ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୮୦ ବର୍ଷୀୟ ତ୍ରିପତଙ୍କ ଫିଟନେସ୍‌ ମାନିଆ, ଯୁବପିଢ଼ିଙ୍କ ଲାଗି ସାଜିଛନ୍ତି ରୋଲ୍‌ ମଡେଲ୍‌

ନୂଆଦିଲ୍ଲୀ ୨୬/୦୩: ବୟସ କେବଳ ଏକ  ସଂଖ୍ୟା । ଚଣ୍ଡିଗଡ଼ର ବାସିନ୍ଦା  ୮୦ ବର୍ଷୀୟ ତ୍ରିପତ୍‌ ସିଂହଙ୍କ  କ୍ଷେତ୍ରରେ ଏହି କଥା ସତ୍ୟରେ  ପରିଣତ ହୋଇଛି । ତ୍ରିପତ୍‌ଙ୍କ ଫିଟନେସ୍‌ ମାନିଆ ଏବେ  ଚର୍ଚ୍ଚାରେ ରହିଛି । ଯୁବପିଢ଼ିଙ୍କ  ଲାଗି ସେ ସାଜିଛନ୍ତି ରୋଲ୍‌  ମଡେଲ୍‌ । ତାଙ୍କର ସୋସିଆଲ ମିଡିଆ ପ୍ରୋଫାଇଲ୍‌ରେ ଅନେକ  ଫଲୋଅର ଥିବାବେଳେ ସେମାନଙ୍କ ମଧ୍ୟରେ ସେଲିବ୍ରିଟି ଦମ୍ପତି  କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ସାମିଲ ।

ତ୍ରିପତ୍‌ କହିଛନ୍ତି, ମୁଁ ଯୁବାବସ୍ଥାରୁ ସ୍ୱାସ୍ଥ୍ୟ ସଚେତନ ଥିଲି ।  କିନ୍ତୁ ପରିସ୍ଥିତିରେ ପଡ଼ି ମୋର ବ୍ୟାୟାମ ବନ୍ଦ ହୋଇଯାଇଥିଲା ।   ପତ୍ନୀ ମଞ୍ଜିତ୍‌ଙ୍କ ବିୟୋଗ ପରେ ଏହି ସ୍ଥିତି ଆହୁରି ବିଗିଡ଼ି ଗଲା ।  ମୁଁ ମାନସିକ ଅବସାଦଗ୍ରସ୍ତ ହୋଇପଡ଼ିଥିଲି । ଓଜନ ବି ଅନେକ ବଢ଼ିଯାଇଥିଲା । ଇତିମଧ୍ୟରେ ଜଣେ ଲୋକ ମୋର ବଡ଼ ପେଟକୁ ଦେଖି ଏକ ଖରାପ ମନ୍ତବ୍ୟ ଦେଲେ । ତାହା ମୋତେ ଗଭୀର ଭାବେ  ଆଘାତ ପହଞ୍ଚାଇଲା । ସେଇଦିନଠାରୁ ମୁଁ ଓଜନ କମାଇବାକୁ ମନେ ମନେ ଶପଥ ନେଲି । ଧୀରେ ଧୀରେ ବ୍ୟାୟାମର ପରିମାଣ ବଢ଼ାଇ ଚାଲିଲି । ସମୟ ସମୟରେ ଜିମ୍‌ ମଧ୍ୟ ଗଲି । ଅଧିକାଂଶ ସମୟରେ ମୁଁ  ମୋର ବ୍ୟାୟାମର ଭିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥାଏ । ପ୍ରାଥମିକ ଭାବେ ମୋର ସୋସିଆଲ୍‌ ମିଡିଆରେ ବେଶୀ ଫଲୋଅର  ନଥିଲେ । କିନ୍ତୁ କ୍ରିକେଟର ବିରାଟ କୋହଲି ମୋ ସଂପର୍କିତ ପୋଷ୍ଟ  କରିବା ପରେ ଅଚାନକ ଅନୁଗାମୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା । ତାଙ୍କ  ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ମୋ ସଂପର୍କିତ ଏକ ପୋଷ୍ଟ କରିଥିଲେ ।   ଏହାପରେ ମୋର ଅନୁଗାମୀଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.