେଶ୍ବର ଶନିବାର ସମସ୍ତ ରେକର୍ଡ ଭାଙ୍ଗିଥିଲ। ୪୪.୬ ଡିଗ୍ରୀ ଛୁଇଁଥିଲା ପାରଦ। ତେବେ ରବିବାର ଭୁବନେଶ୍ବରରେ ତାପମାତ୍ରା ୪୩.୨ ଡିଗ୍ରୀ ରହିଥିଲା।  ସେହିପରି ନୟାଗଡ ଓ କଟକ ୪୩.୭,  ଢେଙ୍କାନାଳ ୪୩.୬, ତାଳଚେର, ଟିଟିଲାଗଡ ଓ ମାଲକାନଗିରିରେ ୪୩.୫ , ବଲାଙ୍ଗୀରରେ ୪୩.୩ ଡିଗ୍ରୀ ରହିଛି। 

ଆହୁରି ପଢନ୍ତୁ : ଚେକିଂ ବେଳେ ଭୁବନେଶ୍ବରରେ କାରରୁ ୩.୬ ଲକ୍ଷ ଟଙ୍କା ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.